9/01/2019

ଗଣ ବିବାହ :ସଚେତନତାର ଏକପାଦ ଆଗକୁ

ସ୍ନିଗ୍ଧା ସାମନ୍ତରାୟ 
                            ବିବାହ ଏକ ସାମାଜିକ ବନ୍ଧନ । ଭାରତୀୟ ସଂସ୍କୃତିରେ ପୁଅ ଝିଅ ମାନେ ବିବାହ ବୟସର ଉପଯୋଗୀ ହୋଇଗଲେ ସେମାନଙ୍କ ପିତା ମାତା ମାନେ ବିବାହ ପାଇଁ ତତ୍ପର ହୋଇ ଉଠନ୍ତି । ବିବାହ ଏକ ଏମିତି ସାମାଜିକ ପରମ୍ପରା ଯେଉଁଥିରେ ଗୋଟିଏ ନାରୀ ତା'ର ପୂର୍ଣ୍ଣତା ପ୍ରାପ୍ତି ହୋଇଥାଏ   l କେଉଁ ଆବହମାନ କାଳରୁ ବିବାହକୁ ସାମାଜିକ ସମ୍ପର୍କର ବାନ୍ଧି ହେବାର ମୁଖ୍ୟ ଆୟୁଧ ରୂପେ ବିବେଚନା କରାଯାଉଛି ।ଆଜିକାଲି ବଡ଼ ଧୁମଧାମ ରେ ବାହାଘର କାର୍ଯ୍ୟ ସମ୍ପାଦନ କରାଯାଉଛି । ବିବାହ ଭୋଜିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରା ଯାଉଛି । ବିବାହ ଉପଯୋଗୀ ବୟସ ହୋଇଗଲେ ପୁଅ ଝିଅ ପାଇଁ ପିତା ମାତା ବରପାତ୍ର ଓ କନ୍ୟା ପାତ୍ର ଖୋଜିବାରେ ଲାଗି ପଡନ୍ତି । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ଆର୍ଥିକ ଦୃଷ୍ଟିରୁ ହେଉ କିମ୍ବା ବ୍ୟକ୍ତିଗତ କାରଣରୁ ନିଜ ପୁଅ ଝିଅଙ୍କୁ ବିବାହ କରିବାରେ ଅସମର୍ଥ ହେଉଛନ୍ତି । ସମୟ ସମୟରେ ଦେଖା ଯାଉଛି ଉପଯୁକ୍ତ ପାତ୍ର ଅଭାବରୁ ମଧ୍ୟ ବିବାହ ହୋଇ ପାରି ନ ଥାଏ  ।

