ସଦାନନ୍ଦ ସାହୁ

ଇତିହାସ କହେ ସ୍ମୃତି ଅବକାଶେ
ପରାଧୀନ ଦୁଃଖ ଗାଥା ,
ଗୋରା ସାଶନର କ୍ରୁରତା ଭୀଷଣ
ନଇଁ ପଡିଥିଲା ମଥା ! !
ଖଣ୍ଡ ବିଖଣ୍ଡିତ ଥିଲା ଏ'ଭାରତ
ଦୁର୍ବଳତା ଥିଲା ଭରି ,
ଦେଶୀୟ ରାଜାଙ୍କ କଳହ କନ୍ଦଳ
ବିଦେଶୀଙ୍କୁ ଦେଲା ଡୋରି !!
ଗୋରା ଇଂରେଜୀଟା କବ୍ଜା କରିନେଲା
ସ୍ଵର୍ଣ୍ଣମୟୀ ଭାରତୀକୁ ,
ଅତୁଲ୍ୟ ଭାରତ ହେଲା ହୀନିମାନ
ଫାଟିଗଲା ତା'ର ବୁକୁ !!
ନିର୍ଯାତନା ଭାର ହେବାରୁ ଅସହ୍ୟ
ଜାଗିଲେ ଭାରତ ବାସୀ ,
ଦୀର୍ଘକାଳ ଧରି ଏ'ଗୋରା ବେପାରୀ
ଅନ୍ୟାୟ କଲେଣି ବେଶି ! !
ଏକ' ମନ ହୋଇ ତଡ଼ିବା ବିଦେଶୀ
ସ୍ଵାଧୀନତା ହେଵ ପ୍ରାପ୍ତ ,
ଗୋରା ସାଶକର ହେବାନି ଗୋଲାମ
ସାଜିବାତ ଦେଶ ଭକ୍ତ ! !
ଅଦ୍ଭୁଦୟ ହେଲା ଜାତୀୟ ଏକତା
ଗାନ୍ଧୀ ମହାତ୍ମାଙ୍କ ପାଇଁ ,
କେତେ ମାନ୍ୟଗଣ ମହାନ ପୁରୁଷ
ସ୍ଵେଚ୍ଛାରେ ଆସିଲେ ଧାଇଁ ! !
ସୁବାଷ ବୋଷ ତୀର୍ଯ୍ୟକ ପୁରୁଷ
ସ୍ଵାଧୀନତା ସୁତ୍ରଧର ,
ବଲ୍ଲଭ ପଟେଲ ସଂହତି ସ୍ଥାପକ
ବୈପ୍ଳବିକ ଯୋଗ୍ୟବୀର !!
ବାଲ ଗଙ୍ଗାଧର ଚେତନାର ଦ୍ଵାର
ବଖାଣିଲେ ମାତୃ ପ୍ରୀତି ,
ଲାଲରାଜପତ ସଂଗ୍ରାମ ନାୟକ
ଅଭୁଲା ଏ'ସବୁ ସ୍ମୃତି !!
ଅନ୍ଧକୂପ ଠାରୁ ଜାଲିଓ୍ଵାନା ବାଗ
ଇଂରେଜର ପାପକର୍ମ ,
କ୍ରୁର ବିଭିଷିକା ଦୃଶ୍ୟ ସ୍ମରଣିକା
ଇତିହାସେ ଯୋଡେ ଫର୍ଦ୍ଦ !!
ଅହିଂସାର ମାର୍ଗ ବିଜୟ ସଂକେତ
ମହାନ ଆତ୍ମାଙ୍କ ବାଣୀ ,
ଏହି ସୁତ୍ରଧରି ସର୍ବ ଦେଶ ବାସୀ
ଏକାଠି ହୋଇଲେ ଜାଣି !!
ବହୁ ସଂଘର୍ଷରେ ବିଜୟ ଲଭିଲେ
ଆମରି ଜନ ନାୟକ ,
କେତେ ବଳିଦାନ କଳ୍ପନା ଅତୀତ
ବରପୁତ୍ର ପୂଜ୍ୟସ୍ପଦ !!
ଉଣେଇଶ ଅଙ୍କ ଶୁଭ ପ୍ରଦାୟକ
ସତଚାଳିଶି ମସିହା ,
ଅଗଷ୍ଟ ମାସର ପନ୍ଦର ତାରିଖ
ଉଡିଲା ବିଜୟ ଧ୍ଵଜା !!
ମାଆ ଭାରତୀର ବିଜୟ ଦିବସ
ଉଡୁଛି ତ୍ରିରଙ୍ଗା ବାନା ,
ହେ'ଭାରତବାସୀ ହସିଉଠ ଆଜି
ମନକର ନାହିଁ ଊଣା !!
କାରା କର୍ମଚାରୀ
ମଣ୍ଡଳ କାରାଗାର,
ଚୌଦ୍ବାର,କଟକ
୭୯୭୮୫୧୭୯୯୮
ଜୟ ସାହିତ୍ୟ, ଜୟ ସମାଜ
ଭିନ୍ନ ସ୍ଵାଦର କବିତା
ReplyDeleteଅଶେଷ ଧନ୍ୟବାଦ ଜଣାଉଛି।🙏🙏🙏❤️❤️❤️
Deleteଭିନ୍ନ ସ୍ଵାଦର କବିତା
ReplyDeleteବହୁତ ବହୁତ ଧନ୍ୟବାଦ।🙏🙏🙏❤️❤️
Delete