7/05/2019

ଆହ୍ବାନ

ଶୁଭସ୍ମିତା ବେହେରା

ମୁଁ ତୁମକୁ ଆହ୍ୱାନ ଦେଉଛି          
ତୁମେ ଆସ ;
କି  ପ୍ରୟୋଜନ
ଏ  ଜୀର୍ଣ୍ଣ ଶରୀରରେ,
କି  ଆଶା ଆଉ
ଏ ଭଙ୍ଗା ହୃଦୟରେ,
କ'ଣ ବା  ଆଉ କର୍ତ୍ତବ୍ୟ
ରହିଲା ଏ ଜୀବନେ....
ଗଲା ବେଳେ କିଛି ନିଏ କି ନ ନିଏ
ଏତକ ନେଇକି ଯିବି.......
ପାଇଥିବା ଯନ୍ତ୍ରଣାକୁ,
ହଜେଇ ଥିବା  ସ୍ମୁତି ସମୂହକୁ,
ନିଖାରିଥିବା  କ୍ଷତାକ୍ତ ଘା' କୁ,
ଆଉ ମୋ ହୃଦୟର ଖଣ୍ଡ ଖଣ୍ଡ ଟୁକୁଡାକୁ .....
ବହୁତ ଜୀଇଁଲି,
ବହୁତ ଦେଖିଲି,
ମନ ମୋର  ପୁରିଲାଣି
ଇଛା ଆଉ ନାହିଁ...।
ହେ ମୃତୁ !
ତୁମକୁ ମୋର ଭୟ ନାହିଁ
କିଏ ତୁମକୁ ଭୟ କରେ
ଅବା ସ୍ୱାଗତ,
 ମୁଁ କିନ୍ତୁ ସଦା ଆଲିଙ୍ଗନ କରେ
 ପଚାରୁନ କାହିଁକି ?
ତୁମେ ପରା ଆସିବା ଆଗରୁ
ତୁମ ଉପସ୍ଥିତିକୁ ଅନୁଭବ କରିଛି
ସମସ୍ତେ ଶୋଇଗଲା ପରେ,
ହଁ, ଗାଢ଼ ଅନ୍ଧାର ରାତ୍ରିରେ,
କଟନ୍ ଚାଦର  ତଳେ,
ଶୀତ ରାତିର ଥରଥର କମ୍ପନରେ,
ଆଉ ପୁଣି, ବିରହିଣୀ ପ୍ରେମିକାର
ବିକଟାଳ ଚିତ୍କାରରେ....

ଜେନାପୁର  (ଯାଜପୁର)
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।