   ଆମ ହିନ୍ଦୁ ସମାଜରେ ବିବାହ ନ କରି ଘରେ ରହିଲେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଦୁନିଆଁ ଲୋକଙ୍କ ଟାହିଟାପରା ତା' ସାଙ୍ଗକୁ ବେସାହାରା ହୋଇ ବଞ୍ଚିବା ଏକ ପ୍ରକାର ଦୁର୍ବିସହ ହୋଇପଡେ । ପୁଅଟିଏ ତ ଏତେ ଅସୁବିଧାରେ ପଡେନି କିନ୍ତୁ ଝିଅଟିଏ ନାନା ସମସ୍ୟା ଦେଇ ଗତି କରେ । ଏ ସବୁର ସମାଧାନ ପାଇଁ କେତେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ବୁଦ୍ଧିଜୀବୀଙ୍କର ପ୍ରୟାସରେ ବିବାହ ଉପଯୋଗୀ ପୁଅ ଓ ଝିଅ ମାନଙ୍କୁ ନେଇ ଆରମ୍ଭ ହୋଇଥାଏ ଗଣ ବିବାହ । ୨୦୧୩ରେ ପ୍ରଥମ ଥର ପାଇଁ ବେଟି
ଔର ରୋଟି ନାଁରେ ସାମୁହିକ ବିବାହ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା । ଯେଉଁଥିରେ ଓଡ଼ିଶାର ୭ ଝିଅଙ୍କ ବିବାହ ସମ୍ପର୍ଣ୍ଣ  ହୋଇଥିଲା । ୨୦୧୪ରେ ୨୨ ଓଡ଼ିଆ ଯୁବତୀ ବିବାହ କରିଥିଲେ ପଟେଲ ସଂପ୍ରଦାୟ ଯୁବକଙ୍କୁ । ବିନା ଯୌତୁକରେ ଏଇ ବିବାହ ଆୟୋଜିତ ହେଉଛି  । ଓଡିଶାରେ ବିଭିନ୍ନ ଜିଲ୍ଲାରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଧନୀକ ବ୍ୟକ୍ତି ମଧ୍ୟ ଏହି କାର୍ଯ୍ୟକ୍ରମକୁ ଶୁଭେଛା ଜଣାଇ   ଗଣ ବିବାହ ଭଳି ଏକ  ପବିତ୍ର କାମକୁ ବର୍ଷ ବର୍ଷ ଧରି ସମ୍ପାଦନ କରି ଆସୁଛନ୍ତି  । ବର୍ତ୍ତମାନ ମଧ୍ୟ ଧନୀକ ଶ୍ରେଣୀର ବ୍ୟକ୍ତି ବିଶେଷ ଗଣ ବିବାହକୁ ସମର୍ଥନ ଜଣାଇ  ନିଜ ପୁଅ ଝିଅ ଙ୍କ ବିବାହ ସାଥିରେ ମଧ୍ୟ ନିଜ ପୁଅ ଝିଅ ବୟସ ର ସମ ବୟସ୍କ  ବରକନ୍ୟାଙ୍କର ମଧ୍ୟ ବାହାଘର ବଡ ଧୁମଧାମରେ ପାଳନ କରୁଛନ୍ତି  ।

