ବୈଜୟନ୍ତୀ ସାହୁ
"ବିବାହ ଏକ ପବିତ୍ର ଜନ୍ମଜନ୍ମାନ୍ତର ସମ୍ବନ୍ଧ" । ଜନରୁ ଜାତି,ବ୍ୟଷ୍ଟିରୁ ସମଷ୍ଟି, ଓ ବ୍ୟକ୍ତିରୁ ପରିବାର, ପରିବାରରୁ ସମାଜ । ମଣିଷ ହେଉଛି ସୃଷ୍ଟିର ଶ୍ରେଷ୍ଠ ଜୀବ । ତା'ର ଶ୍ରେଷ୍ଠତ୍ବ ପୁରୁଷାନୁକ୍ରମିକ ବୈଶିଷ୍ଟ୍ଯ‐ବୈଧୀ,ପରିଣୟ ଓ ସୁପ୍ରଜନନ ମାଧ୍ଯମରେ କ୍ରମ ବିବର୍ତ୍ତନଦ୍ବାରା ସନ୍ତାନ ସତ୍ତାରେ ସଂସ୍କୃତି ଓ ସଂସ୍କାରର ଅନୁରୂପରେ ଆସେ ଉନ୍ନୋତତ୍ତରରେ ବଂଶଧରଭାବେ ଏବଂ ଧାରିଣୀ ପାଳିଣୀ ପରିଚର୍ଯ୍ଯାରେ ପୋଷଣପୁଷ୍ଟ ଓ ସୁସଂସ୍କୃତ ମଣିଷ,ତା'ର ବ୍ୟକ୍ତିତ୍ବର ବିକାଶ କ୍ରମେ ବିକଶିତ ହୋଇଉଠେ ତାହାର ପରିବାର , ପରିବେଶ ।
ବିବାହ ଓ ଜନ୍ମ‐ଏହି ଦୁଇଟି ଯଦି ବିଧି ଅନୁସୃତ୍ଯ ନ ହୁଏ , ପ୍ରବୃତ୍ତିର ଖିଆଲ ଖୁସିରେ କୁସଂସ୍କାରରେ ଅନୁଷ୍ଠିତ ହୁଏ , ତେବେ ଆଉ ବାହିତ ହୁଏ ନାହିଁ । ଜନ୍ମ ସହିତ ତା'ର ଶ୍ରେଷ୍ଠ ଗୁଣ‐ସମନ୍ବିତ ପିତୃପୁରୁଷାଗତ ମୌଳିକ ସଂସ୍କାର ଓ ସଂସ୍କୃତି । ଆଉ ଉନ୍ନତ ଆଧାର ମଧ୍ୟ ସମାବେଶ ହୁଏ ନାହିଁ , ସେତେବେଳେ ସେହି ଜନ୍ମ ବ୍ଯତିକ୍ରମ‐ଦୁଷ୍ଟ ହୋଇ ନିକୃଷ୍ଟତାରେ ପର୍ଯ୍ଯବେଶିତ ହୁଏ । ଏହା ଫଳରେ ଜୀବ ସୃଷ୍ଟି ହୋଇପାରେ କିନ୍ତୁ ଶ୍ରେଷ୍ଠ ଜୀବ ସୃଷ୍ଟି ହେବା ଅସମ୍ଭବ । ସେଥିପାଇଁ ଶୁଭପରିଣୟ ବା ବିବାହିତ ଜୀବନ ଦମ୍ପତିଙ୍କର ଆବଶ୍ଯକତା, ଏହା ଭିତରେ ହିଁ ସମ୍ଭବ ହୁଏ ସୁପ୍ରଜନନ । ସୃଷ୍ଟି ମୂଳରେ ଅଛି ସ୍ରଷ୍ଟାଙ୍କର ଲୀଳା । ଏହି ଲୀଳା ସଂଗଠିତ ହୋଇ ଚାଲିଛି ପୁରୁଷ‐ପ୍ରକୃତି ମିଳନରେ । ପୁରୁଷ ଓ ପ୍ରକୃତିର ପ୍ରକାର ଭେଦରେ , ସମୟର