ଭାରତୀ ରଥ (ଶିକ୍ଷୟିତ୍ରୀ) ***************
ପିତା ମାତାଙ୍କୁ ଯେ ଦିନେ ପୂଜନ୍ତିନି
ଦିଅନ୍ତି ନାନା କଷଣ
ଗପ, କବିତାରେ ଦେଖାଇ ହୁଅନ୍ତି
ଶୁଣାନ୍ତି କେତେ ଭାଷଣ ।
ଜୀବନଟା ସାରା ଯେତେ ଚାହିଁଲେ ବି
ଶୁଝେନି ଯାହାର ଋଣ
ବରଷକେ ତାଙ୍କୁ ଗୋଟିଏ ଦିବସ
କରିଥାନ୍ତି ସମର୍ପଣ ।
ଜିଇଁ ଥିବା ବେଳେ ପେଟକୁ ନ ଦେଇ
ଖାଇବାକୁ ଗଣ୍ଡେ ଭାତ
କ୍ଷୀରି, ପୁରୀରେ ସେ ଭସାଇ ଦିଅନ୍ତି
ଶୁଦ୍ଧିକ୍ରିୟା ସତେ ଯାତ ।
ପିତୃଦେବ ଭବ, ମାତୃଦେବ ଭବ
କଥାରେ କେତେ ଭକତି
ଜରାନିବାସରେ ଛାଡିଦେଲା ବେଳେ
ଥରେନି ତାଙ୍କର ଛାତି ।
ପ୍ରତିଷ୍ଠା ଅର୍ଜନ ପାଇଁ ସେ ମନ୍ଦିରେ
କରନ୍ତି କୋଟିଏ ଦାନ
ବାପା ମାଆ ପାଇଁ ଗୋଟିଏ ଟଙ୍କା ବି
ହୁଅଇ ସାତ ସପନ ।
ପିତୃଦିବସରେ ବୁଢ଼ା ବାପା ପଛେ
ଲୁଚି ପୋଛୁ ଥାଉ ଲୁହ
ଲୋକ ଦେଖାଣିଆ ଉପହାର କେତେ
ଆଣିଥା'ନ୍ତି ବୋହୂ, ପୁଅ ।
ମାତୃଦିବସରେ ମାଆ ପାଇଁ ନୂଆ
ଲୁଗା ଆଣିଥା'ନ୍ତି କିଣି
ଅତିଥି ଭାଙ୍ଗିଲେ ସେଇ ମାଆ ପୁଣି
ହୋଇଯାଏ ଚାକରାଣୀ ।
ସୁଧୁରିବ କେବେ ମାନବ ସମାଜ
ଛାଡି ବୃଥା ପ୍ରହସନ
ପିତାମାତା ପରି ଚଳନ୍ତି ଠାକୁରେ
ଦେଇ ପ୍ରକୃତ ସମ୍ମାନ ।
ରଗଡ଼ି - ବାଙ୍କୀ - କଟକ
ଜୟ ସାହିତ୍ୟ, ଜୟ ସମାଜ
ପିତା ମାତାଙ୍କୁ ଯେ ଦିନେ ପୂଜନ୍ତିନି
ଦିଅନ୍ତି ନାନା କଷଣ
ଗପ, କବିତାରେ ଦେଖାଇ ହୁଅନ୍ତି
ଶୁଣାନ୍ତି କେତେ ଭାଷଣ ।
ଜୀବନଟା ସାରା ଯେତେ ଚାହିଁଲେ ବି
ଶୁଝେନି ଯାହାର ଋଣ
ବରଷକେ ତାଙ୍କୁ ଗୋଟିଏ ଦିବସ
କରିଥାନ୍ତି ସମର୍ପଣ ।
ଜିଇଁ ଥିବା ବେଳେ ପେଟକୁ ନ ଦେଇ
ଖାଇବାକୁ ଗଣ୍ଡେ ଭାତ
କ୍ଷୀରି, ପୁରୀରେ ସେ ଭସାଇ ଦିଅନ୍ତି
ଶୁଦ୍ଧିକ୍ରିୟା ସତେ ଯାତ ।ପିତୃଦେବ ଭବ, ମାତୃଦେବ ଭବ
କଥାରେ କେତେ ଭକତି
ଜରାନିବାସରେ ଛାଡିଦେଲା ବେଳେ
ଥରେନି ତାଙ୍କର ଛାତି ।
ପ୍ରତିଷ୍ଠା ଅର୍ଜନ ପାଇଁ ସେ ମନ୍ଦିରେ
କରନ୍ତି କୋଟିଏ ଦାନ
ବାପା ମାଆ ପାଇଁ ଗୋଟିଏ ଟଙ୍କା ବି
ହୁଅଇ ସାତ ସପନ ।
ପିତୃଦିବସରେ ବୁଢ଼ା ବାପା ପଛେ
ଲୁଚି ପୋଛୁ ଥାଉ ଲୁହ
ଲୋକ ଦେଖାଣିଆ ଉପହାର କେତେ
ଆଣିଥା'ନ୍ତି ବୋହୂ, ପୁଅ ।
ମାତୃଦିବସରେ ମାଆ ପାଇଁ ନୂଆ
ଲୁଗା ଆଣିଥା'ନ୍ତି କିଣି
ଅତିଥି ଭାଙ୍ଗିଲେ ସେଇ ମାଆ ପୁଣି
ହୋଇଯାଏ ଚାକରାଣୀ ।
ସୁଧୁରିବ କେବେ ମାନବ ସମାଜ
ଛାଡି ବୃଥା ପ୍ରହସନ
ପିତାମାତା ପରି ଚଳନ୍ତି ଠାକୁରେ
ଦେଇ ପ୍ରକୃତ ସମ୍ମାନ ।
ରଗଡ଼ି - ବାଙ୍କୀ - କଟକ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।