ମହେନ୍ଦ୍ର ପ୍ରସାଦ ଦାସ

ରୁପା ଜହ୍ନକୁ ମୁଁ କାହିଁକି କହିବି
ରୂପା ପରି ସିଏ ଦିଶେ
ସବୁ କବି ରବି କବିତା ଗୀତିରେ
ସେ ନାଆଁଟି ଘୋଷି ବସେ।।
କହନ୍ତି ତା' ରୂପେ ରହିଛି କଳଙ୍କ
ବିଜ୍ଞାନରେ ଆନ କଥା
ତେଣୁ ସବୁ ଲେଖା ଲେଖିରେ ନଥାଏ
ଶତକଡାରେ ସତ୍ୟତା।
ସମୁଦ୍ର ଜଳରେ ହୁଅନାହିଁ ଦଳ
ଲବଣାଂଶ ଥାଏ ବୋଲି
ମନର ଜଳରେ କଳ୍ପନା ଜଳ୍ପନା
କାୟା ବିସ୍ତାରନ୍ତି ଖୋଲି।
ପୋଖରୀର ଜଳ ସ୍ଥିର ଥାଏ ପୁଣି
ଥୟରେ ଥିଲେ ପବନ
ମନର ଜଳକୁ ଅସ୍ଥିର ନ କର
ନିର୍ମଳ କର ପରାଣ।
ଦୀପରେ ସଳିତା ତୈଳିକ ଦରବ
ଅଗ୍ନି ତହିଁ ସଂଯୋଗିଲେ
ଅଯୋଗରେ ଅଗ୍ନି ଜଳିବ କି ବହ୍ନି
ତ୍ରିଦ୍ରବ୍ୟ ଏକତ୍ର ହେଲେ ।
ସମାସ୍ୟା ରହିଲେ ସମାଧାନ ଥାଏ
ଭୋକ ଥିଲେ ଅଛି ଖାଦ୍ୟ
ସୁବିଧାଖୋଜିଲେ ଅସୁବିଧା ଥାଏ
ଏ କଥା ମନରେ ହେଜ।।
ବୈପାରୀଗୁଡ଼ା (କୋରାପୁଟ)
ହାଲୋ - ୯୪୩୮୩୭୫୮୭୮
ଜୟ ସାହିତ୍ୟ, ଜୟ ସମାଜ

ରୁପା ଜହ୍ନକୁ ମୁଁ କାହିଁକି କହିବି
ରୂପା ପରି ସିଏ ଦିଶେ
ସବୁ କବି ରବି କବିତା ଗୀତିରେ
ସେ ନାଆଁଟି ଘୋଷି ବସେ।।
କହନ୍ତି ତା' ରୂପେ ରହିଛି କଳଙ୍କ
ବିଜ୍ଞାନରେ ଆନ କଥା
ତେଣୁ ସବୁ ଲେଖା ଲେଖିରେ ନଥାଏ
ଶତକଡାରେ ସତ୍ୟତା।
ସମୁଦ୍ର ଜଳରେ ହୁଅନାହିଁ ଦଳ
ଲବଣାଂଶ ଥାଏ ବୋଲି
ମନର ଜଳରେ କଳ୍ପନା ଜଳ୍ପନା
କାୟା ବିସ୍ତାରନ୍ତି ଖୋଲି।
ପୋଖରୀର ଜଳ ସ୍ଥିର ଥାଏ ପୁଣି
ଥୟରେ ଥିଲେ ପବନ
ମନର ଜଳକୁ ଅସ୍ଥିର ନ କର
ନିର୍ମଳ କର ପରାଣ।
ଦୀପରେ ସଳିତା ତୈଳିକ ଦରବ
ଅଗ୍ନି ତହିଁ ସଂଯୋଗିଲେ
ଅଯୋଗରେ ଅଗ୍ନି ଜଳିବ କି ବହ୍ନି
ତ୍ରିଦ୍ରବ୍ୟ ଏକତ୍ର ହେଲେ ।
ସମାସ୍ୟା ରହିଲେ ସମାଧାନ ଥାଏ
ଭୋକ ଥିଲେ ଅଛି ଖାଦ୍ୟ
ସୁବିଧାଖୋଜିଲେ ଅସୁବିଧା ଥାଏ
ଏ କଥା ମନରେ ହେଜ।।
ବୈପାରୀଗୁଡ଼ା (କୋରାପୁଟ)
ହାଲୋ - ୯୪୩୮୩୭୫୮୭୮
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।