ବିରଞ୍ଚି ନାରାୟଣ ମଲ୍ଲିକ
ପାଟେଳି,ନିଆଳି,କଟକ
ଜୟ ସାହିତ୍ୟ, ଜୟ ସମାଜ
ଉଜାଡି ଦେଇଛି ଫନି
ମୋ' ଛୋଟ ସଂସାରେ ପଡିଲା ନଜର
ସୁଖ ଶିରୀ ସହିଲାନି ।
ହୃଦେ ଜାଗେ ବ୍ୟଥା ଘୂରି ଯାଏ ମଥା
ପାଟି ମାରିଯାଏ ଖନି
ଦଇବ ତ ଦେଲା ସେ ଦାରୁଣ ଦୁଃଖ
ଆଖିରୁ ଝରଇ ପାଣି ।
ଉଡିଲା ଛପର ଭାଙ୍ଗି ଗଲା ଘର
ଆଉଜା' ରହିଲା ବାକି
ସେହି ବାକି ଏହି ଜୀବନ ମୋହର
ରହିଗଲା ମୂକସାକ୍ଷୀ ।
ମୋ' ଘରେ କୁଣିଆଁ ସୂର୍ଯ୍ୟ ଚନ୍ଦ୍ର ତାରା
ନିତି ହୁଏ ଦେଖାଦେଖି
ଦିନକୁ ଦି'ମୁଠା ନ ମିଳେ ଆହାର
ତା' ଶୁଖିଲା ଓଠ ମୁହଁକୁ ଚାହିଁଲେ
ସହିବ କି ବାପ ଛାତି
ଭୋକ ଉପାସରେ ସିଝୁଛୁ ଖରାରେ
ତାରା ଗଣି ବିତେ ରାତି ।
ବାତ୍ୟା ଆସି ଗଲା ସୁଖ ଲୁଟି ନେଲା
ମୋ' ଘରେ ଜଳୁନି ଚୁଲି
ରାସନ୍ କାର୍ଡ୍ଟି ନାହିଁ ବୋଲି ମୋର
ବାତ୍ୟା ଆସି ନାହିଁ ବୁଲି ।
ଉଜୁଡା ସଂସାର ସଜାଡୁଛି ମୋର
ମୁଣ୍ଡ ଝାଳ ତୁଣ୍ଡେ ମାରି
ହୋଇ ବାସହରା ଖୋଜୁଛି ସାହାରା
ସର୍ଭେ କଲେ ସରକାରୀ ।
ସର୍ଭେ ତାଲିକାରେ ନାମ ନାହିଁ ମୋର
ଘରଭଙ୍ଗା ମିଳିବନି
ସରକାରି ଦାନ ହୁଏ ବାଟବଣା
ଲୁଟେ ରାଜନେତା ଧନି ।
ନେତା ଅଫିସର ଗରିବ ରକତ
ପିଉଥା'ନ୍ତି ନିତି ଝୁଣି
ଗରିବ ବିଚରା ଜଳକା ଚାହିଁଛି
ମରଣର ଦିନ ଗଣି ।
ପାଟେଳି,ନିଆଳି,କଟକ
ଜୟ ସାହିତ୍ୟ, ଜୟ ସମାଜ


ଖୁବ ସୁନ୍ଦର
ReplyDelete