ଭିନ୍ନତାରେ ଓ ମିଳନର ଏହି ପ୍ରକାରଭେଦ ଅନୁଯାୟୀ ସୃଷ୍ଟିମଧ୍ଯ ହୋଇ ଚାଲିଛି କେତେ ଭିନ୍ନଭିନ୍ନ ରୂପରେ । ଏହିପରି ଭାବରେ ବୈଚିତ୍ର୍ଯମୟ ହୋଇ ଉଠିଛି ସୃଷ୍ଟିର ପୁରୁଷ ଓ ନାରୀ , ସମୟ ଓ ମିଳନ । ଏହି ଚାରୋଟିର ବିହିତ ବିଧିରେ ସଂଯୋଗ ସାଧିତ ହେଲେ ସୃଷ୍ଟିର ଶ୍ରେଷ୍ଠ ପ୍ରଜାତିର ବଂଶବୃଦ୍ଧି ସମ୍ଭବ । ଏଥିପାଇଁ "ବିବାହ ଏକ ପବିତ୍ର ଜନ୍ମ ଜନ୍ମାନ୍ତର ସମ୍ବନ୍ଧର ଆବଶ୍ଯକତା ନିଶ୍ଚିତ ।
ଆଜି କିନ୍ତୁ ଏହି ଅନୁଶାସନରୁ ବିଚ୍ଯୁତ ହୋଇ ସମ୍ପୁର୍ଣ୍ଣ ଅଯୋଗ୍ଯତା ନେଇ କୌଣସି ପ୍ରକାର ପ୍ରସ୍ତୁତି ବିହୀନ ଅବସ୍ଥାରେ ଅବୈଧ ବିବାହ ମାଧ୍ଯମରେ ପ୍ରବେଶ କରୁଛନ୍ତି ଗାର୍ହ୍ଯସ୍ଥାଶ୍ରମରେ । ସେଠାରେ ଅସଂଜତ ଓ ଅନିୟନ୍ତ୍ରିତ ଦାମ୍ପତ୍ଯ ଜୀବନରେ ସ୍ବୈରୀ ବ୍ଯଭିଚାରର ପୈଶାଚିକ ଯୌନ ମିଳନ ଫଳରେ ବ୍ଯକ୍ତି,ଦମ୍ପତି,ପରିବାର,ସମାଜ ଓ ରାଷ୍ଟ୍ର ଦ୍ରୁତ ଅବକ୍ଷୟ ପଥରେ ଆଗେଇ ଚାଲିଛି । ପୁରୁଷ ଓ ନାରୀ ପ୍ରତ୍ଯେକଙ୍କ ଜୀବନରେ ମିଳନର ଆବଶ୍ଯକତା ରହିଛି ନିଜେ ବଞ୍ଚି , ଭବିଷ୍ଯତ ପାଇଁ । ଯୌନ ବ୍ୟାପାରରେ କାମର ବଶବର୍ତ୍ତି ହୋଇ ନିଜତ୍ବ ହରାଇ ଉପଯାଚକ ହେବା ସମାଜ ପାଇଁ ଏକ ଘୋର କ୍ଷତି । ଆଜିକାଲି ଭୋଗ ସର୍ବସ୍ବ ସମାଜରେ ଚାରିତ୍ରିକ ମୂଲ୍ଯବୋଧର ଘୋର ଅବକ୍ଷୟ ଘଟୁଛି । ମନୁଷ୍ୟର ଚରିତ୍ର ହେଉଛି ସବୁଠାରୁ ଅମୂଲ୍ଯ ସମ୍ପଦ ।ଯାହା ଅତୁଳନୀୟ । କିନ୍ତୁ ଅଭାବ ବୋଧର କଷଟି ପଥରେ ମଣିଷ ବେଳେବେଳେ ଅନ୍ଯାୟ , ଅତ୍ଯାଚାରର ଭୟାବହତା ହେତୁ କାମନା ଲାଳସାର ବଶବର୍ତ୍ତି ହୋଇ କିଛି ଭୂଲ୍ କରିବା ପାଇଁ ପଛାଏ ନାହିଁ ।
