ସରିତା ସେନାପତି

ଯଦି ଆସିବାର ଅଛି ଜୀବନରେ ମୋର,
ଆସ କେବେ ଥରେ ଫେରି,
ସ୍ଵନୟନରେ ଦେଖି ପୁଣି କେବେ,
ମନକୁ କରିବି ଚୋରି,
ଏଇ ଜୀବନଟା ତୁମ ବିନା ସାଥି
ଘନ ଘୋର ଅନ୍ଧକାର,
ହାରି ମୁଁ ସାରିଛି ଜୀବନ ଯୁଦ୍ଧରେ
ଜିତିବା ତ ବ୍ୟର୍ଥକର ।
ତଥାପି ଜିତିବି ବିଶ୍ୱାସ ମୋ' ଅଛି
ନ ଯିବି କାହାକୁ ଡରି ।।
ମୋ' ଭାଗ୍ଯ ସାଥେ କାହା ଭାଗ୍ଯ ଲେଖା,
ହାତ ପାପୁଲିରେ ମୋର
ସପ୍ତରଙ୍ଗ ସାଜି ଜୀବନରେ ତା'ର,
ଢାଳିବି ରଙ୍ଗ ଅବିର ।
ମାନ ଅଭିମାନ ଦୂର କରି ସବୁ,
ଚାଲିବି ମୁଁ ହାତ ଧରି।।
ସପନ ରାଇଜେ ତୋଳିବା ନଅର,
ଜାଣି ପାରିବେନି କେହି,
ଭିଜୁଥିବା ଆମେ ପ୍ରୀତି ଭାବନାରେ,
ପ୍ରେମର ଦୀପ ଜଳେଇ ।
ତୋଳି ଧରି ନେବା ସ୍ମୃତିର ଝଲକ,
ଅଙ୍ଗ ଆବରଣ ଭରି ।।
ସିଠାଲ,
ଜଗତସିଂହପୁର (କଟକ)
୯୩୪୮୯୧୫୦୪୭
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।