9/01/2019

ଗଣ ବିବାହ

ମୈତ୍ରେୟୀ କମିଳା 


     ପୁଷ୍ପ ଗୁଛର ଫୁଲ ଭଳି ଗଣ ବିବାହକୁ ସାମାଜିକ ସ୍ବୀକୃତି ଦେବା ପରି ମହାନ କାର୍ଯ୍ୟ ଏବଂ ସବୁଠୁ ପୁଣ୍ୟ କାର୍ଯ୍ୟଠୁ ବଳି ଆଉ କିଛି ନାହିଁ । ତାହା ଦେଖିବାକୁ ଯେପରି  କିଏ ରଙ୍ଗୀନ ମୁରୁଜ ଅବା ଚିତା ବୁଣି ଦେଇଥାଏ  ଗୋଟେ ସାମାଜିକ ପ୍ରଥା ଉପରେ , ଭାରି ମନମୁଗ୍ଧକର ଆଖି ଦୃଶିଆ ହୋଇ ଥାଏ , ଖବରକାଗଜ଼ ଓ ଦୂରଦର୍ଶନ ଏସବୁ ଖବର ପ୍ରଚାର କରି ଯେତିକି ଆତ୍ମସନ୍ତୋଷ ଲାଭ କରନ୍ତି , ଶୁଣିବା ଲୋକ ମଧ୍ୟ ଗୌରବାନ୍ୱିତ ହୁଅନ୍ତି । ସେଥିରେ ଜାତି, ଗୋତ୍ର, ବର୍ଣ୍ଣ ,ବୈଷମ୍ୟ ,ଉଚ୍ଚ-ନୀଚର ବିଚାରର କୌଣସି ମାନେ ନ ଥାଏ । ସମାଜ ଆଖିରେ ମହାନ ଦେଶସେବାର ମହାର୍ଘ୍ୟତାକୁ ସୂଚାଇ ସମାଜ ମଙ୍ଗଳ ସଂସ୍ଥା ଗୁଡିକ ଏହାକୁ ସୁଚାରୁ ରୂପେ ତୁଲେଇ ଥା'ନ୍ତି । ଏହା ସମାଜକୁ  ପ୍ରେରଣା ଦିଏ  ଯେ ଅନେକତା ମଧ୍ୟରେ ଏକତା  ଜାଗ୍ରତ ହେଲେ ଆର୍ଥିକ ସଙ୍କଟରୁ ଦୂରରେ ରହି ମଧ୍ୟ ସାମାଜିକ ପ୍ରଥା ଚଳଣିରୁ କେହି ବାଦ୍‌ ଯିବେ ନାହିଁ । ଗଣ ବିବାହ କରାଉଥିବା ସଂସ୍ଥା ବା ଲୋକ  ଭଗବାନ  ସଦୃଶ୍ୟ ; ଅଭାବ ବୋଲି ଶବ୍ଦକୁ ଦୂର କରି ସଦ୍ଭାବ ସୃଷ୍ଟି କରନ୍ତି ଓ ବିବାହ ନାଁରେ ପ୍ରତିପତ୍ତିଶାଳୀ ଲୋକ ଅପର୍ଯାପ୍ତ ପଇସା ବୁହେଇ ଦିଅନ୍ତି ଯାହାକି କିଛିଟା ଲୋକଙ୍କୁ ଦେଖେଇବା ପ୍ରବୃତ୍ତି ମଧ୍ୟ ଥାଏ ।


                         ମଧ୍ୟବର୍ତ୍ତୀ ସ୍ଥାନୀୟ ଲୋକ ବୁଝି ବିଚାରି ନିଜ ସ୍ଥିତି ଦେଖି ଦେହ ସୁହାଇଲା ଭଳି - ଲୋକଙ୍କ ମନକୁ ପାଇଲା ଭଳି ଖର୍ଚ୍ଚ କରନ୍ତି । ଆଉ ତୃତୀୟ ଶ୍ରେଣୀ ଆର୍ଥିକ ଅଭାବ ଅନାଟନର ଲୋକ ସବୁଠୁ ବେଶି ଉପକୃତ ହୁଅନ୍ତି ସାମୁହିକ ବା ଗଣ ବିବାହରେ । ଏଥିରେ ସମାଜର ନିଚ୍ଛକ ଛବି ଲୋକ ଲୋଚନକୁ ଆସେ ଯାହା ସ୍ୱାଗତ ଯୋଗ୍ୟ ହୁଏ ସବୁ ସମୟରେ ଏବଂ ସବୁ ପରିସ୍ଥିତିରେ । ଆଜି କାଲିର ଶିକ୍ଷିତ ପିଲା ମଧ୍ୟ ବିବାହରେ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହୁଛନ୍ତି । ସେ ପଇସା ବରଂ ସମାଜର କିଛି ଦାତବ୍ୟ ଅନୁଷ୍ଠାନ ,ଦେଶସେବା ,ଅନାଥ ପିଲାଙ୍କୁ ପାଠ ପଢେଇବା, ବୃଦ୍ଧାଶ୍ରମକୁ ଦାନ ଦେବା ପାଇଁ ମନ ବଳାଉଛନ୍ତି ।

  ଗଣ ବିବାହ ସବୁ ସମୟରେ  ଉଚିତ ମାନ୍ୟ ପାଇଁ ଆସୁଛି ; ଭବିଷ୍ୟତରେ ମଧ୍ୟ ଯଥାର୍ଥ  ମାନ୍ୟ  ପାଉଥିବ । ଏହାର ପ୍ରଚାର ପ୍ରସାର ଉପରେ ଜୋର୍‌ ଦେବା ନିତାନ୍ତ ଆବଶ୍ୟକ । କେବଳ ଥିଲା ଵାଲା - ପଇସା ବାଲା ଲୋକ ଏ କାମ ସମ୍ପାଦନ କରିବ ତାହା ନୁହେଁ ସରକାର ମଧ୍ୟ ଏଭଳି ସଂସ୍ଥାକୁ ଆର୍ଥିକ ସାହାଯ୍ୟ କରିବା ଉଚିତ୍‌ ।

ନେରୂଲ ନାଭି - ମୁମ୍ବାଇ 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।