ରବି ନାରାୟଣ ବନ୍ଧ
ପ୍ରତିଶ୍ରୁତି ଦେଲ ସହରକୁ ନେବ
ବିତି ତ ଗଲାଣି ମାସେ ll
କହିଲା ଅଣ୍ଡିରା ଜାଡ ତ ପଡିଛି
ଶୀତଟା ଜୀବନ ଶୋଷେ
ନେବି ମୁଁ ସହର ବସନ୍ତଟା ଆାସୁ
ଯିବା ଶାନ୍ତ ପରିବେଶେ ll
ରାଗି କହେ ମାଈ ମୁହଁକୁ ଫୁଲାଇ
ନୀଚ ମନ ତୋତେ ଗ୍ରାସେ
ଅଧା ମୁର୍ଖ ହୁଇ ଜୀବନ କାଟୁଛୁ
ଗାଁ ଗଣ୍ଡା ତୋତେ ବାସେ ll
କହିଲା ଅଣ୍ଡିରା ଚିହ୍ନିନୁ ସହର
ଉଡିବୁ ଅଣନିଃଶ୍ବାସେ
ନାହିଁ ଗଛଲତା ତୋର ବନ୍ଧୁ କୁଆ
ଟାଓ୍ବାର ଉପରେ ବସେ ll
ଗାଡି ଓ ମଟର ଆମ୍ବୁଲାନ୍ସ୍ ସୂର
ଅହରହ ଖାଲି ଆସେ
ଯେଉଁଠି ରାବିଲେ ଶୁଣିବେନି କେହି
ଯିବନି ତୋ ସୂର କୁଷେ ll
ନାହିଁ ଖାଦ୍ଯପାଣି ମରିଯିବୁ ଜାଣି
ପଡିକି ଭୁକ ଉପାସେ
କିଣାଫଳ ସେଠି ଟେ-ପର ପାଣି
ଘରେ ଘରେ ଆସି ପଶେ ll
ବାପ-ଅଜା ଦିନେ ଯାଇଥିଲେ ବୁଲି
ଅଜାକୁ କରେଣ୍ଟ୍ ନାଶେ
ବାପା ତ ଦେଖୁଛୁ କଣ୍ଠ ତା' ଫିଟେନି
ଘୁଙ୍ଗା ହୁଇ ଖାଲି କାଶେ ll
ତମେ ମାଈ ପକ୍ଷୀ ଉଶ୍ବାସିଆ ମୁଣ୍ଡ
ଅଳପକେ ମନ ଭାସେ
ଅଧିକା ବଢିବା ଆଦୌ ଭଲ ନୁହେଁ
ଖାଲି ଖାଲିଟାରେ ରୁଷେ ll
ଅଡା ବାଲେଶ୍ବର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।