ମହାସ୍ମୀତା
ହୃଦୟ କହୁଛି ତୁମ ସାଥେ ମୋର ଅନେକ ଦିନରୁ ଦେଖା
ତୁମେ ଚାଲିଗଲ ନୀରବରେ ପ୍ରିୟ
କାଟି ଦେଇ ସୀମାରେଖା।
ତୁମ ହାତ ଧରି ଚାଲୁଥିଲି ବାଟ
ଦୂରତା ମାପିନି କେବେ
ଆଜି ଦୂରେ ଦୂରେ ରହିଗଲ ପ୍ରିୟ
ଭାବୁଛି ମୁଁ ବସି ଏବେ
ଜୀବନ କାହିଁକି ବୋଝ ଭଳି ଲାଗେ
ଅପେକ୍ଷା ରେ ମୁଁ ଯେ ଏକା।।
ବାକି ଜୀବନକୁ କେମିତି କାଟିବି
ଥରେ ଆସି କହିଦିଅ
ତଥାପି ଆଜି ମୁଁ ତୁମ ବାଟ ଚାହିଁ
ଆବରଣେ ବରିନିଅ
ଚିରୁଡାଏ ଚିଠି ଶେଷ ଧାଡ଼ି ମୁଁ ଯେ
କାହାଣୀର ଇତି ଲେଖା।।

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।