9/01/2019

ଆମ ସାହିତ୍ଯ ସଂସାର କେତେ ସମୃଦ୍ଧ...

ସୁଖଦା ମାଇତି
ଆମ ସାହିତ୍ଯ ସଂସାର କଥା । ଏଠି ଭଲ ଭଲ ସ୍ରଷ୍ଟା ଅଛନ୍ତି ।  ଆଉ ବେଶ୍‌ ନାମକରା ମଧ୍ୟ । ହେଲେ ଏବେ ସେମାନେ ଭ୍ରମର ସ୍ରଷ୍ଟା ନାମରେ ପରିଚିତ। କିନ୍ତୁ ବଡ଼ ଆଶ୍ଚର୍ଯ୍ୟ ଲାଗେ ଯେ ସେଇ ମାନଙ୍କ ହାବୁଡ଼ରେ ହିଁ ପଡୁଛନ୍ତି ଫୁଲମାନେ । ମାଳି କି ରାଜା କି ପ୍ରଜା ସମସ୍ତେ ସେଇ ଭ୍ରମରର ଭ୍ରମ ସର୍ଜକ ପ୍ରୀତି ପିଆଲା ପାଗଳ । ଶୁଖିକି ବି ଝଡ଼ି ପଡୁ ନାହାଁନ୍ତି ; ସାହିତ୍ୟ ଜଗତକୁ ବି ବାଦ ଦେଉ ନାହାନ୍ତି । କଳୁଷିତ କରିବା ପାଇଁ ଆଗଭର ; ଜ୍ଞାତେ ହେଉ ବା ଅଜ୍ଞାତେ ।ପୁରସ୍କାର,ସମ୍ବର୍ଦ୍ଧନା,ବହି ପ୍ରକାଶିତ କରିବା ପାଇଁ ତଥା ନିଜ ଲେଖା ପ୍ରକାଶିତ କରିବା ପାଇଁ ଇଚ୍ଛା ପ୍ରକଟ କରି  ଠିକ୍ ସେଇ ସମୟରେ ନିଜକୁ ସାହିତ୍ୟ ଜଗତର ମୁଣ୍ଡି ମନେ କରୁଥିବା କିଛି ପ୍ରକାଶକ,ସମ୍ପାଦକ ତାଙ୍କରି ହାବୁଡ଼ରେ ପଡନ୍ତି ; ଯେଉଁ ମାନଙ୍କ ଚରିତ୍ର ଠିକ୍ ନଥାଏ ଓ ଯେଉଁମାନେ ସାହିତ୍ୟକୁ ରୋଜଗାରର ପନ୍ଥା ମନେ କରି ଲୁଣ୍ଠନ କରନ୍ତି  ବା ଶୋଷଣ କରନ୍ତି ।

    ଆଉ ଗୋଟେ କଥା,ସାହିତ୍ୟର କୌଣସି ମୂଲ୍ୟ ନଥାଏ କିଣିବା ପାଇଁ । ଆମେ ହିଁ ମୁଲ୍ୟୟନ କରୁ ତା'ର । ଯେତେବେଳେ ଜଣେ ନୃତ୍ୟକର , ଚିତ୍ରଶିଳ୍ପୀ , ଅଭିନୟ ଓ ସଙ୍ଗୀତ ଇତ୍ୟାଦି ଏସବୁରେ ମୂଲ୍ୟ ଥାଏ ; ବିନା ମୂଲ୍ୟରେ କେହି ପରିଶ୍ରମ କରନ୍ତିନି । କିନ୍ତୁ ସେହି କ୍ଷେତ୍ରରେ ଜଣେ ସାହିତ୍ୟିକ ବିନା ମୂଲ୍ୟରେ ସମାଜକୁ ନୂତନ ଦିଗଦର୍ଶନ ଦିଏ ; କଲମ ମୁନରେ ସମାଜ କଲ୍ଯାଣର ନିଖୁଣ ଚିତ୍ରାଙ୍କନ କରେ ।  ଯେଉଁମାନେ ବିଶେଷ କରି ସାହିତ୍ୟକୁ ନେଇ ପେଟପାଟଣା କରି ଚଳୁଛନ୍ତି ତାଙ୍କୁ କଣ କହିବେ ? କିନ୍ତୁ ମୋ ଅନ୍ତର କୁହେ ଯଦି ଜଣେ ସାହିତ୍ୟକୁ ନେଇ ପେଟ ପୋଷୁଛି ତେବେ ଠିକ୍ ଅଛି କିନ୍ତୁ ଶୋଷଣ କରି ନୁହେଁ ; ତା' ପାରିଶ୍ରମିକ ଅନୁସାରେ ମୂଲ୍ୟ ରଖୁ ।

