ସଂଯୁକ୍ତା ରାଉତ (ଶିକ୍ଷୟିତ୍ରୀ)
ମାୟା ସଂସାରର ରଙ୍ଗ ମଞ୍ଚ ପରେକରୁ ଆମେ ଅଭିନୟ
ମିଛ ସମ୍ପର୍କର ରଙ୍ଗ ବୋଳି ହୋଇ
ମାୟାରେ ହୋଇ ତନ୍ମୟ
ଭୂଲ୍ କେତେ କରୁ ଠିକ୍ କେତେ କରୁ
ହିସାବ ନ ଥାଏ ପାଖେ
ଯାହା ଇଙ୍ଗିତରେ କରୁ ଅଭିନୟ
ସେହି ଏକା ସବୁ ଦେଖେ ୲୲
ଏ ମହୀ ମଞ୍ଚର ଜୀବନ ନାଟକେ
ସେହି ଏକା ନିର୍ଦ୍ଦେଶକ
ଲୀଳାମୟ ସିଏ ଭାବର ଠାକୁର
ସେହି ତ ଶ୍ରେଷ୍ଠ ଦର୍ଶକ କରି କରାନ୍ତି ସେ ସବୁତ ଦେଖନ୍ତି
ପାଖେ ଥାଇ ହସି ହସି
ହାତ ସେ ତାହାର କେବେ ଛାଡ଼ନ୍ତିନି
ଥାଏ ଯେ ତାଙ୍କୁ ଭରସି
ବିବେକ ବୁଦ୍ଧିର ବଳେ ବଳୀୟାନ
ହୋଇପାରେ ଯେଉଁ ନର
ଜୀବନ ନାଟକ ଯବନିକା ଅନ୍ତେ
ଜିତାପଟ ହୁଏ ତା'ର
ଜୟପୁର , କୋରାପୁଟ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।