      ଓଡିଶା ର ବିଭିନ୍ନ ସ୍ଥାନରେ "ଗଣ ବିବାହ" ଉତ୍ସବ ଅନୁଷ୍ଠିତ ହେଉଛି । ଆର୍ଥିକ ଅଭାବ ଦୃଷ୍ଟିରୁ ଯେଉଁମାନେ ବିବାହ କରି ପାରୁନଥିଲେ ସେ ଧରଣର ଛଅ ଯୋଡିଙ୍କର ବିବାହ ଉତ୍ସବ  ଧର୍ମ ନଗର ଶୁଭମ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଛି । ଏ ବିବାହର ସମସ୍ତ ଖର୍ଚ୍ଚ ଇନହୁଇଲର କ୍ଲବ ପକ୍ଷରୁ ଖର୍ଚ୍ଚ କରାଯିବା ସହ ଧୁମ୍ ଧାମରେ ଭୋଜିଭାତ କରାଯାଇ ବୈଦିକ ରୀତିରେବିବାହ ଉତ୍ସବ ସମ୍ପନ୍ନ କରାଯାଇଥିଲା । କ୍ଲବର ସଭାନେତ୍ରୀ ଜେ. ସରିତା ଓ ସମ୍ପାଦିକା ଅନିତା ଦାସ ଏ ବିବାହ କରାଇ ଥିଲେ । ଆଗାମୀ ଦିନରେ ଏ ଧରଣର ବିଭିନ୍ନ ସାମାଜିକ କାର୍ଯ୍ୟ କରାଯିବ ବୋଲି ମଧ୍ୟ କ୍ଲବ ପକ୍ଷରୁ କହିଥିଲେ । ବିବାହ କରିଥିବା ଦମ୍ପତିଙ୍କର ଆଗାମୀ ଦିନରେ ରେଜିଷ୍ଟ୍ରି ବିବାହ କରାଯାଇ ସରକାରଙ୍କ ବିଭିନ୍ନ ସହାୟତା ପାଇବା ପାଇଁ ପଦକ୍ଷେପ ଗ୍ରହଣ  କ୍ଲବ ପକ୍ଷରୁ କରାଯାଇଛି।
ବ୍ରହ୍ମପୁର ଖାଜାସାହିରେ ଗଞ୍ଜାମ ମୁସଲିମ କଲଚୁରାଲ ଆସୋସିଏସନ ପକ୍ଷରୁ ୧୨ ଜଣ ଯୋଡ଼ି ଗରୀବ ଦମ୍ପତିଙ୍କ ଗଣ ବିବାହ ଆୟୋଜନ କରାଇଛନ୍ତି । ଦୀର୍ଘ ୪ ବର୍ଷ ଧରି ଏମାନେ ଗରୀବ ପୁଅ ଝିଅଙ୍କୁ ମାଗଣାରେ ବିବାହ କରାଇଛନ୍ତି । ଏହି ଗଣ ବିବାହରେ ସହରର ବିଭିନ୍ନ ମହଲର ଲୋକ ଯୋଗ ଦେଇଥିଲେ । ଅନ୍ୟପଟେ ୧୨ ଜଣ ଗରୀବ ଝିଅଙ୍କୁ ଜାନି ଯୌତୁକ ଦେଇ ଶଶୁର ଘରକୁ ପଠାଇଛନ୍ତି । ବ୍ରହ୍ମପୁରରେଏକାଥରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ୧୨ ଯୋଡା ବରକନ୍ୟା । ସାରା ଜୀବନ ସାଥି ହୋଇ ଚାଲିବା ପାଇଁ ସମ୍ପୂର୍ଣ୍ଣ ରୀତିନୀତିରେ ପରସ୍ପରର ହାତ ଧରିଥିଲେ । ଆଉ ଏ ଅବସର ହେଉଛି ଗଣ ବିବାହ ଉତ୍ସବର ।  ବ୍ରହ୍ମପୁର ଖାଜାସାହିରେ ଗଞ୍ଜାମ ମୁସଲିମ କଲଚୁରାଲ ଆସୋସିଏସନ ପକ୍ଷରୁ ୧୨ ଯୋଡ଼ା ଗରିବ ପୁଅ-ଝିଅଙ୍କ ଗଣବିବାହ ଅନୁଷ୍ଠିତ କରାଯାଇଥିଲା  ।

