ଶେଷରେ ତୁମେ ଦେଇ ଦେଲ ନା ମୋର ପରିଚୟ ମାୟାବିନି ଜହ୍ନ
ଲଗାଇ ଦେଲନା ମୋର ଶରୀରରେ
ତୁମ ଦେହର ଶ୍ୟାମଳ ରଂଗ
କରିଦେଲ ନା ମୋତେ କଳଙ୍କିତ ।।
ତୁମକୁ ମୋର ସ୍ମିତ ହସ ଭଲ ଲାଗେନି
ନା ତେବେ କହିଦେଲ ନି
ଥରୁଟିଏ ମୁଁ ହସି ନଥାନ୍ତି ଚୀରଦିନ ପାଇଁ ।।
ତୁମକୁ ମୋର ରୂପ ଭଲ ଲାଗେନି ନା ତେବେ
କହିଦେଲ ନି ମୁଁ ଦୂରେଇ ଯାଇଥାନ୍ତି ଚିରଦିନ ପାଇଁ
ଅଭିଯୋଗ ଟିକିଏ ବି ନଥାନ୍ତା ତୁମ ପାଇଁ ।।
ମନରେ ମନ ମିଶାଇ ସର୍ବଶ ଲୁଟିନେଲା ପରେ
ଶେଷରେ ଦେଇ ଦେଲ ନା ମୋର ପରିଚୟ ମାୟାବିନି ଜହ୍ନ ।।
ତମେ କରାଇ ଥିବା ସେ ନାମକରଣ ଅଥୟ କରୁଛି ମନ
ପ୍ରତି ଟି ମୁହୂର୍ତ୍ତରେ ବଢାଉଛି ମୋର ହୃଦୟ ର ସ୍ପନ୍ଦନ ।।
ସତେ ଅବା କିଏ ମୋତେ ବାରମ୍ବାର ଡାକୁଛି
ଏଇ ମାୟାବିନି ଜହ୍ନ ।।ଗାଁ - ବାଘୁଆ ,ପୋ- କଣ୍ଟାପଡ଼ା ,
ଜିଲ୍ଲା - କଟକ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।