ଶିବ ଚରଣ ମହାପାତ୍ର
__________________
ସେ...ଇ...
ମେଘବାଦଲର ଛାତି ଚିରି ଦେଇ
ସାଏଁ କିନା ଗଳି ଯାଉଥିବା ଧୂମକେତୁ ସମ
କ୍ଷଣସ୍ଥାୟୀ ଜଳବିନ୍ଦୁଟିଏ ମୁଁ ...
କେତେବେଳେ ଶିଳପୁଆ ସାଜି ପେଶିଯାଅ ତୁମେ ମୋତେ
ଆଉକେବେ
ଦୀପ ହୋଇ ଆପେ ଆପେ
ଦିକ୍ଦିକ୍ ଜଳୁଥାଏ ମୁଁ...
ତୁମ ଭୋକିଲା ଚଉରାରେ
ଲତପତ ସଞ୍ଜବତୀ ହୁଏ
ତମ ନରମ କାମନା ନିଆଁ ଛୁଉଁ ଛୁଉଁ...
ହଁ ...
ଚୁପଚାପ୍ ସହି ଯାଉଥିବା
ନିରୀହ ନାରୀଟିଏ ମୁଁ ...
କାଠି -କୁଟା- ତେଲ- ଲୁଣ -
ବଂଶ -ବୁନିଆଦି-ନୀତି-ନୀୟମ -ବନ୍ଧନ-
ପୁଅ- ଝିଅ- ସ୍ୱାମୀ -ଶାଶୁ -ଶ୍ୱଶୁର- ନଣନ୍ଦ- ଦିଅର
ସ...ବୁ ...
ତୁମ ଆଙ୍ଗୁଠି ଇସାରାର ଆଜ୍ଞାକାରୀ...
ତୁମେ ମାଟିକୁ ଚନ୍ଦନ କହିଲେ ହଁ..
ତୁମେ କଥାକୁ କାହାଣୀ କହିଲେ ହଁ ..
ତୁମେ ପାଣିକୁ ପବନ କହିଲେ ବି ହଁ..
ଏମିତି ବି..
ସ୍ୱପ୍ନର ରଙ୍ଗ ତ କେବେଠୁ ବଦଳି ଗଲାଣି..
ଏବେ ଖାଲି
ନିଦରେ ସ୍ୱପ୍ନ ଲାଗେ ବୈଶାଖର ଖରା ଧୂ ଧୂ ...
ହଁ...
ଚୁପ୍ଚାପ୍ ସହି ଯାଉଥିବା
ନିରୀହ ନାରୀଟିଏ ମୁଁ...
ଓ..ଅଭିଯୋଗ..??
ଅଭିଯୋଗ ତ ନିଜ ପାଖେ..
ଏଠି ପିମ୍ପୁଡି ପାଖେ ପରିବର୍ତ୍ତନ ଚାହିଁଲେ
ପ୍ରଜାପତି ଡେଣା ଛିଣ୍ଡେ..
ହସିବା ତ ବାହାନା ମାତ୍ର..ତୁମ ହସ ପାଇଁ..
ନିଜ ପାଖେ ନିଜକୁ ଆବୃତ ରଖିବା ପାଇଁ ..
ଅନାବୃତ ହେଲେ
କାକ କି ସହି ପାରିବ
କୋକୀଳ ର ସୁମଧୁର କୁହୁ...??
ହେଃ..
ଅଭିସାରିକାର ଶେଷ ଦୃଷ୍ଟି କହିଲେ
ତୁମେ କଣ ବୁଝିବ..??
ସବୁତ ମୁଁ ..
କେବେ ସୁନା...
କେବେ ଧନ...
କେବେ ଜୀବନ ତ କେବେ ଦହନ...
କେବେ କେବେ ପୁଣି ସ୍ପନ୍ଦନ ...
ତେବେ ତୁମେ କିଏ..??
ତୁମେ କଣ ନିରବଦ୍ରଷ୍ଟା ଇଶ୍ଵର ..??
ନା ମଳୟ ପବନ..??
ଯିଏକି ଖାଲି ବହଳ ଲେପ ଦେଇ ଜାଣେ
ମଧୂରାନ୍ତକ ମୂହୁର୍ତ୍ତ ର ମିଠା ମିଠା ମହୂ ..
ଆଉ ମୁଁ ...
ମହୂ ତଳେ ଦେଖୁଥାଏ ତୁମ ସ୍ୱାର୍ଥ ର ଦାବାଗ୍ନି..
ଯିଏ ଅହରହ ଜାଳୁଥାଏ ନିଆଁ ଦାଉଦାଉ...
ହଁ ..
ଚୁପଚାପ୍ ସହିଯାଉଥିବା
ନିରୀହ ନାରୀଟିଏ ମୁଁ..