ପ୍ରେମ ଜୀବ ଧର୍ମ । ଜୀବ ଧର୍ମ ଅର୍ଥ ଯୌନ ସମ୍ପର୍କ । ଯୌନ ସମ୍ପର୍କ କାମନା ଆଭିମୁଖ୍ଯ ପ୍ରେମକୁ କରେ ଅଶ୍ଲିଳ । ତଥାପି ଏହା ସ୍ବର୍ଗୀୟ । ଏହି ଯୌନ ଲାଳସା ସଫଳ ନିମନ୍ତେ ମିଳନ ଏକାନ୍ତ ଅପରିହାର୍ଯ୍ଯ । ଏହା ହିଁ ସତ୍ଯ ଯେ , ମନୁଷ୍ୟ ସାମାଜିକ ପ୍ରାଣୀ । କିଛି ନୀତି,ନୀୟମ ସଂସ୍କାର ମାଧ୍ଯମରେ ତାହାର ଆବଶ୍ଯକତା ପୂରଣ କରିଥାଏ ବନ୍ଧନରୂପକ ବିବାହରେ ଆବଦ୍ଧ ହୋଇ । ଏହା ଦମ୍ପତିଙ୍କ ମଧ୍ଯରେ ଶୃଙ୍ଖଳିତ ଆବଶ୍ଯକତାର ଅନୁଭବ ତଥା (ଗୋଟିଏ ପୁରୁଷ ସହିତ ଗୋଟିଏ ସ୍ତ୍ରୀ )କୁ ଯୋଡିସ୍ତ୍ରୀ/ପୁରୁଷଙ୍କର ଅବୈଧ (ବିଧିନିଷେଧ) ମିଳନ ପ୍ରକ୍ରିୟାକୁ ବୈଧ (ବିଧିସିଦ୍ଧ) କରାଇବା ପାଇଁ ସେମାନଙ୍କୁ ସ୍ବାମୀ/ସ୍ତ୍ରୀ ରୂପେ ବୈଦିକ
ରୀତିରେ ବିବାହ ବନ୍ଧନରେ ଅନୁବନ୍ଧିତ କରାଇ ସ୍ବୀକୃତି ଦିଆ ଯାଏ । ଏଥି ସହିତ ଦମ୍ପତିଙ୍କ ମଧ୍ଯରେ ସୁସମ୍ପର୍କର ସମସ୍ତ ସଂସାରୀ ଭାବରେ ଜୀବନ ଯାପନ କରିବା ମନୁଷ୍ଯୋଚିତ ଜ୍ଞାନ ଉଦୟ ହୁଏ । ଯାହା ଫଳରେ କି "ମନୁଷ୍ଯମାନେ ପଶୁ ପ୍ରବୃତ୍ତିରୁ ନିବୃତ୍ତ ହୋଇ ମନୁଷ୍ୟ ପ୍ରବୃତ୍ତିରେ ପ୍ରବୃତ୍ତ ହୋଇ କାମ ଲାଳସା ପୂରଣ ସହିତ ନୂତନ ବଂଶଧର ସୃଷ୍ଟି କରିଥାଏ । ଔଚିତ୍ଯ ଓ ଅନୌଚିତ୍ଯ ତଥା ଅସତ କର୍ମ (ଉପାୟ) ତ୍ଯାଗ କରି ସତ୍ କର୍ମରେ ଯୌନ ଉଦ୍ଦିପନା ଶାନ୍ତ କରିଥାଏ । ଜୀବ ଧର୍ମ ଅର୍ଥ ଯୌନ ସମ୍ପର୍କ । ଯୌନ ସମ୍ପର୍କ କାମନା ଆଭିମୁଖ୍ଯ ପ୍ରେମକୁ କରେ ଅଶ୍ଲୀଳ, ତଥାପି ଏହା ସ୍ବର୍ଗୀୟ । ଏହିଯୌନ ଲାଳସା ସଫଳ ନିମନ୍ତେ ଦମ୍ପନ୍ତିଙ୍କ ମିଳନ ଏକାନ୍ତ ଅପରିହାର୍ଯ୍ଯ ।
