ଉଷାରାଣୀ ପଣ୍ଡା

ତୁମେ ତ' ଆସିଲ କଳାମେଘ ସାଥେ
ବ୍ୟୋମକୋଳୁ ଧୀରେ ଓହ୍ଲାଇ
ଚପଳାର ଖେଳେ ଘଡଘଡି ନାଦେ
ମହୀକୁ ଦେଲ ଗୋ ଭସାଇ ।
କୃଷକ ଭାଇର ବିରସତା ମୁଖ
କ୍ଷଣେ ଗଲା କାହିଁ ଉଭେଇ
ଚାତକ ଚାତନ ହେଲା ନିବାରଣ
ତୃଷା ତା'ର ଦେଲ ମେଣ୍ଟେଇ ।
ଗବାକ୍ଷ କୋଣରେ ଦେଖୁଛି ତୁମକୁ
ଦୁଇ ଆଖି ମୋର ପୂରେଇ
ହାତରେ ଧରଛିି ଖାତା ଓ କଲମ
ଦୁଇପଦ ଦେବି ଗାରେଇ ।
ସୋମପେଣ୍ଠ - ଆନ୍ଧ୍ରପ୍ରଦେଶ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।