ସନ୍ଦୀପା ମହାପାତ୍ର
ମଦ ଏମିତି ଏକ ସୁପରିଚିତ ଜିନିଷ , ବାଲ୍ଯ ଠୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କର ଜୀବନ କହିଲେ ଚଳେ । ଟିଭି,ଖବରକାଗଜ ଇତ୍ଯାଦିରେ ନିତିଦିନ ବାହାରୁଛି - "ମଦ୍ଯପାନ ସ୍ବାସ୍ଥ୍ୟ ପକ୍ଷେ କ୍ଷତି କାରକ।" ହେଲେ ଲୋକ ମାନେ କ'ଣ ସେ ସବୁକୁ ଶୁଣୁଛନ୍ତି ନା ମାନୁଛନ୍ତି ? ଯେମିତି ଏପଟ କାନରେ ପୂରାଇ ସେପଟ କାନରେ ବାହାର କରି ଦେଉଛନ୍ତି । ହେଲେ ସେହି ମଦ ପାଇଁ ଆମ ସରକାର ମାନ୍ଯବର ଶ୍ରୀ ନବୀନ ବାବୁ ଲାଇସେନ୍ସ ଉପରେ ଲାଇସେନ୍ସ ଦେଇ ଚାଲିଛନ୍ତି ଗଳି ଗଳିରେ,ଛକକୁ ଛକ ମଦ ଦୋକାନ ଖୋଲିବା ପାଇଁ । ଏମିତିକି ସେ ଗୋଟିଏ କଥା ପ୍ରଚାର କରିଛନ୍ତି ଯେ ସବୁଠୁ ଅଧିକ ମଦ ଯିଏ ସେଲ୍ କରି ପାରିବ , ତାକୁ ଆୱାର୍ଡ ମିଳିବ । ଏହାଠୁ ଲଜ୍ଯାର କଥା ଆମ ସମାଜ ପାଇଁ ଆଉ କ'ଣ ହୋଇପାରେ ?
ସବୁଠୁ ଶସ୍ତା ଏବଂ ସୁନ୍ଦର ମଦ ଗାଉଁଲି ଲୋକଙ୍କ ପାଇଁ ଆସ୍କାଫର୍ଟି, ଯା'ର ମୂଲ୍ଯ ମାତ୍ର ୫୦ ଟଙ୍କା । ଆମ ନବୀନ ବାବୁ ସେ ସବୁକୁ ପୁରା ଖୁଲମ ଖୁଲା ବିଚ୍ ବଜାରରେ ବିକ୍ରି କରିବାକୁ ଆଦେଶ ଦେଉଛନ୍ତି । ୧୯ ବର୍ଷର ଶାସନ ଭିତରେ କିଛି କରନ୍ତୁ କି ନାହିଁ , ହେଲେ ୨୦୧୯ ମସିହାରେ ସେ ତାଙ୍କ କାମ କରିକି ଦେଖାଇ ଦେଲେ । ସମସ୍ତଙ୍କ ଘରେ ଘରେ ମଦ ପୂରାଇ ଦେଲେ ଆଉ କାହାକୁ ଯେ ବାକି ରଖିଲେ ? ଯେମିତି ଭାତ ସହିତ ତରକାରୀ ଜରୁରୀ , ଆଜିର ଲୋକଙ୍କ ପାଇଁ ମଦ ସେମିତି ଜରୁରୀ ହୋଇପଡିଛି । ଆମ ସରକାର ମାନ୍ଯବର ଶ୍ରୀ ନବୀନ ବାବୁ କ'ଣ ଚାହାଁନ୍ତି ଦେଶର ଭବିଷ୍ଯତକୁ ଏମିତି ନଷ୍ଟ କରିବାକୁ ! ସେ ସିଧା ସଳଖ ଭାବରେ କିଛି ନ କରି ଏମିତି ମଦ ମାଧ୍ଯମରେ ମଧ୍ଯବିତ ପରିବାରର ଓ ପୂରା ଗରିବ ମାନଙ୍କର ଜୀବନକୁ ବର୍ବାଦ କରିକି ଛାଡିବେ ! ତା'ଠୁ ସୁନ୍ଦର ଜିନିଷ ଦ୍ବିତୀୟ ବର୍ଗର ମଣିଷଙ୍କ ପାଇଁ ରଖିଛନ୍ତି ଆସ୍କାଫର୍ଟି ସହ କୁକୁଡା ମାଂସ ୨ଖଣ୍ଡ ପକାଇ ଲୋକଙ୍କଠୁ କାମ ହାସଲ କରି ନେବେ ।
