9/01/2019

ଛାଡ଼ପତ୍ର

ବସନ୍ତ କୁମାର ପାଣିଗ୍ରାହୀ 
       ଆପଣ ଠିକ୍‌ କହିଛନ୍ତି। ଫିଲିପଙ୍କୁ କୁହନ୍ତୁ ଏବେ ସେ ଯାହା କରିବାକୁ ଇଚ୍ଛା କରିଛନ୍ତି ସେ କଥା ମାଡ଼ାମ ଷ୍ଟିଭେନଷ୍ଟିନାଙ୍କୁ ବୁଝେଇ ଦିଅନ୍ତୁ। ଏବେ ସମୟ ଆସିଯାଇଛି ପ୍ରଭୁ ଯୀଶୁ
ଯାହା କହିଥିଲେ  ସେ କଥା ମନେ ପକାଇବାକୁ ।  ମାଡାମ ଷ୍ଟିଭେନଷ୍ଟିନାଙ୍କର ସାମାନ୍ୟ କଥାରେ କିଛି ଉତ୍ତ୍ୟକ୍ତ ହେବାର ନଥିଲା। ମୋ' ପାଖରେ ସେ ପବିତ୍ର ଜଳ ରହିଛି ।  ମୋ' ମତରେ ଏମିତି ଏକ ପବିତ୍ର ସମ୍ପର୍କରେ ଗ୍ରହଣ ଲାଗି ନଥାନ୍ତା ଯଦି ଆପଣ ଦୁଇ ଜଣ ନିୟମିତ ଭାବେ ଚର୍ଚ୍ଚ ଯାଇ ଥା'ନ୍ତେ। ସେଠାକୁ ଯାଇ ମନ ପବିତ୍ର କରିବାର ଥିଲା। ଆପଣମାନେ ସେ  ସୁଯୋଗ ହାତ ଛଡ଼ା କରିଛନ୍ତି। ଆଉ ଗୋଟିଏ କଥା ମୁଁ ବାରବାର କହିବି ଯେ କେ କେନେଡ଼ିଙ୍କ ସହ ପୁଣିଥରେ ଷ୍ଟିଭେନଷ୍ଟିନାଙ୍କୁ ମିଶାଇବାର ନଥଲା। କେ କେନେଡ଼ି ତାଙ୍କର କେବେ ସ୍ୱାମୀ ଥିଲେ । ଛାଡ଼ପତ୍ର ଦିଆନିଆ ହେବା ପରେ ଆଉ କି ସଂପର୍କ ଥିଲା ଯେ ?

