9/01/2019

ଏଇ ତ ଜୀବନ

ସିଦ୍ଧେଶ୍ୱର ତ୍ରିପାଠୀ 

ପାଦ ଯେବେ ଥକି ଯାଏ
ମନ ଯାଏ ଭାଙ୍ଗି
ଦରପୋଡା ହୃଦୟକୁ
ଅବସୋସ  ନିଆଁ ଖୁଣ୍ଟା ଧରି
ଅଚାନକ ଏ ସମୟ
ଦିଏ ଯେବେ ଚେଙ୍ଗି

ଅସହାୟ ଅଲୋଡା ଜୀବନ
ଅଚାନକ ଆପେ ଆପେ
ଯାଇ ଥାଏ ଭାଙ୍ଗି ।

ସ୍ୱାର୍ଥ ଯେବେ ସରି ଯାଏ
ମନ ଯେବେ ପୂରି ଯାଏ
ସମ୍ପର୍କଟା ବୋଝ ପରି ଲାଗେ
କାଲି ଯିଏ ଛାଇ ପରି ରହୁଥିଲା ପାଶେ
ବାଟଭାଙ୍ଗି ନୂଆ ପଥଧାରେ
ଏକା ଏକା ଚାଲି ଥାଏ ବେଗେ ।

ନୀରବ ନିସ୍ତବ୍ଧ ସବୁ କାଲି ଯାହା
ଥିଲା କୋଳାହଳ
ଅସହାୟ ହୋଇ ନିତି ଦେଖେ
ଖାଲି ଯାହା ନିୟତିର ଖେଳ ।

ଲୁଚକାଳି ଛାଇ ଆଲୁଅର
କେବେ ହସ ହିମାଳୟ ଛୁଏଁ
କେବେ ଲୁହ ପାଲଟେ ସାଗର ।

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।