ମଦୁଆ ମାନେ ମଦ ପିଇବାକୁ ଘରର ଭିଟାମାଟିକୁ ବି ବନ୍ଧା ପକାଇବା ବା ବିକ୍ରି କରିବାକୁ ପଛଘୁଞ୍ଚା ଦେଉ ନାହାଁନ୍ତି । ଭିଟାମାଟି ତ ପଛକଥା ; ଦରକାର ପଡ଼ିଲେ ସ୍ତ୍ରୀର ଶଙ୍ଖା - ମଙ୍ଗଳସୂତ୍ର ବିକିବାକୁ ମଧ୍ୟ ପଛାଉ ନାହାଁନ୍ତି । ଯେଁଉଟାକି ଗୋଟିଏ ସଧବା ନାରୀର ପରିଚୟ ଏମିତିକି ପିଇବାକୁ ପାଖରେ ଟଙ୍କା ୫୦ ନ ଥିଲେ ଘରର ଇଜତ ବା ନିଜ ସ୍ତ୍ରୀ-ମା-ଭଉଣୀଙ୍କୁ ବନ୍ଧା ପକାଇବାକୁ ଲୋକ ପଛଘୁଞ୍ଚା ଦେଉ ନାହାନ୍ତି । ମଦ ପାଇଁ ମଣିଷ କେଉଁ ସ୍ତରକୁ ଆସି ଯାଉଛନ୍ତି ତାହା ଅବିଶ୍ବାସ ମୂଳକ ।
ମାନ୍ଯବର ଶ୍ରୀ ନବୀନ ବାବୁ ଏମିତି ଯୋଜନା କରି ସେମାନଙ୍କ ସଂସାର ଉଜାଡ଼ିବାକୁ ବସିଛନ୍ତି । ଲୋକେ ତ ଟଙ୍କା ଲୋଭରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ନବୀନ ବାବୁଙ୍କୁ ଜିତଉଛନ୍ତି । ନବୀନ ବାବୁ ଜିତି ଗଲା ପରେ , ସେ ନିଜେ ବା ତାଙ୍କ ଦଳୀୟ ନେତା ସାଧାରଣ ଜନତାଙ୍କୁ ଦେଇଥିବା ପ୍ରତିଶୃତି ବି ମଧ୍ୟ ଭୁଲି ଯାଆନ୍ତି । କେତେ ମା' , ସ୍ତ୍ରୀ , ଭଉଣୀ , ବାପା ଇତ୍ଯାଦି ହା' ହା'କାର ହୋଇ ବୁଲୁଛନ୍ତି । କେଉଁଠୁ କିଛି ଔଷଧ ମିଳୁଛି ମଦ ଛାଡିବା
ପାଇଁ । ଆଉ କିଛି ଲୋକ ଲୋକଙ୍କୁ ନେଇ ନିଶା ନିବାରଣ କେନ୍ଦ୍ରରେ ଛାଡୁଛନ୍ତି । ହେଲେ କ'ଣ ଯେ ହେବ ? ସରକାର ଆମଠୁ ସବୁ ପ୍ରକାରରେ ଟଙ୍କା ଝୁଣି ଝୁଣି ନେଉଛନ୍ତି । ପିଇବା ପାଇଁ ନେଲେ ଟଙ୍କା , ସେ ପିଇକି କେଉଁଠି ରାସ୍ତାରେ ପଡ଼ି