       ଆଉ ଗୋଟେ ବଡ଼ କଥା ହେଲା ଯେଉଁମାନେ ସମ୍ବର୍ଦ୍ଧନା , ମାନପତ୍ର, ବହି ପ୍ରକାଶିତ କରାଇ ଅନେକ ସାହିତ୍ଯ କ'ଣ ଜାଣି ନ୍ଥିବା ବ୍ଯକ୍ତି  ବା ଉଚ୍ଚ ଶ୍ରେଣୀର ନଥିବା ସାହିତ୍ୟିକଙ୍କୁ ନେଇ ସମାଜ ଆଗରେ ଛିଡା କରେଇବା ପାଇଁ ଲାଞ୍ଚ ବା ରାତିଟିଏ ସର୍ତ୍ତ ରଖୁଥିବା ମଣିଷକୁ ଆପଣ କ'ଣ କହିବେ ? ସେପରି କିଛି ଘଟଣା ଆଖି ସାମ୍ନାରେ ଆସିବାରୁ ଲେଖୁଛି ଓ ଆପଣମାନେ ମଧ୍ୟ କମ୍ - ବେଶି ଜାଣିଛନ୍ତି । ଆଉ ଯେଉଁମାନେ ନିଜକୁ ସମାଜ ଆଗରେ ଜଣେ ସୁପ୍ରତିଷ୍ଠିତ ସାହିତ୍ୟିକ ଭାବରେ ଛିଡା ହେବାକୁ ଚାହାନ୍ତି ସେମାନେ ବିନା ଦ୍ଵନ୍ଦରେ କିଏ ପଇସା ଓ କିଏ ରାତି କାଟିବା ପାଇଁ ବିନା ଦ୍ଵନ୍ଦରେ ସର୍ତ୍ତକୁ ମଞ୍ଜୁର କରୁଛନ୍ତି । ତେବେ ଏ ସାହିତ୍ୟ ସାହିତ୍ୟ ଚିତ୍କାର କରୁ ଥିବା ପ୍ରକାଶକ, ସମ୍ପାଦକଠୁଁ ଆରମ୍ଭ କରି ସ୍ରଷ୍ଟା ପର୍ଯ୍ୟନ୍ତ ଏବେ ସାହିତ୍ୟ ରକ୍ତରେ କ୍ୟାନ୍ସର ପରି ବ୍ୟାପିବାକୁ ଲାଗିଲେଣି । ଏବେ ସୃଷ୍ଟି ହେଉଥିବା ନୂତନ ରକ୍ତ କଣିକାକୁ ମଧ୍ୟ ଖାଇ ଯିବେ ବା କଳଙ୍କିତ କରିବେ । ଏ ସାହିତ୍ୟ ରୂପକ ସୁନ୍ଦର ଦେହ ବା କେତେ ଦିନ ଆଉ ସୁସ୍ଥ ହେଇ ବଞ୍ଚି ରହିବ ? ଆପଣଙ୍କ ହାତରେ ସବୁ ନିଷ୍ପତ୍ତି । କିଛି ବିଖ୍ୟାତ ସାହିତ୍ୟିକ ମଧ୍ୟ କୁହନ୍ତି ଏହି କଥା । ସେମାନେ ଚାହୁଁଛନ୍ତି ଆମେ କ'ଣ କରିବୁ ? ସେମାନଙ୍କ କାମ ହେବା ଦରକାର ଆଉ ସେ କାମ ପାଇଁ ସେମାନେ କିଛି ବି କରିବାକୁ ରାଜି  ; ଆଉ ଆମେ ଶାନ୍ତି ହେବା ଦରକାର । ଆଉ କିଛି ସାହିତ୍ୟିକ ମାନେ ଖାସ୍‌ କରି ଲେଖିକା ଶ୍ରେଣୀର ସ୍ରଷ୍ଟା ମାନଙ୍କୁ କୁହନ୍ତି ତୁମେ ଉନ୍ମୁକ୍ତ ହୁଅ । କଥାଟା ହଠାତ୍ ଦେହରେ ଯାଏନି । ଉନ୍ମୁକ୍ତ ଶବ୍ଦ ଯେମିତି କଣ୍ଟା ସାଜେ ପାଦରେ । ଆଉ ସେମାନେ ଏପରି କହିବେ ଯେପରି ଜଣେ ଖୁବ୍ ବଡ ସ୍ରଷ୍ଟା ; ଉନ୍ମୁକ୍ତ ଶବ୍ଦ ତାଙ୍କ ପାଇଁ କିଛି ନୁହେଁ । କିନ୍ତୁ ପ୍ରକୃତ କଥା ଯେତେବେଳେ କିଛି ଅନ୍ୟ ଥାଏ ହଠାତ୍ ସେ ଅନ୍ଧାରିଆ ହାତଟାକୁ କାବୁ କରିବା ଏତେ ସହଜ ନୁହେଁ । ଆଉ ଏ ଉପଦେଶକୁ ଭଗବାନ ଉବାଚ ପରି ମନେ କରନ୍ତି ଅନ୍ୟ କିଛି ନାରୀ ସ୍ରଷ୍ଟାମାନେ । ବଗିଚାରେ ଅନେକ ଫୁଲ ଫୁଟନ୍ତି ହେଲେ ସମସ୍ତେ ଯେ ଶ୍ରୀଚରଣେ ଲାଗିବେ ସେମିତି କିଛି ନାହିଁ । ହେଲେ ମୋର କହିବା କଥା ସାହିତ୍ୟକୁ ଏପରି କଳୁଷିତ କରୁଥିବା ମଣିଷମାନଙ୍କ ଠାରୁ ଦୂରେଇ ରହିବା ନିଶ୍ଚିତ ହଁ ଯଦି ମନରୁ ମିଛ ପ୍ରଶଂସା ପାଇବାରୁ ନିଜକୁ ନିବୃତ ରଖି ପାରିବା ।କେହି ତୁମର ମୂଲ୍ୟ ଦେଇ ପାରିବେନି । ନିଜେ ହିଁ ନିଜର ମୂଲ୍ୟ ସ୍ଥିର କରି ପାରିବ କେବଳ ଦୃଢ଼ କଠିନ ସାଧନା ବଳରେ ।