ମାତ୍ର ସଂପ୍ରତି ଘଟିଚାଲିଥିବା ଘଟଣା ସମୁହରୁ ଜଣାଯାଏ ଯେ , ସବୁ ଅନ୍ଯାୟ ଆଉ ଅତ୍ଯାଚାର ମଧ୍ୟରେ ଯୌତୁକ ସମସ୍ଯା ଆଇନ ଅବଜ୍ଞା କରି ଅତି ଅମାନୁଷିକ ପଣିଆରେ ମାଡି ଚାଲିଛି । କାରଣ ଲୋଭର ଧାର ଅତି ତୀକ୍ଷ୍ଣ । ମଣିଷପଣିଆ ଅଭାବରୁ ଭାରତବର୍ଷର ଗାଁଗହଳିରେ ବାସ କରୁଥିବା ଜନ ସାଧାରଣଙ୍କ ଠାରୁ ନଗରବାସୀର ଦରିଦ୍ର ଜନତା ପର୍ଯ୍ଯନ୍ତ ସମସ୍ତେ ପ୍ରାୟ ଲୋଭର ତୃଷାରେ ତୃଷାତୁର । ଫଳରେ ଯୌତୁକ ଦେବାକୁ ଅସମର୍ଥ ବାପାଟିଏ ଝିଅକୁ ବିବାହ ଦେଇ ନ ପାରି ଅଭିଆଡି ରଖିବାକୁ ବାଧ୍ଯହୁଏ ।ଏହା ଯୋଗୁଁ ଦେଶରେ ସାମାଜିକ ସମସ୍ୟା ତ ନିଶ୍ଚୟ ଦେଖା ଦେବ , ପୁଣି ପରିବାରରେ ଅଶାନ୍ତି ହିଁ ଅଶାନ୍ତି ମାଡିବସିବ । ତେଣୁ ଏହି ସମସ୍ଯାକୁ ଉପଲବ୍ଧି କରି ପରିବାର ଓ ସମାଜ ମଙ୍ଗଳ ନିମନ୍ତେ କେତେକ ସମାଜର ସଚ୍ଚା ଉଦ୍ଯମ ଗୋଷ୍ଠିଙ୍କ ବଦାନ୍ଯତାରେ ଅନୁଷ୍ଠିତ "ଗଣବିବାହ" ଲୋକ ହିତକର କାର୍ଯ୍ଯ ଚିନ୍ତା କରି କାର୍ଯ୍ଯରେ ଅଗ୍ରସର ହେଲେ । ଯାହାକି ଏକ ଗରିବ ପରିବାରକୁ ଆର୍ଥିକ ଅନାଟନରୁ ରକ୍ଷା କରିବା ସହିତ ସାମାଜିକ ସ୍ବୀକୃତି ଦେଇ କମ ଖର୍ଚ୍ଚରେ ଗରିବ,ନିରାଶ୍ରୟା, ଅସହାୟ,ପରିବାରରୁ ବିତାଡିତ ପ୍ରେମୀ ଯୁଗଳ ଆଦିଙ୍କୁ ଗୋଟିଏ ମନ୍ତ୍ରରେ ଗୋଟିଏ ଶ୍ଲୋକରେ ଶହ ଶହ ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ହୋଇ ପାରୁଛନ୍ତି । ଏହାଦ୍ବାରା ବହୁ ଅଭାବୀ ଲୋକ ରୋଷଣୀ, ସାଜସଜ୍ଦା, ଭୋଜିଭାତ ଖର୍ଚ୍ଚାନ୍ତରୁ ରକ୍ଷା ପାଉଛନ୍ତି । ବର-କନ୍ଯା ନିଜ ପସନ୍ଦ ହେଉ ଅବା ପରିବାରର