         ମୁଁ ତ କହିବି ପ୍ରଭୁ ଯୀଶୁ ବଞିଥିଲେ ଆମକୁ ଏସବୁ ପାପ ଦେଖିବାକୁ ପଡି ନଥା'ନ୍ତା। ତଥାପି ଷ୍ଟିଭେନଷ୍ଟିନାଙ୍କ ପାଇଁ ଆପଣଙ୍କୁ ଏକ ଧନ୍ୟବାଦ ସଞ୍ଚୟ କରି ରଖିବାକୁ ହେବ । କାରଣ ସେ ଆପଣଙ୍କୁ ଦୈହିକ ସୁଖ ଦେବା ସହ ମାନସିକ ପ୍ରାଣିକ ସୁଖ ବି ଦେଇଆସିଛନ୍ତି। କିନ୍ତୁ ଏ କ୍ଷେତ୍ରରେ
ଆପଣଙ୍କୁ କେ କେନେଡ଼ି କିପରି ଭାବେ ସାହାଯ୍ୟ କରି ପାରିବେ ? ଆପଣ ଷ୍ଟିଭେନଷ୍ଟିନାଙ୍କୁ ବୁଝେଇ ଦିଅନ୍ତୁ ଯେ ସେ ଯାହା କରୁଛନ୍ତି ଠିକ୍‌ କରୁ ନାହାନ୍ତି । ସ୍ୱାମୀ ଛଡା ଅନ୍ୟ ପୁରୁଷ  ସହ ଯୌନାଚରଣ ଏକ ପାପ। ମୁଁ ବି ତାଙ୍କୁ ଏ କଥା ବହୁ ଆଗରୁ କହିଥିଲି । ମଇମନସିଂରୁ ସିମଲା କେତେ ବାଟ ? ମୁଁ ତାଙ୍କୁ ନମସ୍କାର କରୁଛି ଏଥିପାଇଁ ଯେ ସେ ଡିଭୋର୍ସ କରି ସାରିବା ପରେ ବି ଏତେବାଟ ଆସି ଯାଉଛନ୍ତି । ପୁଣି ସପ୍ତାହକୁ ଦୁଇଥର । କେନେଡ଼ିଙ୍କ ଏ କାମ ଠିକ ନୁହେଁ ମୁଁ ସେ କଥା ଏବେ କହୁ ନାହିଁ। କିନ୍ତୁ ସ୍ୱାମୀ ସ୍ତ୍ରୀ ଛାଡ଼ପତ୍ର ଦିଆନିଆ ହେବା ପରେ ବି ଏଭଳି ମିଶି ପାରୁଛନ୍ତି କେମିତି ? ଫିଲିପ ଏ ପ୍ରଶ୍ନ ନିଜକୁ ଏବଂ ଷ୍ଟିଭେନଷ୍ଟିନାଙ୍କୁ ପଚାରିବା ଠିକ ହେବ ।

            ମାଡ଼ାମ ଷ୍ଟିଭେନଷ୍ଟିନାଙ୍କୁ ପଚାରିବା ଉଚିତ୍ ହେବ ଯେ ସେ ପୁରୁଷ ମାନଙ୍କ ଠାରୁ କି ପ୍ରକାର ପ୍ରେମ ଆଶା କରୁଛନ୍ତି ? ଈଶ୍ବରଙ୍କ ବିଧାନ କ'ଣ ପ୍ରଭୁ ଯୀଶୁ ବାଇବେଲରେ କହିଛନ୍ତି । ତେଣୁ ଷ୍ଟିଭେନଷ୍ଟିନାଙ୍କୁ ନିଜର ଜୀବନ ସେଇଭଳି ବଞ୍ଚିବାକୁ ହେବ । ସେ
ଈଶ୍ବରଙ୍କ ବିଧାନକୁ ମାନିବା ଉଚିତ୍ ହେବ। ଏହା ସତ୍ତ୍ୱେ ଯଦି ଷ୍ଟିଭେନଷ୍ଟିନା  କେ କେନେଡ଼ିଙ୍କ ସହ ଗୋପନୀୟ ଭାବେ ରାତି କଟାଇବାକୁ ପସନ୍ଦ କରନ୍ତି ତେବେ ଫିଲିପ ମୁଁ ଆପଣଙ୍କୁ ଏହି ପରାମର୍ଶ ଦେବି ଯେ ଆପଣ ଯଥା ଶୀଘ୍ର ଚର୍ଚ ଯାଇ ଫାଦରଙ୍କ ସହ କଥା ହେବା ଉଚିତ ହେବ | ଷ୍ଟିଭେନଷ୍ଟିନାଙ୍କୁ ଡିଭୋର୍ସ କରିବା ପାଇଁ ସେ ନିଶ୍ଚିତ ପରାମର୍ଶ ଦେବେ । ଫିଲିପ ଆପଣଙ୍କ ପାଇଁ ମୋ' ଫେସବୁକରେ ଲେଖୁଥିବା ଏ ଚିଠିକୁ ଏଇଠି ଶେଷ କରୁଛି | ଆପଣଙ୍କୁ ମୋର ଅନେକ ଅନେକ ଭଲପାଇବା।
                                            ଇତି
                                  ଆପଣଙ୍କ ବନ୍ଧୁ ଗ୍ଲାଡିଷ୍ଟୋନ


ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।