9/01/2019

।। ଇଗଲ୍ ।।

କୈଳାସ ପାଢୀ

ନେଳିଆ ଆକାଶେ ଉଡୁଛି ଇଗଲ୍    

ସବୁଜ ଧରାରେ ଛାଇ,

 ସେଛାଇ ଛୁଆଁରେ ଜଳିଯାଏ 

ସବୁ ମଉଳେ ଜୀବନ-କଇଁ । 
ମଉଳି ଯାଉଛି ଦରଫୁଟା କଳି 
ବୃନ୍ତରେ ଯାଉଛି ସଢି଼, 
ସବୁରି ଆଖିରେ ଧୂଳି ଛାଟିଦେଇ 
ଇଗଲ୍ ଯାଉଛି ଉଡି଼। 
ଇଗଲ୍ ଉଡୁଛି ଦର୍ପିତ ତାର 
ଡେଣାଦୁଇ ଝାଡି଼ଝାଡି଼, 
ଆକାଶ କିଅବା ମେରୁ-ଗିରି-ବର
 ଅକାଳେ ପଡି଼ବ ଛିଡି଼। 
ପଞ୍ଝାତଳେ ତା ହଜି ଯାଉଅଛି                     ମାଟିର-ସପନ ଯେତେ, 
ନୀଳ ଦରିଆର ବୁକୁ ପରେ
 ଲେଖା କରୁଣ-କବିତା କେତେ
ବାଲେଶ୍ୱର

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।