ସୋନାଲି ସ୍ବାଇଁ

ଏ ମନଟା ନା,
ସତେ ଭାରି ଅବୁଝା
କେତେବେଳେ ଇଛା ହୁଏ ସେ ଦୂର ଆକାଶର
ଜହ୍ନ ସାଜିବାକୁ..........
ତୁମକୁ ଛୁଇଁ ନ ପାରେ,
ଦୂରେ ଥାଇ ହସି ତ ପାରୁଥିବି.........
ପୁଣି କେବେ ଭାବେ......
ପାଲଟି ଯିବାକୁ ୠତୁରାଜ ବସନ୍ତ
ତୁମକୁ ଦେଖି ନ ପାରେ.....
ଦେହେ ତୁମ ବସନ୍ତର ସ୍ପର୍ଶ ତ ଦେଇ ପାରୁଥିବି....

କେବେ କେବେ ଇଛାହୁଏ.......
ପାଲଟି ଯିବାକୁ ସେ ଚକୋଲେଟ୍ ଓ ଆଇସ୍କ୍ରିମ୍
ନ ଚାହଁ ପଛେ .......
ଅଜାଣତେ ଓଠ ତୁମ ସ୍ପର୍ଶ ତ ଦେଉଥିବ....
ପୁଣି କେବେ ଇଚ୍ଛା ହୁଏ......
ପାଲଟି ଯିବାକୁ ରଙ୍ଗୀନ ଗୋଲାପ
ହାତେ ନ ଧର ପଛେ......
ଦେଖି ସୌନ୍ଦର୍ଯ୍ୟର ବାଃ ବାଃ ତ କରୁଥିବ.....
ଆଉ ସବୁଠୁ ବେଶୀ ଇଛା ହୁଏ.....
ପାଲଟି ଯିବାକୁ ତୁମ କବିତାର ଭାବନା
ତୁମେ ନ ଚାହଁ ପଛେ.......
ମୁଁ ତ ହୋଇ ସାରିଥିବି ତୁମ କବିତାର ରାଣୀ ।
ବାରିଲୋ,ବୋରିକିନା,ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।