ପ୍ରଣତି ମହାପାତ୍ର
ମୋ ପରି ମତେ କରିଅଛ ପ୍ରଭୁ
ସେଥିରେ ମୁଁ ଅଛି ଖୁସିକାହିଁକି କହିବି କର ଫୁଲ ପରି,
ଅବା କର ଆଉ କିଛି (0)
ତୁମ ଭାବନାରେ ଗଢ଼ିଅଛ ମତେ
ଯାହା ମୋର ପାଇଁ ଭଲ
ଆଉବା ଅଧିକ କାହିଁକି ଲୋଡ଼ିବି
ହେବାକୁ କାହାର ତୁଲ,
ଭଲ ପାଉଥିବି ତୁମ ଦେବା ଦାନ
ଆଶିଷ ମୋ ପାଇଁ ବାଛି l (1)
ଯାହାକୁ ଯେମିତି କରିଅଛ ତୁମେ
ସେମିତି ହୋଇଛି ସିଏ
ରୂପ ରସ ଗନ୍ଧ ଗୁଣ ବିଭାନେଇ
ଚମକେ ଯାହାର ଯିଏ,
ଦିବସ ତୁମର ସୁନ୍ଦର ହେଲେବି
ଅସୁନ୍ଦର ନୁହେଁ ନିଶି (2)
ଅଡଶପୁର,କଟକ
ଜୟ ସାହିତ୍ୟ, ଜୟ ସମାଜ

ଅତି ସୁନ୍ଦର କବିତା
ReplyDeleteହୃଦୟସ୍ପର୍ଶୀ କବିତା
ReplyDeleteଅତି ଚିତ୍ତାକର୍ଷକ
ReplyDelete