ସସ୍ମିତା ମହାପାତ୍ର
ଚନ୍ଦ୍ରଜ୍ୟୋତ୍ସ୍ନା ବିଧୌତ ରଜନୀର ବୁକୁରେଉଛୁଳା ସେ ପ୍ରୀତିର ସମ୍ଭାର ।
ପ୍ରତିପକ୍ଷ ପ୍ରେମ ଦିଆନିଆ ମନ
ମାନ ଭଞନରେ ଭାବର ବେଭାର ।।
ସବୁକିଛି ସତ ଆଉ ମିଛ ବୋଲି ଜାଣି
ବି ଅନ୍ତରରୁ ଧାବମାନ ଭାବର ସମୀର ।
ନେତ୍ର କୋଣ ଚିରି ନୟନର ଜ୍ୟୋତି ଦିବାଲୋକେ ଅନ୍ଧକାରେ ରଚେ ଅଭିସାର ।।
ଏଠି ଡହଡହ ଖରା ବି ବସନ୍ତର ଛୁଆଁ ଦେଇ ପୁଲକିତ କରିବାରେ ବ୍ୟସ୍ତ ଓ ବିବ୍ରତ ।
ଏଠି ଧାରା ଶ୍ରାବଣର ବାଦଲ ଉହାଡେ ଉଇଁଆସେ ସଗର୍ବରେ ପ୍ରୀୟ ନିଶିକାନ୍ତ ।।
ଶୀତ ଏଠି ମିତ ବାହାନାରେ ମାଦକତା
ଶିହରଣେ ଭରିଦିଏ ଅବଶ ଶରୀରେ ।
ଋତୁର ପରିବର୍ତ୍ତନ ହେଉ କି ନହେଉ
ପ୍ରୀୟତମ ମନଲାଖି ବଦଳାଏ ରୁପରେ ରଙ୍ଗରେ ।।
ସୂର୍ଯ୍ୟର କିରଣ ହେଉ ଅବା ହେଉ
ରଜନୀରେ ଚାନ୍ଦର ସେ ଶୀତଳ ଜୋଛନା ।
ପ୍ରୀୟତମ କଥା ସବୁକାଳେ ବାହୁଥିବ ଶୁଷ୍କମରୁ ପରାଣେ ଚିରସ୍ରୋତା ଜାହ୍ନବୀ ଯମୁନା ।
ପୁରୁଣା ଭୁବନେଶ୍ବର
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।