ରବି ପ୍ରଧାନ
************

ଶୁଣ ସୁଜନେ ଦେଇ ମନ,
କଳାକାରଙ୍କ ଏ ଆଖ୍ୟାନ ।।
ଓଡିଶା ପ୍ରଦେଶ ଆମର,
କଳା ସଂସ୍କୃତି ଅଟେ ସାର ।।
ପରମ୍ପରାର ମୂଲ୍ୟବୋଧ,
ଓଡିଆବାସୀ ଯେ ପ୍ରସିଦ୍ଧ ।।
ସଂକ୍ଷେପେ ବୁଝାଇ କହିବା,
ମନରୁ ସଂଶୟ ଫେଡିବା ।।
ପାଲାଗାୟକ ସଂକୀର୍ତ୍ତନ,
ଦାସକାଠିଆ ଏହା ଜାଣ ।।
ଘୋଡାନାଚ ଓ ବାଘନାଚ,
ଭାରତଲୀଳା ଆଗ ବାଛ ।।
ଖଞ୍ଜଣି ଭଜନ ସହିତେ,
ନୂଆଁଖାଇର ନୃତ୍ୟ କେତେ ।।
କେନ୍ଦେରା ଭଜନ ଜାଣିଥା,
ଦଣ୍ଡନାଚଟି ହୁଏ ଯଥା ।।
ଗାହାଣୀ ଗୋଟିପୁଅ କହି,
କଣ୍ଢେଇ ନାଚକୁ ମିଶାଇ ।।
ଲଘୁ ସଂଗୀତ ସୁ-ମଧୁର,
ଏ ପରମ୍ପରା ଯେ ଆମର ।।
ବାଉଁଶରାଣୀର ଖେଳଟି,
ପୋତାକେଳାର ନୃତ୍ୟଗୋଟି ।।
ପଲ୍ଲୀଡୁଏଟ୍ କେତେ ହୁଏ,
ହଳିଆ ଗୀତ ଶୋଭାପାଏ ।।
ସମ୍ମାନ ନ ମିଳେ ଏହାଙ୍କୁ,
ଦୁଃଖ ଲାଗଇ ଦେଖି ୟା'ଙ୍କୁ ।।
ଭରଣ ପୋଷଣ ନିମିତ୍ତ,
ନ ମିଳେ ନ୍ୟାର୍ଯ୍ୟ ଏହା ସତ ।।
ଦୁଃଖରେ କାଟୁଥା'ନ୍ତି ଦିନ,
ଆମ ସଂସ୍କୃତି ହୁଏ ହୀନ ।।
କଳାକାରଙ୍କ ଏ ଅବସ୍ଥା,
ଅଶୁଭ ଲକ୍ଷଣ ବ୍ୟବସ୍ଥା ।।
ଦୁଃଖ କଷ୍ଟରେ ଦିନ ନେଇ,
ଏରୂପେ କୁଟୁମ୍ବ ଚଳଇ ।।
ଏସବୁ କହିଲୁ ବୁଝାଇ,
କଳାକାରଙ୍କ ବାର୍ତ୍ତା ଏହି ।।
ଏହାଙ୍କୁ କଲେ ସଂରକ୍ଷଣ,
ହୋଇବ ସଂସ୍କୃତି ମହାନ ।।
ଦୋଷ ନ ଧର ସାଧୁଜନ,
ବୁଝାଇ କହୁ ଏ ବଚନ ।।
*******************
ବାଣପୁର - ଖୋର୍ଦ୍ଧା
ଜୟ ସାହିତ୍ୟ, ଜୟ ସମାଜ
************

ଶୁଣ ସୁଜନେ ଦେଇ ମନ,
କଳାକାରଙ୍କ ଏ ଆଖ୍ୟାନ ।।
ଓଡିଶା ପ୍ରଦେଶ ଆମର,
କଳା ସଂସ୍କୃତି ଅଟେ ସାର ।।
ପରମ୍ପରାର ମୂଲ୍ୟବୋଧ,
ଓଡିଆବାସୀ ଯେ ପ୍ରସିଦ୍ଧ ।।
ସଂକ୍ଷେପେ ବୁଝାଇ କହିବା,
ମନରୁ ସଂଶୟ ଫେଡିବା ।।
ପାଲାଗାୟକ ସଂକୀର୍ତ୍ତନ,
ଦାସକାଠିଆ ଏହା ଜାଣ ।।
ଘୋଡାନାଚ ଓ ବାଘନାଚ,
ଭାରତଲୀଳା ଆଗ ବାଛ ।।
ଖଞ୍ଜଣି ଭଜନ ସହିତେ,
ନୂଆଁଖାଇର ନୃତ୍ୟ କେତେ ।।
କେନ୍ଦେରା ଭଜନ ଜାଣିଥା,
ଦଣ୍ଡନାଚଟି ହୁଏ ଯଥା ।।
ଗାହାଣୀ ଗୋଟିପୁଅ କହି,
କଣ୍ଢେଇ ନାଚକୁ ମିଶାଇ ।।
ଲଘୁ ସଂଗୀତ ସୁ-ମଧୁର,
ଏ ପରମ୍ପରା ଯେ ଆମର ।।
ବାଉଁଶରାଣୀର ଖେଳଟି,
ପୋତାକେଳାର ନୃତ୍ୟଗୋଟି ।।
ପଲ୍ଲୀଡୁଏଟ୍ କେତେ ହୁଏ,
ହଳିଆ ଗୀତ ଶୋଭାପାଏ ।।
ସମ୍ମାନ ନ ମିଳେ ଏହାଙ୍କୁ,
ଦୁଃଖ ଲାଗଇ ଦେଖି ୟା'ଙ୍କୁ ।।
ଭରଣ ପୋଷଣ ନିମିତ୍ତ,
ନ ମିଳେ ନ୍ୟାର୍ଯ୍ୟ ଏହା ସତ ।।
ଦୁଃଖରେ କାଟୁଥା'ନ୍ତି ଦିନ,
ଆମ ସଂସ୍କୃତି ହୁଏ ହୀନ ।।
କଳାକାରଙ୍କ ଏ ଅବସ୍ଥା,
ଅଶୁଭ ଲକ୍ଷଣ ବ୍ୟବସ୍ଥା ।।
ଦୁଃଖ କଷ୍ଟରେ ଦିନ ନେଇ,
ଏରୂପେ କୁଟୁମ୍ବ ଚଳଇ ।।
ଏସବୁ କହିଲୁ ବୁଝାଇ,
କଳାକାରଙ୍କ ବାର୍ତ୍ତା ଏହି ।।
ଏହାଙ୍କୁ କଲେ ସଂରକ୍ଷଣ,
ହୋଇବ ସଂସ୍କୃତି ମହାନ ।।
ଦୋଷ ନ ଧର ସାଧୁଜନ,
ବୁଝାଇ କହୁ ଏ ବଚନ ।।
*******************
ବାଣପୁର - ଖୋର୍ଦ୍ଧା
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।