ବ୍ଯଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
*********************
୧)ଶ୍ରାବଣ ସୋମବାର କାନ୍ଧରେ ପାଣି ଭାର,
ମୁହେଁ ଚିଲମ ମୋର ଲାଖିଚି ବରାବର,,
ଯେତେ ପ୍ରକାର ନିଶା ଗଞ୍ଜେଇ ତା ମଉସା,,
ଥରେ ଟାଣି କି ଦେଖ ବୁଝିବ ପରିଭାଷା l
ମୋତେ ତ ସାଇଡ ଦିଅରେ ଯାଉଚି କାଉଡି ବାଲା l
୨)ଗଞ୍ଜେଇର ସେବନ ଅଟେ ମଧୁ ପବନ,
ଧୂଆଁ ପେଟେ ପଶିଲେ ଲଭିବ ଦିବ୍ୟଜ୍ଞାନ,,
କେବେ ହେଁ ଏକୁଟିଆ ଟାଣିବ ନାହିଁ ତାହା,,
ସାଙ୍ଗ ସାଥୀ ମେଳରେ ଚିଲମେ କର ସ୍ଵାହା l
ମୋତେ ତ ସାଇଡ ଦିଅରେ ଡାକୁଚି ବମ୍ ବମ୍ ଭୋଲା

୩)ମଦ କୁ ସ୍ନେହ କର ଗଞ୍ଜାକୁ ମାରଧର,
ତା' ପ୍ରତି ଅବିଚାର କିଆଁ ହେ ସରକାର,,
ମଦ ଗଞ୍ଜେଇ ଦୁଇ ଏକା ମା' ପେଟ ଭାଇ,,
ନିଶାରେ କେହି କା'କୁ ତିଳେ ଉଣା ନୁହଁଇ l
ମୋତେ ତ ସାଇଡ୍ ଦିଅରେ ଡାକୁଚି ଡମ୍ବରୁ ବାଲା l
୪)ମଦ'ର କାଉଣ୍ଟର ଆହା କି ମନୋହର ,
ଯେତେ ବେଶୀ ବିକିବ ମିଳିବ ପୁରସ୍କାର,,
କିନ୍ତୁ ଗଞ୍ଜେଇ ଚାଷ ଜୀବନେ ଭରେ ବିଷ ,,
ମାମୁଁ ବାସ୍ନା ପାଇଲେ ପୋଡି କରଇ ଧ୍ଵଂସ l
ମୋତେ ତ ସାଇଡ୍ ଦିଅରେ ଯାଉଚି ବାବାଙ୍କ ଚେଲା ।
୫)ଗଞ୍ଜେଇ ପ୍ରତି ରାଗ ହୁଅନା ମହାଭାଗ,
ପ୍ରତି ଗ୍ରାମେ ତ୍ରିନାଥ ମଣ୍ଡପ ତୋଳ ଆଗ,,
ଗଞ୍ଜୋଡ ପୁରସ୍କାର କରନ୍ତୁ ଡିକ୍ଲାୟାର ,,
ଟିଭି ଓ ମିଡିଆରେ ପ୍ରଚାର ଦରକାର l
ମୋତେ ତ ସାଇଡ୍ ଦିଅରେ ମନ୍ଦିର ଦିଶୁଚି ଭଲା l
୬)ମଦ ପରି ଗଞ୍ଜେଇ ଷ୍ଟାଟସ୍ ଯାଉ ପାଇ,
ମଦୁଆ ଓ ଗଞ୍ଜୋଡ ଏକାଠି ଯାନ୍ତୁ ହୋଇ,,
ଭୋଅଟ ବେଳ ହେଲେ ଗଞ୍ଜେଇ ବାଣ୍ଟ ଭଲେ,,
ଭଲ ମିଳିବ ଫଳ ବ୍ୟଙ୍ଗ ଗୋସେଇଁ ବୋଲେ,,
ମୋତେ ତ ସାଇଡ୍ ଦିଅରେ ନହେଲେ ବାଜିବ ଡାଲା
