ଶୁଭସ୍ମିତା ବେହେରା
----------------------
ନିରବେ ନିରବେ କୁହୁଳି ଉଠେ ମୁଁ
ଏବେ ବି ତ ଝୁରେ ନିତି ତୁମକୁ,
ସଞ୍ଜରୁ ସକାଳ
ସକାଳରୁ ସଞ୍ଜ...
ଦିନପରେ ଦିନ ଗଡ଼ି ଚାଲେ
ମୋ' ଭାବନାରୁ କିନ୍ତୁ କ୍ଷାନ୍ତ
ନିଅ ନାହିଁ ତୁମେ...
ଭୁଲିଯା' ଭୁଲିଯା' ବୋଲି କହିଛ
ଅନେକ ଥର,
ସତରେ, କ'ଣ ସେଇ ଭୁଲି ଯିବାଟା ଏତେ ସହଜ...
ଜୀବନ ଯୁଦ୍ଧରେ ହାରିଛି ବୋଲି ତ
ଏବେ ଵି ମୁଁ ଅନୁତପ୍ତ,
ଅନୁତାପ କେଵେ କେଵେ
ପାଲଟେ ଅବସୋସ
ପୁଣି ବ୍ୟଥାର କାରଣ....
ଗପୁଡ଼ି ନୁହେଁ ମୁଁ
ତଥାପି ଗପି ଚାଲେ ଘଣ୍ଟା ଘଣ୍ଟା ତୁମ ସହ,
ଭାବନାରେ ରାତିରାତି ତମାମ୍,
ଏମିତି ଝିଅକୁ ଚୁପ୍ କରାଇ
କିମିତିଆ ଲାଭ ପାଇଲ...
ଜେନାପୁର (ଯାଜପୁର)
ଜୟ ସାହିତ୍ୟ, ଜୟ ସମାଜ
----------------------
ନିରବେ ନିରବେ କୁହୁଳି ଉଠେ ମୁଁ
ଏବେ ବି ତ ଝୁରେ ନିତି ତୁମକୁ,
ସଞ୍ଜରୁ ସକାଳ
ସକାଳରୁ ସଞ୍ଜ...
ଦିନପରେ ଦିନ ଗଡ଼ି ଚାଲେ
ମୋ' ଭାବନାରୁ କିନ୍ତୁ କ୍ଷାନ୍ତ
ନିଅ ନାହିଁ ତୁମେ...
ଭୁଲିଯା' ଭୁଲିଯା' ବୋଲି କହିଛ
ଅନେକ ଥର,
ସତରେ, କ'ଣ ସେଇ ଭୁଲି ଯିବାଟା ଏତେ ସହଜ...
ଜୀବନ ଯୁଦ୍ଧରେ ହାରିଛି ବୋଲି ତ
ଏବେ ଵି ମୁଁ ଅନୁତପ୍ତ,
ଅନୁତାପ କେଵେ କେଵେ
ପାଲଟେ ଅବସୋସ
ପୁଣି ବ୍ୟଥାର କାରଣ....
ଗପୁଡ଼ି ନୁହେଁ ମୁଁ
ତଥାପି ଗପି ଚାଲେ ଘଣ୍ଟା ଘଣ୍ଟା ତୁମ ସହ,
ଭାବନାରେ ରାତିରାତି ତମାମ୍,
ଏମିତି ଝିଅକୁ ଚୁପ୍ କରାଇ
କିମିତିଆ ଲାଭ ପାଇଲ...
ଜେନାପୁର (ଯାଜପୁର)
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।