ରୀତା ଅପରାଜିତା ମହାନ୍ତି

ଆଜି ତ ନାହିଁ ପଙ୍କୁଆ ଗାଡ଼ିଆ
ହେଲେ ରୁଷିଛି ମୁଁ ଝୁମୁରି ବୋଉ ଖାଇବ ମାଗୁର ମାଛ
ସଙ୍ଗାତ ମୋ ପାଇଁ ତ କିଛି ଉପାୟ ବାଛ
ଶେଉଳ ,ଗଡ଼ିଶାରେ ତା'ର ଶରଧା ଯେ
ଏ ଗାଁ ସବୁ ନଦୀ ନାଳ ଶୁଖିଲା ସଙ୍ଗାତ
ତୁମକୁ ଲାଗୁଛି ଗମାତ
ମୋତେ ଲାଗୁଛି ଡର
ମନ ମୁତାବକ ମାଛ ନ ମିଳିଲେ
ମୋ' ପିଠିରେ ପଡିବ ଛାଞ୍ଚୁଣି ପାହାର
ଛୋଟ ଚିଙ୍ଗୁଡ଼ି
ପୋଇ ଖମ୍ବଆଳୁ ଦେଇ ଘାଣ୍ଟ
ସେ କାଳିଆ ଖlଡି ଚିଙ୍ଗୁଡି ଏବେ ଦର୍ଶନ ଦୁର୍ଲ୍ଲଭ ହେଲାଣି
ଏବେ ଆମ ଚାଷୀଙ୍କ ଦିନ କାଳ ଗଲାଣି
ମିଛେ ଖାଲି ଯୋଜନାର ବୋଝ ତଳେ ଲଦି ହେଉ
ଜାଣେନି ଲାଭ ପାଏ କିଏ ????
ଆଜି ମିଳିଲା ଭଲ କେରlଣ୍ଡି ମାଛ ଘରଣୀକୁ ଦେବି
କରିବେ ଆମ୍ବୁଲ ଦେଇ ବେସର
ତମେ ବି ଆସିବ ସଙ୍ଗାତ
ଖାଇବା ଜମେଇକି
ପ୍ଲଟ୍ ନଂ - ୮୩ (ସି),ଆମ୍ରପଲ୍ଲୀ,
ଭୁବନେଶ୍ବର-୨୧
ଜୟ ସାହିତ୍ୟ, ଜୟ ସମାଜ
ଓଃ.....କଣ ଲେଖିଲା ସେ।ମନ ଟା ଝୁମି ଉଠିଲା।ମୈତ୍ରେୟୀ କମିଳା
ReplyDelete