ସ୍ବୀକୃତିରେ "ଗଣବିବାହ" ସଂସ୍ଥା ସହିତ ଯୋଗାଯୋଗ କରି ଆବେଦନ କରି ସୁସ୍ଥ ବୈବାହିକ ଜୀବନ ଅତିବାହିତ ନିମନ୍ତେ ଆଗେଇ ଆସୁଛନ୍ତି । ଏହା ଦ୍ବାରା ସମାଜ ପରିବର୍ତ୍ତନ ଓ ପୁନର୍ଗଠନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇ ଥାଏ ।
ବଧୂ ମାନଙ୍କୁ ଯୌତୁକ ନିର୍ଯ୍ଯାତନା ଦୁଃଖ କଷ୍ଟରୁ ସାର୍ବଜନୀନ ଭାବେ ରୋକା ଯାଇ ପାରୁଛି ମଧ୍ଯ । ସେମାନେ ମର୍ଯ୍ଯାଦାନୁସାରେ ପରସ୍ପର ଦାମ୍ପତ୍ଯ ଜୀବନର ସୁଖ ସାଉଁଟୁଛନ୍ତି । ବିବାହ ଏପରି ଏକ ବନ୍ଧନ ସଂସାରରେ ଯେତେ ପ୍ରକାର ସୁଖାନୁଭବ ରହିଛି, ସେ ସବୁ ମଧ୍ଯରେ ସ୍ବାମୀ ସ୍ତ୍ରୀ ସମ୍ପର୍କ ଜନିତ ସୁଖ ହେଉଛି ଦିବ୍ଯାନନ୍ଦ । ଅର୍ଥାତ ସ୍ବର୍ଗୀୟ ତଥା ମନୋହର, ସୁନ୍ଦର ଉତ୍କୃଷ୍ଟ,ଅଲୌକିକ, ଦୁର୍ଲଭ ସୁଖ । କାରଣ ଉଭୟଙ୍କ ସମ୍ପର୍କ ମଧ୍ଯରେ ଥିବା ନିଷ୍କପଟ ପ୍ରେମ, ଐକାନ୍ତିକଭାବ ଏକ ମନ, ଏକପ୍ରାଣ, ଅନାବିଳ ସ୍ନେହ,ମମତା,ଅଟଳ ବିଶ୍ବାସ,ଖୁସି-ଆନନ୍ଦ କର୍ମ ସମ୍ପାଦନରେ ପ୍ରତିବାଦ ରହିତ ଏବଂ ନିଃସଙ୍କୋଚ, ନିର୍ଭୟ , ନିର୍ବିକାର ଆଦି ଅବାଧ ମିଳନ ସୁଖ ଅନ୍ୟ କେଉଁଠି ଦେଖାଯାଏ ନାହିଁ । ଏହା ହିଁ ମିଳେ ସାମାଜିକ ସ୍ବୀକୄତି ପ୍ରାପ୍ତ ବୈବାହିକ ଜୀବନରେ । ସେଥିପାଇଁ ଗଣ ବିବାହ ପରି ଏକ ମହାନ ଅନୁଷ୍ଠାନ ହିଁ ଅସହାୟଙ୍କୁ ଥଇଥାନ କରିଥାଏ,ସାହାରା ଦେଇଥାଏ, ଏହି ମହତ ଦିବ୍ଯ ବଦାନ୍ୟତାରେ । ବିଫଳ ପ୍ରେମିକ ମାନଙ୍କ ପାଇଁ ଏହା ଏକ ଇଶ୍ବରଙ୍କ ବରଦାନ । ଆଉ ମଧ୍ଯ ବର୍ତ୍ତମାନ ପ୍ରଚଳିତ ଯୌତୁକ ପ୍ରଥା ରୂପୀ ଯୌତୁକଲଥାକୁ ବନ୍ଦ କରି