9/01/2019

ବେକାର କଥା

ଲୋରୀ ସ୍ବାଇଁ 

ଉଡିବା ତ ମୁଁ ଅନେକ ଦେଖିଛି...
ହେଲେ ସେ କେଉଁ ଢଙ୍ଗରେ
 ଉଡ଼ି ବୁଲେ ମୁଁ
ଲକ୍ଷ୍ୟ କରେ ତା' ଗତିବିଧିକୁ ।

ବେଳେବେଳେ ସେ ଖରା ଛାଇ ଭିତରେ ହଜିଯାଏ
ପୁଣି କେବେ ଆକାଶ ବକ୍ଷରୁ ଏପରି
ଖସେ ଜଣାଯାଏ ସେ ନିର୍ଜୀବ ପକ୍ଷୀ

ମାଟିରେ ନ'ପଡି ନିଜର ଓଠରେ
ଆସ୍ତେ ସ୍ପର୍ଶ କରେ ମାଟିର ଛାତିକୁ...
କହିବୁଲେ ଅନେକ କଥା..
ଭୁଲିଯାଏ ନିଜର ନିର୍ଜନତା...
ତା'ରି ଭିତରେ ଲେଖା ହୁଏ
ନିଜ ଜୀବନର ବିଭୀଷିକା ।

ପ୍ରେମ କରିବସେ ଆକାଶକୁ....
ମାଟିରେ ଛିଡା ହୋଇ ଆକାଶକୁ କୁଦ ମାରେ....
ଡେଣା ଦୁଇଟି ଥକି ଗଲା ପରେ ପୁଣି
ଖସି ଲୋଟିଯାଏ ମାଟିର ଛାତିରେ ।

ଦିନ ପରେ ରାତି ଆଉ
ରାତି ପରେ ଦିନ ବି ଆସେ....
ସୂର୍ଯ୍ୟର ଉତ୍ତପ୍ତ ତାପ
ରାତ୍ରୀର ସଦ୍ୟ ଶୀତଳତାରୁ
ସଂଗ୍ରହ କରେ ମୂର୍ଚ୍ଛନା ।

ନରମ ଓଠରେ ତୋଳି ଆଣେ ବିଶାଳ ବୃକ୍ଷରୁ
 ବିଶ୍ୱାସର ମେଞ୍ଚା ମେଞ୍ଚା ମଞ୍ଜି ...
ବୁଣିଦିଏ ସାରା ମୂଲକରେ...
ବିଶାଳ ପରିଧିରେ ଦ୍ରୁମର ରୂପ ନିଏ
 ବିଶ୍ୱାସ ର ମଞ୍ଜି....
ଧୂସର ପୃଥିବୀରେ ରିହାତି ଦାମ୍‌ରେ


ବିକ୍ରି କରେ ନିଜର ସୁରଭି ।


 ସୃଷ୍ଟି କରେ ଅଣଲେଉଟା ଇତିହାସ...
ବିଜ୍ଞାନକୁ ବିଶ୍ୱାସ କରୁଥିବା ମଣିଷ
ବେଳେବେଳେ ଈଶ୍ୱରଙ୍କୁ ପ୍ରାର୍ଥନା କରେ...
ଏ ତ ବିଜ୍ଞାନର ନିଷ୍ଠୁର ପ୍ରହାରରେ
ଜଳି ପୋଡି ଯାଉଥିବା ସଫେଦ
ଭୌଗଳିକ ମାନଚିତ୍ର।

ଶେଷରେ
 ଆଖ୍ୟା ମିଳେ
 ଏ ସବୁ
 ବେକାର କଥା...।।

ଓସ୍ତପୁର-କାକଟପୁର -ପୁରୀ 
୯୯୩୭୦୯୯୭୦୯
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।