 ବ୍ରହ୍ମପୁର ସହରର ଇନରହ୍ୱିଲ୍ କ୍ଲବ ସହାୟତାରେ ଆୟୋଜିତ ହୋଇଯାଇ ଥିଲା *ଗଣ ବିବାହ* । ଆର୍ଥିକ ଅନାଟନ ସହ ଅନ୍ୟାନ୍ୟ କାରଣରୁ ବିବାହ କରି ପାରୁନଥିବା ୬ ଜଣ ଯୁବତୀଙ୍କୁ ଚିହ୍ନଟ କରି ପରିବାରର ସହମତିରେ କ୍ଲବ ପକ୍ଷରୁ ୬ ଜଣ ଚିହ୍ନଟ କରାଯାଇ ଥିଲା ଏହି ବିବାହ । ଏହି କାର୍ଯ୍ୟକ୍ରମରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଆଶୀର୍ବାଦ ପ୍ରଦାନ କରିଥିଲେ । ଆର୍ଥିକ ସମ୍ବଳ ଅଭାବ ଯୋଗୁଁ ବିବାହ ଭଳି ବ୍ୟୟ ବହୁଳ କାର୍ଯ୍ୟକୁ କରିପାରୁନଥିବା ଛଅଜଣ ଯୁବତୀଙ୍କୁ ନେଇ ବ୍ରହ୍ମପୁର ସହରରେ ଆୟୋଜିତ ହୋଇଥିଲା ଏକ ଗଣ ବିବାହ କାର୍ଯ୍ୟକ୍ରମ ।ସହରର ଇନରହ୍ୱିଲ୍ କ୍ଲବ ସହାୟତାର ଏଭଳି ଗଣ ବିବାହ କରାଯାଇଥିବା ବେଳେ ପୂର୍ବରୁ ଚିହ୍ନଟ ହୋଇଥିବା ଯୁବତୀଙ୍କୁ ପରିବାରର ସହମତିରେ ଆୟୋଜକ ବରପାତ୍ର ଚିହ୍ନଟ କରାଯାଇ ହୋଇଥିଲା ଏହି ବିବାହ ଉତ୍ସବ । ଏପରିକି ଏହି ବିବାହରେ ନବ ଦମ୍ପତି ଙ୍କ ସାମୁହିକ ଭାବରେ ବିବାହ ର ସମସ୍ତ କାର୍ଯ୍ୟ କରାଯାଇଥିବା ବେଳେ ସହରର ବହୁ ବୁଦ୍ଧିଜୀବୀ ସାଙ୍ଗକୁ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଉତ୍ସବରେ ଯୋଗ ଦେଇ କୁ ନବ ଦମ୍ପତି ଙ୍କୁ ଆଶ୍ରୀବାଦ ପ୍ରଦାନ କରିଥିଲେ ।ସହରର ଆୟୋଜିତ ଏହି ଗଣ ବିବାହ ଉତ୍ସବରେ ବିନା ଜାନି ଯୌତୁକରେ ବିବାହ ହୋଇଥିଲେ ୬ ଜଣ ଯୁବକଙ୍କ ଏପରିକି କ୍ଳବ ପକ୍ଷରୁ ପ୍ରତ୍ୟେକ ଝିଅ କୁ ବିବାହ ସମୟରେ ପ୍ରଦାନ କରାଯାଉଥିବା ସମସ୍ତ ସାମଗ୍ରୀ ବ୍ୟବହାର ପାଇଁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବର ବଧୂଙ୍କୁ ଆଶୀର୍ବାଦ ଓ ଶୁଭକାମନା ଜଣାଇଥିଲେ । ଅନୁଗୁଳ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଗୁଳ ଶାଖା ଦ୍ୱାରା ଅନୁଗୁଳରେ ପ୍ରଥମଥର ଆଦର୍ଶ ସାମୁହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।୨୦୧୮ ଫେବୃୟାରୀ ୧୦ ତାରିଖରେ ସରସ୍ୱତୀ ଶିଶୁ ଵିଦ୍ୟାମନ୍ଦିର ଠାରେ ଅନୁଷ୍ଟିତ ହେବ।ସମ୍ପୂର୍ଣ ଆର୍ଥିକ ସହାୟତା ସହ ୫୧ ଯୁଗଳଙ୍କ ବିବାହ କାର୍ଯ୍ୟ ଆୟୋଜନ ହୋଇଥିଲ । ଏ ନେଇ କିଭଳି ଆଦର୍ଶ ସାମୁହିକ ବିବାହ ଉତ୍ସବ ନିରାଡ଼ମ୍ବର ସହ ପାଳନ ହେବ ସେନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।ଏ ନେଇ ସବିଶେଷ ବିବରଣୀ ଓ ପଞ୍ଜିକରଣ ପାଇଁ ଅନୁଷ୍ଠାନ ର ପୁରୁଷୋତ୍ତମ ଅଗ୍ରୱାଲ ଓ ନନ୍ଦୁଲାଲ ଅଗ୍ରୱାଲ ସମସ୍ତ ଦାୟିତ୍ୱ ନେଇଥିଲେ ।

