ସିଦ୍ଧେଶ୍ୱର ତ୍ରିପାଠୀ ପାଦ ଯେବେ ଥକି ଯାଏ
ମନ ଯାଏ ଭାଙ୍ଗି
ଦରପୋଡା ହୃଦୟକୁ
ଅବସୋସ ନିଆଁ ଖୁଣ୍ଟା ଧରି
ଅଚାନକ ଏ ସମୟ
ଦିଏ ଯେବେ ଚେଙ୍ଗି
ଅସହାୟ ଅଲୋଡା ଜୀବନ
ଅଚାନକ ଆପେ ଆପେ
ଯାଇ ଥାଏ ଭାଙ୍ଗି ।
ସ୍ୱାର୍ଥ ଯେବେ ସରି ଯାଏ
ମନ ଯେବେ ପୂରି ଯାଏ
ସମ୍ପର୍କଟା ବୋଝ ପରି ଲାଗେ
କାଲି ଯିଏ ଛାଇ ପରି ରହୁଥିଲା ପାଶେ
ବାଟଭାଙ୍ଗି ନୂଆ ପଥଧାରେ
ଏକା ଏକା ଚାଲି ଥାଏ ବେଗେ ।
ନୀରବ ନିସ୍ତବ୍ଧ ସବୁ କାଲି ଯାହା
ଥିଲା କୋଳାହଳ
ଅସହାୟ ହୋଇ ନିତି ଦେଖେ
ଖାଲି ଯାହା ନିୟତିର ଖେଳ ।
ଲୁଚକାଳି ଛାଇ ଆଲୁଅର
କେବେ ହସ ହିମାଳୟ ଛୁଏଁ
କେବେ ଲୁହ ପାଲଟେ ସାଗର ।
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।