କାଦମ୍ବିନୀ ଖୁଣ୍ଟିଆ

ଆକାଶେ ଚନ୍ଦ୍ରମା ଦିଶଇ କାଳିମା
କାହିଁକି ଏମିତି ହେଲା,🌓
ଏତେ ସୁନ୍ଦରତା ରୂପାର ଜହ୍ନକୁ
କିଏ ସେ କଳଙ୍କ ଦେଲା...🌘
ଆକାଶର ଚାନ୍ଦ ହୋଇ ଯେବେ ଲାଗେ
କଳଙ୍କର କଳା ଚିହ୍ନ,🌒
ମନୁଷ୍ୟ ହୋଇ ଯେ ନ ଲାଗିବ କିଆଁ
କଳଂକିତ କଳା ଚିହ୍ନ...🌚
ନୀଳ ଆକାଶର ରୂପା ଜହ୍ନ ଆହେ
ନିଜକୁ ହଜାଇ ଦିଏ,🌕
ଶୀତଳ ଜ୍ଯୋସ୍ନାରେ ସାରା ବ୍ରହ୍ମାଣ୍ଡକୁ
ଶୀତଳତା ଭରି ଦିଏ...🌕
ଅମାବାସ୍ୟା ରାତ୍ରୀ ଆଣେ ଚନ୍ଦ୍ରମାକୁ
ଅନ୍ଧାରକୁ କରେ ଦୂର,
ପୂର୍ଣ୍ଣିମା ଆସିଲେ ସମ୍ପୂର୍ଣ୍ଣ ହୁଅଇ
ବିକଶିତ ଜାଜୁଲ୍ୟର...🌕
ଟିକି ଟିକି ତାରା ପଡ଼େ ଆକାଶରେ
ଦିଶୁଥାଏ ମନ ଲୋଭା,⭐
ଆମ ଏ ଶରୀରେ ଲାଗୁ ଯେ କଳଙ୍କ
ଜହ୍ନ ପରି ସହି ଯିବା...🌗
ଜହ୍ନ ପରି ସହି ଯିବା...🌘
ଅରିମୂଳ, କେନ୍ଦ୍ରାପଡା
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।