ଜୟଦେବ ସେନାପତି
-------------------

ସରଗଠୁଁ ବଡ ମୋ' ପିତା ଅଟନ୍ତି
ନୁହେଁ କେହି ତାଙ୍କ ପରି,
ଭୟ କରେ ନାହିଁ କେବେ ବି କାହାକୁ
ଥିଲେ ସେ ମୋ' ପାଖେ ପୁଣି ।
ଯାହାଙ୍କ ଦୟାରୁ ଜନମ ଲଭିଲି
ଏହି ବିଶାଳ ସଂସାରେ,
ତାଙ୍କ ହାତ ଧରି ବାଟ ଚାଲିବାକୁ
ସାହସ ପାଇଲି ମୁଁ ଯେ ।
ମୋ ମୁହଁରେ ସଦା ହସ ଦେଖିବାକୁ
ନିଜ ଜୀବକୁ କଲେ ମାଟି ,
ପରିବାରେ ସଦା ଖୁସୀ ବାଣ୍ଟୁଥାନ୍ତି
ସାରା ଜୀବନଟା ଖଟି ଖଟି ।
ସିଏ ମୋର ପିତା ମୁହିଁ ତାଙ୍କ ପୁତ୍ର
ଘର ଆମ ସ୍ୱର୍ଗପୁର,
ତାଙ୍କ ଉପସ୍ଥିତି ଦିଏ ମୋତେ ଶକ୍ତି
ସେ ମୋ ସାକ୍ଷାତ ଈଶ୍ୱର ।
ପାଦତଳେ ବସି ପୂଜିବି ମୁଁ ସଦା
ଯେତେ ଆସୁ ଦୁଃଖ କଷ୍ଟ,
ମନ୍ଦିର ଯିବା ଦରକାର ନାହିଁ
ପିତା ମୋ' ପରମ ଇଷ୍ଟ ।
---------------------------------
ଶିକ୍ଷକ, ବିଷ୍ଣୁପୁର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।