ଚକ୍ରଧରପୁର (କେନ୍ଦୁଝର)
ଜୟ ସାହିତ୍ୟ, ଜୟ ସମାଜ
__________________ସେ...ଇ...
ମେଘବାଦଲର ଛାତି ଚିରି ଦେଇ
ସାଏଁ କିନା ଗଳି ଯାଉଥିବା ଧୂମକେତୁ ସମ
କ୍ଷଣସ୍ଥାୟୀ ଜଳବିନ୍ଦୁଟିଏ ମୁଁ ...
କେତେବେଳେ ଶିଳପୁଆ ସାଜି ପେଶିଯାଅ ତୁମେ ମୋତେ
ଆଉକେବେ
ଦୀପ ହୋଇ ଆପେ ଆପେ
ଦିକ୍ଦିକ୍ ଜଳୁଥାଏ ମୁଁ...
ତୁମ ଭୋକିଲା ଚଉରାରେ
ଲତପତ ସଞ୍ଜବତୀ ହୁଏ
ତମ ନରମ କାମନା ନିଆଁ ଛୁଉଁ ଛୁଉଁ...
ହଁ ...
ଚୁପଚାପ୍ ସହି ଯାଉଥିବା
ନିରୀହ ନାରୀଟିଏ ମୁଁ ...
କାଠି -କୁଟା- ତେଲ- ଲୁଣ -
ବଂଶ -ବୁନିଆଦି-ନୀତି-ନୀୟମ -ବନ୍ଧନ-
ପୁଅ- ଝିଅ- ସ୍ୱାମୀ -ଶାଶୁ -ଶ୍ୱଶୁର- ନଣନ୍ଦ- ଦିଅର
ସ...ବୁ ...
ତୁମ ଆଙ୍ଗୁଠି ଇସାରାର ଆଜ୍ଞାକାରୀ...
ତୁମେ ମାଟିକୁ ଚନ୍ଦନ କହିଲେ ହଁ..
ତୁମେ କଥାକୁ କାହାଣୀ କହିଲେ ହଁ ..
ତୁମେ ପାଣିକୁ ପବନ କହିଲେ ବି ହଁ..
ଏମିତି ବି..
ସ୍ୱପ୍ନର ରଙ୍ଗ ତ କେବେଠୁ ବଦଳି ଗଲାଣି..
ଏବେ ଖାଲି
ନିଦରେ ସ୍ୱପ୍ନ ଲାଗେ ବୈଶାଖର ଖରା ଧୂ ଧୂ ...
ହଁ...
ଚୁପ୍ଚାପ୍ ସହି ଯାଉଥିବା
ନିରୀହ ନାରୀଟିଏ ମୁଁ...
ଓ..ଅଭିଯୋଗ..??
ଅଭିଯୋଗ ତ ନିଜ ପାଖେ..
ଏଠି ପିମ୍ପୁଡି ପାଖେ ପରିବର୍ତ୍ତନ ଚାହିଁଲେ
ପ୍ରଜାପତି ଡେଣା ଛିଣ୍ଡେ..
ହସିବା ତ ବାହାନା ମାତ୍ର..ତୁମ ହସ ପାଇଁ..
ନିଜ ପାଖେ ନିଜକୁ ଆବୃତ ରଖିବା ପାଇଁ ..
ଅନାବୃତ ହେଲେ
କାକ କି ସହି ପାରିବ
କୋକୀଳ ର ସୁମଧୁର କୁହୁ...??
ହେଃ..
ଅଭିସାରିକାର ଶେଷ ଦୃଷ୍ଟି କହିଲେ
ତୁମେ କଣ ବୁଝିବ..??
ସବୁତ ମୁଁ ..
କେବେ ସୁନା...
କେବେ ଧନ...
କେବେ ଜୀବନ ତ କେବେ ଦହନ...
କେବେ କେବେ ପୁଣି ସ୍ପନ୍ଦନ ...
ତେବେ ତୁମେ କିଏ..??
ତୁମେ କଣ ନିରବଦ୍ରଷ୍ଟା ଇଶ୍ଵର ..??
ନା ମଳୟ ପବନ..??
ଯିଏକି ଖାଲି ବହଳ ଲେପ ଦେଇ ଜାଣେ
ମଧୂରାନ୍ତକ ମୂହୁର୍ତ୍ତ ର ମିଠା ମିଠା ମହୂ ..
ଆଉ ମୁଁ ...
ମହୂ ତଳେ ଦେଖୁଥାଏ ତୁମ ସ୍ୱାର୍ଥ ର ଦାବାଗ୍ନି..
ଯିଏ ଅହରହ ଜାଳୁଥାଏ ନିଆଁ ଦାଉଦାଉ...
ହଁ ..
ଚୁପଚାପ୍ ସହିଯାଉଥିବା
ନିରୀହ ନାରୀଟିଏ ମୁଁ..
ଚକ୍ରଧରପୁର (କେନ୍ଦୁଝର)
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।