      ଜଣେ ରୋଜ୍ ମନ୍ଦିର ଯାଏ ଭଗବାନଙ୍କୁ ପାଇବା ପାଇଁ । ଆଉ ଜଣେ ତପସ୍ୟା କରେ ; ଆଉ ଜଣେ ମନେ ମନେ ଭଜୁଥାଏ ।  ମନ୍ଦିରରେ କେବଳ ଭଗବାନ ନଥା'ନ୍ତି , ସେ ସର୍ବବ୍ୟାପୀ ଜାଣି ମଧ୍ୟ ମନ୍ଦିର ଯାଏ ନିଜ ଆତ୍ମସନ୍ତୋଷ ପାଇଁ ଯେ ମୁଁ ଆଜି ମନ୍ଦିର ଯାଇଛି ଭଗବାନଙ୍କ ଦର୍ଶନ ପାଇଁ । ହେଲେ ଦିନ ମଧ୍ୟରେ ଥରେ ମନେ ପକାଏନି  ; କାରଣ ସେ ମନ୍ଦିରରେ ସାକ୍ଷାତ କରି ଆସିଛି । ଆଉ ଯିଏ କର୍ମେ ଧର୍ମେ ଭଜୁଥାଏ ସେ ଜାଣେ ଯେ ଭଗବାନ ସର୍ବବ୍ୟାପି । ସେ ନିଶ୍ଚିତ ମୋ' ଡାକ ଶୁଣିବେ ଆଉ ସେଇ ଆନନ୍ଦରେ ତାର ଦିନ କଟିଯାଏ ଯେ ସେ ପ୍ରତି କ୍ଷଣ ଭଗବାନଙ୍କ ନାମ ନେଇ ଦିନ କାଟିଛି । ବାକି ଯିଏ ପ୍ରକୃତରେ ଭଗବାନଙ୍କ ନାମ ନେଇ ନିଜକୁ ଶାରୀରିକ,ମାନସିକ ସମସ୍ତ କିଛି ଭଗବାନଙ୍କ ପାଖରେ ସମର୍ପଣ କରି କେବଳ ତାଙ୍କରି ନିମିତ୍ତ ତାଙ୍କୁ ହିଁ ସ୍ମରଣ କରି ଜୀବନ କାଟୁଥାଏ ; ସେ ସେତେବେଳକୁ ପାଇ ଯାଇ ଥାଏ ବୋଲି ତାଙ୍କୁ ହିଁ ସ୍ମରଣ କରି ଦିନ କାଟି ଦିଏ । ଯାହାଙ୍କ କରୁଣା ଦ୍ୱାରା ତା'ର ଜନ୍ମ , ଯାହାଙ୍କ ନିର୍ଦେଶ ଦ୍ୱାରା ତା'ର ମୃତ୍ୟୁ, ଯାହା ବିନା ପତ୍ରଟେ ବି ହଲେନା ; ଏ ବିଶାଳ ସଂସାରରେ ମିଛ ମାୟା ଅଢେଇ ଦିନକୁ । ବ୍ୟର୍ଥ ନକରି ଭଗବାନଙ୍କ ପାଖରେ ହିଁ ନିଜକୁ ସମର୍ପଣ କରିଦିଏ । ଯେହେତୁ ସେ ବୁଝେ ଓ ଜାଣେ ମଧ୍ୟ , ଯଦି ମୁଁ ଅଜ୍ଞାତରେ ବି ମରିଯାଏ ତେବେ ମୋ ଜନ୍ମ ନିରର୍ଥକ ହେବନି । ହେଲେ ଆମେମାନେ ତ ତପସ୍ୟାରେ ମଗ୍ନ ସାଧୁ ପରି ।  ସମାଜରେ ମିଛ ପ୍ରଶଂସାର ବାଃ ବାଃ ନେବା ପାଇଁ, ଦୁନିଆ ଆଗରେ ଛିଡା ହେବା ପାଇଁ ଏତେ ତଳକୁ ନିମ୍ନକୁ ଖସି ଯାଉଛନ୍ତି ଯେ ଆମ ଦୁଷ୍କର୍ମର ପ୍ରଭାବ ସାରା ଜଗତରେ ଖେଳି ଯାଉଛି । ଆଜି ତୁମେ ଯେଉଁ ସ୍ଥାନରେ ଛିଡା ହେଇ ସର୍ତ୍ତ ମଞ୍ଜୁର କରୁଛ କାଲି ସେଇ ସ୍ଥାନରେ ଛିଡା ହେଇଥିବ  ତୁମ ସାନ ଭଉଣୀ କି ତୁମ ଝିଅ । ତେବେ ତୁମେ କ'ଣ କରିବ ? ଆଉ ଯିଏ ଲାଞ୍ଚ ଦଉଛି ତା' ଔକାତ ତା ନିଜ ଭିତରେ ଦେଖି ସାରି ଥାଏ ଯେ ତା' ଭିତରେ ପୌରୁଷତ୍ୱଟା ନାହିଁ ; ସେ ଅସଫଳ ପୁରୁଷ ବା ନାରୀରେ ଗଣା ହେବା ଅପେକ୍ଷା ଅସଲ ପୌରୁଷତ୍ୱ ଦେଖାଇବା ପାଇଁ ଲାଞ୍ଚ ତା' ପାଇଁ ମାଧ୍ୟମ । ଯେତେବେଳେ ସେ ନାରୀ ନୁହେଁ କି ପୁରୁଷ ନୁହଁ । କିଛି ତ ସରମ କର ଆଉ ସରମ ରଖ । ବାକି ଯେଉଁମାନେ ଲାଞ୍ଚ ନେଉଛନ୍ତି ବା ରାତି ଉପଭୋଗ ପାଇଁ ପ୍ରତ୍ଯକ୍ଷ - ପରୋକ୍ଷ ଭାବେ ପ୍ରରୋଚିତ ବା ପ୍ରସ୍ତାବ ରଖୁଛନ୍ତି ; ଦୁନିଆର ଯେତେ ଅଶ୍ଳୀଳ ଶବ୍ଦ ବା ଅତି କଦର୍ଯ୍ୟରେ ଗାଳି ଗୁଲଜ ତାଙ୍କୁ କମ୍ ପଡିବ ।ସେମାନଙ୍କୁ ତ ରାସ୍ତାରେ ବିନା ବସ୍ତ୍ରରେ ଦୁନିଆ ଆଗରେ ଛିଡା କରିବା ଦରକାର ସୁ ସାହିତ୍ୟିକ ହିସାବରେ ।

