7/05/2019

ଅନ୍ତରାତ୍ମାର ସ୍ୱର..

ଜୟଦେବ ସେନାପତି



ଦିନ ପରେ ଦିନ ମାସ ପରେ ମାସ
                     ଗଡିଯାଏ କେତେ ବରଷ ,
ଦୁଃଖ ଆସେ ମାଡି ସୁଖ ଯାଏ ସରି
                     ଲିଭିଯାଏ ମନୁ ହରଷ ।
ଦୁଇ ଦିନ ଏହି ମଣିଷ ଜୀବନେ
                   ଖୋଜୁଛି ଆରମ୍ଭ ଶେଷ,
ରାତି ପାହିବାକୁ ଆଉ ଅଳପ ବାକି
                 ଚାଲିଲାଣି ମୋ କ୍ଷୀଣ ନିଶ୍ୱ।ସ ।
ପକ୍ଷୀମାନେ ଯେଝା କରମ ସାରିଣ         
                  ଫେରିଲେଣି ତାଙ୍କ ନୀଡ,
ସମୟଟା ଏବେ ସଂକେତ ଦେଲାଣି
                   ବେଳ ହେଉଛି ଉଛୁର ।
ପଶ୍ଚିମ ଦିଗରୁ ଅସ୍ତଗାମୀ ରବି
                  ଡାକିଲେଣି ହାତ ଠାରୀ,
ଅଦୃଶ୍ୟ ପୁରରୁ ନିରବରେ କେହି
                ଶୁଣେ ସବୁ କାନ ଡେରୀ ।
ସୁରୁଜ ଡୁବିବ ଦିନ ସରିଯିବ
                ଅନ୍ଧାର ଆସିବ ମାଡି,
ଶରୀର ମନ୍ଦିର ଶୂନ୍ୟ ହୋଇଯିବ
                ଆତ୍ମା ଯିବ ଯେବେ ଛାଡି ।


ଶିକ୍ଷକ,ବିଷ୍ଣୁପୁର ୟୁ.ଜି.ଏମ୍.ଇ ସ୍କୁଲ୍ ।
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।