ପ୍ରଥମଥର ପାଇଁ ଟ୍ରାନ୍ସଜେଣ୍ଡରଙ୍କ ଏକ ସାମୁହିକ ବିବାହ ରାୟପୁରରେ ଆୟୋଜିତ ହୋଇ ସାରିଛି । ଏହି ବିବାହରେ ୧୫ ଜଣ ଟ୍ରାନ୍ସଜେଣ୍ଡର ନିଜ ପୁରୁଷ ସାଥିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଆୟୋଜନର ଖାସ୍ କଥା ହେଉଛି ଏହି ଟ୍ରାନ୍ସଜେଣ୍ଡରଙ୍କ କନ୍ୟାଦାନ ଖୋଦ୍ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭୁପେସ୍ ବଘେଲ୍ କରିଥିଲେ । ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟ ସମାରୋହରେ ଉପସ୍ଥିତ ରହିଥିଲେ ।

        ଖାଲି ଓଡ଼ିଶାରେ ନୁହଁ ଉତ୍ତରପ୍ରଦେଶରେ ମଧ୍ୟ ଗଣ ବିବାହ । ଲକ୍ଷେ ଝିଅଙ୍କ ସାମୁହିକ ବିବାହ କରାଇବେ ୟୁପିର ଯୋଗୀ ସରକାର ସାମୁହିକ ବିବାହ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଲକ୍ଷେ ଗରିବ ଝିଅଙ୍କ ବିବାହ କରିବାକୁ ସ୍ଥିର କରିଛନ୍ତି। ତେବେ ଏହି ବିବାହକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯିବ ବୋଲି ସୂଚନା ମିଳିଛି। ସରକାର ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଏହି ବିବାହ ସମ୍ପନ୍ନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ବିବାହ ମୁହୂର୍ତ୍ତକୁ ଦେଖି ୪ଟି ତିଥି ସ୍ଥିର କରାଯିବ। ସମାଜ କଲ୍ୟାଣ ବିଭାଗ ୨୦୧୯-୨୦ ବର୍ଷରେ ଏକ ଲକ୍ଷ ଯୋଡିଙ୍କ ବିବାହ କରିବାକୁ ଲକ୍ଷ୍ୟ ରଖିଛି। ଏହାର ମୁଖ୍ୟ ସଚିବ ମନୋଜ କୁମାରଙ୍କ ତରଫରୁ ଫିଲ୍ଡ ଅଫିସରମାନଙ୍କୁ ଏହାର ସୂଚନା ଦିଆଯାଇଛି। ସମସ୍ତ ଜିଲାଧିକାରୀଙ୍କୁ ଏହା ଉପରେ ବିଶେଷ ଦୃଷ୍ଟି ଦେଇ ଆୟୋଜନକୁ ସଫଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସବୁ ଜିଲାରୁ ଅବିବାହିତ ଗରିବ ଝିଅଙ୍କ ସମ୍ପର୍କରେ ରିପୋର୍ଟ ମଗାଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ଏହି ସାମୁହିକ ବିବାହରେ ଯୋଗୀ ସରକାର ଗୋଟିଏ ବିବାହ ପାଇଁ ୩୫ ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ ଚଳିତ ବର୍ଷ ଏହାକୁ ବୃଦ୍ଧି କରାଯାଇ ୫୧ ହଜାର କରାଯାଇଛି।

       ଗଣ ବିବାହ ଏକ ବହୁତ ସୁନ୍ଦର ସ୍ୱାଗତଯୋଗ୍ୟ ପ୍ରକ୍ରିୟା ଯାହା ଦ୍ୱାରା ଗରିବ ଶ୍ରେଣୀର ଲୋକ ମାନେ ବହୁଳ ଭାବେ ଉପକୃତ ହୋଇ ପାରୁଛନ୍ତି ।ବର୍ତ୍ତମାନ ବିଭିନ୍ନ ସମୟରେ ମନ୍ଦିର ଆଉ ମଣ୍ଡପ ମାନଙ୍କରେ ଗଣ ବିବାହ ବହୁଳ ଭାବେ ସମ୍ପାଦିତ ହେଉଛି। ଏହା ଦ୍ୱାରା ମଧ୍ୟ ବହୁତ ସନ୍ତାନ ନଥିବା ଦମ୍ପତି କନ୍ୟା ଦାନର ସୁଯୋଗ ଲାଭ କରି ପୁଣ୍ୟ ଅର୍ଜନ କରି ପାରୁଛନ୍ତି  ।ଆଗାମୀ ଦିନରେ କିପରି ଆମେ  ସଚେତନ ହୋଇ ଗଣ ବିବାହକୁ ଆହୁରି ତ୍ୱରାନ୍ୱିତ କରିପାରିବା ସେଥିପାଇଁ ପ୍ରଚେଷ୍ଟା ଜାରି ରଖିବା । ଯାହା ଦ୍ୱାରା ସବୁ ବର୍ଗର ଜନ ସାଧାରଣ ଉପକୃତ ହୋଇ ପାରିବେ ।ଏକ ସଚେତନଧର୍ମୀ ବିଷୟକୁ ପ୍ରତିଯୋଗିତାରେ ବିଷୟବସ୍ତୁ ରୂପେ ନେଇଥିବାରୁ ଉଦୟଭାନୁ ଗ୍ରୁପ ନିକଟରେ କୃତଜ୍ଞତା  ଜ୍ଞାପନ କରୁଛି  l

ଚୁନଭାଟି - ଗୋପାଳଗାଁ -
ବାଲେଶ୍ଵର
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।