କାହାକୁ ମାର୍ପିଟ୍ କର ଇତ୍ଯାଦି ପାଇଁ ଟଙ୍କା ; ଏପଟେ ଔଷଧ ପାଇଁକା ଟଙ୍କା - ସେ ସବୁ ପ୍ରକାରେ ଆମଠୁ ଶୋଷି ନେଉଛନ୍ତି ଟଙ୍କା । ହେଲେ ଆମେମାନେ ସେ କଥା ନ ବୁଝି ଭୋଟ୍ ସମୟରେ କିଛିଟା ଟଙ୍କା ଲାଳସାରେ ତାଙ୍କୁ ଭୋଟ୍ ଦେଇ ପୁଣି ଜିତେଇ ଥିଲୁ କିଛି ନୂଆ କାମ କରିବେ ଏ ସମାଜ ପାଇଁ । ତା' ବଦଳରେ ସେ ଏ ସମାଜକୁ ନଷ୍ଟ କରିବା ପାଇଁ ଆଉ ଏକ ନୂଆ ଯୋଜନା କରିଲେ ।
ଘରେ ଖାଇବାକୁ ମୁଠେ ନଥିବ ଆଉ ଚୂଲି ମୂଳେ ବିଲେଇ ଶୋଇଥିବେ , ସପରିବାର ମୁଣ୍ଡ ଗୁଞ୍ଜିବାକୁ ଘର ଉପରେ ନଥିବ ଛଣ ; ଦିନ ଦ୍ବିପ୍ରହର ଆଲୁଅରେ ଦେଖା ଯାଉଥିବେ ସୂର୍ଯ୍ୟ । ରାତି ହୋଇଗଲେ ଆକାଶରେ ସେ ଚିକ୍ମିକ୍ କରୁଥିବା ତାରା ଗଣୁଥିବେ ; ମା , ମାଉସୀ,ଭଉଣୀ, ସ୍ତ୍ରୀ କେଉଁଠି ଯାଇ ପର ଘରେ ବାସନ ମାଜି କେତଟା ଟଙ୍କା ଆଣି ଥିବେ କ'ଣ ଟିକେ ଖାଇବା ପାଇଁ । ହେଲେ ସେତକ କରାଇ ଦିଅନ୍ତି ନାହିଁ ଆଜିର ମଦୁଆ ମାନେ । ଟଙ୍କାକୁ ତ ଦେଖୁ ଦେଖୁ ତାଙ୍କୁ ପିଇବା କଥା ମନେ ପଡେ । ତାଙ୍କର କ'ଣ ଅଛି ସ୍ତ୍ରୀ,ପିଲା,ମା,ଭଉଣୀ ଖାଇଲେ କି କୁଆଡେ ମଲେ-ଗଲେ , ତାଙ୍କୁ ଦିନକୁ ୩ ଓଳି ମଦ ପିଇବାକୁ ମିଳି ଗଲେ ତାଙ୍କ ଦିନ ଆନନ୍ଦରେ କଟେ । ଯେମିତି ସେ ସତେ ସ୍ବର୍ଗର କେଉଁ ଅପସରୀ ରମ୍ଭା,ମେନକା,ଉର୍ବଶୀଙ୍କ ପାଖରେ ଅଛନ୍ତି ବୋଲି ।ମଦ - ମ-ରେ ମୃତ୍ୟୁ ଓ ଦ - ରେ ଦରିଦ୍ର । ଅନ୍ଧ ସରକାର ସ୍ଥାଣୁ ପ୍ରଶାସନର କାର୍ଯ୍ଯ ହତୋତ୍ସାହିତ କରେ କିଛି ବୁଦ୍ଧିଜୀବିଙ୍କୁ । ଜାଣି ମରଣ ଆମନ୍ତ୍ରଣ ।
ସରତୋଳା - ବାମରା - ଗରଦପୁର
ପାଟକୁରା - କେନ୍ଦ୍ରାପଡା
ଜୟ ସାହିତ୍ୟ, ଜୟ ସମାଜ




No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।