ଯୌତୁକ କାଏମ ରଖିବା ପାଇଁ ଏହି ଗଣ ବିବାହ ଖୋରାକ ଯୋଗାଇ ଥାଏ । ଦାମ୍ପତ୍ଯ ଜୀବନରେ ଓ ପରିବାର ମଧ୍ଯରେ ସୁଖ ଶାନ୍ତି ସ୍ଥାପନ କରାଇ ଥାଏ । ଯୌତୁକ ସମସ୍ଯା ଦୂର କରି ସୁନ୍ଦର ମଣିଷ ଜାତି ନିର୍ମାଣ କରିବାକୁ ତଥା ଦେଶର ବିକାଶ ଓ ପ୍ରଗତିର ସଫଳତା ପ୍ରଦାନ କରିବାକୁ କିଛି ଚରିତ୍ରବତା ଓ ସାଧୁତା ବ୍ଯକ୍ତି ଗଣ ବିବାହ ପ୍ରଥା ଆୟୋଜନ କରି ସମାଜ,ରାଷ୍ଟ , ତଥା ବିଶ୍ବବାସୀଙ୍କୁ ଦିଗଦର୍ଶନ ଦେବାରେ ସମର୍ଥ ହୋଇଛନ୍ତି ।
ଭାରତୀୟ ସଂସ୍କୃତିର ଅନେକ ପଦ୍ଧତି ମଧ୍ୟରେ ବିବାହ ପଦ୍ଧତି ଏକ ଶୃଙ୍ଖଳିତ,ପବିତ୍ର, ସଂସ୍କାରିତ ମୂଲ୍ୟବାନ ପଦ୍ଧତି । ବିବାହ କେବଳ ସ୍ବାମୀ, ସ୍ତ୍ରୀ ମଧ୍ୟରେ ସୀମିତ ନୁହେଁ, ବରଂ ଦୁଇଟି ପରିବାର , ଦୁଇଟି ପରିବେଶ., ଦୁଇଟି ସଭ୍ଯତା, ଦୁଇଟି ବିଚାରଧାରାର ମହାମିଳନ ହୋଇଥାଏ । ଭାରତ ପରି ଏକ ଗ୍ରାମ ବହୁଳ ଦେଶରେ ଗରୀବ,ଅସହାୟଙ୍କ ଆର୍ଥିକ ବୋଝକୁ ହ୍ରାସ କରିବାର ପରିବର୍ତ୍ତନର କେନ୍ଦ୍ରବିନ୍ଦୁ ହେଉଛି‐ "ଗଣବିବାହ" । ଗଣ ବିବାହ ସଂସ୍ଥା ବଞ୍ଚିବାର ସାହାରା ଦେଇଥାଏ । ଦେଶକୁ ଦରିଦ୍ର ମୁକ୍ତ କରିବାର ଏକ ମାଧ୍ଯମ ମଧ୍ଯ ଗଣ ବିବାହ ପ୍ରଥା ଓ ଦେଶର ଆଦର୍ଶ ନମୁନା । ଆସନ୍ତୁ ଆମେ ସମସ୍ତେ ଏ ଦିଗରେ ଉଦ୍ଯମ କରିବାକୁ ସଂକଳ୍ପବଦ୍ଧ ହେବା ଏବଂ ଦେଶରେ ଶୃଙ୍ଖଳିତ ସମାଜ ଗଠନ କରି ସୁନ୍ଦର ପ୍ରେମର ପୃଥିବୀଟିଏ ଉପହାର ଦେବା ।
********************
ନରସିଂହପୁର , ଶ୍ରୀରାମନଗର,
ପିପିଲି (ପୁରୀ)
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।