ବସନ୍ତ ମଞ୍ଜରୀ ଦାସ ଶୂନ୍ଯ ବୋଲି ମୋ ସମ୍ରାଟ ଦେହେ
କଳଙ୍କ ବୋଳୁଛ ଖାଲି
ଶୂନ୍ଯରୁ ପୂର୍ଣ୍ଣ ପୂର୍ଣ୍ଣରେ ଲୀନ
ଏକଥା ଯାଉଛ ଭୂଲି ।
କବିକୁଳ ହୁସିଆର ;
ଶୂନ୍ଯ ଗଗନ ବୋଲି ମସୀ ମୁନେ
ଲେଖ ନାହିଁ ବାରମ୍ବାର ।
ନିତି ତା'ଛାତିରେ ଦହନର ଜ୍ଜ୍ବାଳା
ବୁଝେ ଖାଲି ଅନୁଭବି
ଅନୁଭବ ଯେବେ ନାହିଁ ତୁମ ପ୍ରାଣେ
କେମିତି ସାଜୁଛ କବି ?
କୋଳେ ବାରିଦ ଭାର ;

ଦିନେ ଦଣ୍ଡେ ନୁହେଁ ଦଶ ମାସ ଧରି
ଝରାଏ ବରଷା ଧାର ।
ଶୂନ୍ଯ ଗଗନ ବୋଲି...........।
ଦୁନ୍ଦୁଭିର ନାଦ ଝଡ଼ ଦିଏ ଖେଦ
ତଥାପି ଆବୋରେ ଶାନ୍ତି
ପକ୍ଷୀଙ୍କୁ ଶିଖାଏ ଲଂଙ୍ଘି ଯାଅ ସୀମା
ଭର ପ୍ରାଣେ ପ୍ରାଣେ ମୈତ୍ରୀ ।
ଶୁଣ ସାଗରର ସ୍ବର ;
ତା' ଛାତିରେ ଛାତି ମିଶାଇ ଭାଷଇ
ତୁମେ ପରା ରତ୍ନାକର !
ଶୂନ୍ଯ ଗଗନ...........।
ତୁମେ ସିନା ଏବେ ମାଟିଘର ଭାଙ୍ଗି
ସଉଧ ତୋଳୁଛ ନିତି
ଅଭ୍ରଂକଷ କହି ଛୁଇଁବାକୁ ତା'ର
ସରଳ କୋମଳ ଛାତି ।
ଭବିଷ୍ଯକୁ ନାହିଁ ଡ଼ର ;
ସାଗର ଢ଼େଉରେ ପବନ ସୁଅରେ
ହେବ ସବୁ ଛାରଖାର ।
ଶୂନ୍ଯ ଗଗନ ବୋଲି........... ।
ମୁଁ ସିନା ମିଶିବି ଜଳର ବକ୍ଷରେ
ସମ୍ରାଟ ଆସିବେ ପାଶେ
ଜଳ ଆଇନାରେ ମୁହଁକୁ ଦେଖାଇ
ଭାଷୁଥିବେ ମନହାସେ ।
ଥୟ ଧର ଥୟ ଧର ;
ଏଥର ମାନବ ଚ଼େତନା ଲଭିବେ ତୋଳିଯିବେ ମାଟିଘର ।
ଶୂନ୍ଯ ଗଗନ........... ।
ସମ୍ପାଦିକା - ସୁଶ୍ରୀ ଶୁଭଶ୍ରୀ
ସାଗବାରିଆ, ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।