    ପଢିଲେ ହୁଏତ ଆପଣମାନଙ୍କୁ ଖରାପ ଲାଗିବ ଯେଉଁମାନେ ଏଇ ସବୁ କାର୍ଯ୍ୟରେ ଲିପ୍ତ ଅଛନ୍ତି ।ଆଶା କରେ ଦେହରେ ସୁହାଇ ନେବେ । ବାକି ଅନ୍ୟ ମାନଙ୍କୁ ମୋର ଅନୁରୋଧ ଏହି ଗୋଲକ ଧନ୍ଦାକୁ ଉପଯୁକ୍ତ ତିରସ୍କାର କରାଯାଉ । ନିବୃତ ରୁହନ୍ତୁ ବିନା ଦ୍ଵନ୍ଦରେ ସମାଜ ସମୁଖକୁ ଆଣନ୍ତୁ ଏସନେକ କର୍ମ । କାରଣ ଆମକୁ ଆମ ଜନ୍ମ ଉଦ୍ଦେଶ୍ୟ ଜଣା ନାହିଁ ବନମଲ୍ଲୀ ବନରେ ଫୁଟି ଝଡ଼ି ଯାଉ ପଛେ କାହା ଶେଯରେ ବିଛା ନହଉ କି କୌଣସି ସୈତାନ, ବିକିକି ରର  ପାଦର ଚପଲ ନହେଉ ଲାଞ୍ଚ ଦେଇ ବା ନିଜ ସମ୍ମାନ ବିକିକି।

🔯ଯାଜପୁର ଟାଉନ୍‌🔯
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।