ଡ଼ିଆ- ନିରାକାରପୁର- ଖୋର୍ଦ୍ଧା
ଜୟ ସାହିତ୍ୟ, ଜୟ ସମାଜ
*********************୧)ଶ୍ରାବଣ ସୋମବାର କାନ୍ଧରେ ପାଣି ଭାର,
ମୁହେଁ ଚିଲମ ମୋର ଲାଖିଚି ବରାବର,,
ଯେତେ ପ୍ରକାର ନିଶା ଗଞ୍ଜେଇ ତା ମଉସା,,
ଥରେ ଟାଣି କି ଦେଖ ବୁଝିବ ପରିଭାଷା l
ମୋତେ ତ ସାଇଡ ଦିଅରେ ଯାଉଚି କାଉଡି ବାଲା l
୨)ଗଞ୍ଜେଇର ସେବନ ଅଟେ ମଧୁ ପବନ,
ଧୂଆଁ ପେଟେ ପଶିଲେ ଲଭିବ ଦିବ୍ୟଜ୍ଞାନ,,
କେବେ ହେଁ ଏକୁଟିଆ ଟାଣିବ ନାହିଁ ତାହା,,
ସାଙ୍ଗ ସାଥୀ ମେଳରେ ଚିଲମେ କର ସ୍ଵାହା l
ମୋତେ ତ ସାଇଡ ଦିଅରେ ଡାକୁଚି ବମ୍ ବମ୍ ଭୋଲା

୩)ମଦ କୁ ସ୍ନେହ କର ଗଞ୍ଜାକୁ ମାରଧର,
ତା' ପ୍ରତି ଅବିଚାର କିଆଁ ହେ ସରକାର,,
ମଦ ଗଞ୍ଜେଇ ଦୁଇ ଏକା ମା' ପେଟ ଭାଇ,,
ନିଶାରେ କେହି କା'କୁ ତିଳେ ଉଣା ନୁହଁଇ l
ମୋତେ ତ ସାଇଡ୍ ଦିଅରେ ଡାକୁଚି ଡମ୍ବରୁ ବାଲା l
୪)ମଦ'ର କାଉଣ୍ଟର ଆହା କି ମନୋହର ,
ଯେତେ ବେଶୀ ବିକିବ ମିଳିବ ପୁରସ୍କାର,,
କିନ୍ତୁ ଗଞ୍ଜେଇ ଚାଷ ଜୀବନେ ଭରେ ବିଷ ,,
ମାମୁଁ ବାସ୍ନା ପାଇଲେ ପୋଡି କରଇ ଧ୍ଵଂସ l
ମୋତେ ତ ସାଇଡ୍ ଦିଅରେ ଯାଉଚି ବାବାଙ୍କ ଚେଲା ।
୫)ଗଞ୍ଜେଇ ପ୍ରତି ରାଗ ହୁଅନା ମହାଭାଗ,
ପ୍ରତି ଗ୍ରାମେ ତ୍ରିନାଥ ମଣ୍ଡପ ତୋଳ ଆଗ,,
ଗଞ୍ଜୋଡ ପୁରସ୍କାର କରନ୍ତୁ ଡିକ୍ଲାୟାର ,,
ଟିଭି ଓ ମିଡିଆରେ ପ୍ରଚାର ଦରକାର l
ମୋତେ ତ ସାଇଡ୍ ଦିଅରେ ମନ୍ଦିର ଦିଶୁଚି ଭଲା l
୬)ମଦ ପରି ଗଞ୍ଜେଇ ଷ୍ଟାଟସ୍ ଯାଉ ପାଇ,
ମଦୁଆ ଓ ଗଞ୍ଜୋଡ ଏକାଠି ଯାନ୍ତୁ ହୋଇ,,
ଭୋଅଟ ବେଳ ହେଲେ ଗଞ୍ଜେଇ ବାଣ୍ଟ ଭଲେ,,
ଭଲ ମିଳିବ ଫଳ ବ୍ୟଙ୍ଗ ଗୋସେଇଁ ବୋଲେ,,
ମୋତେ ତ ସାଇଡ୍ ଦିଅରେ ନହେଲେ ବାଜିବ ଡାଲା
ଡ଼ିଆ- ନିରାକାରପୁର- ଖୋର୍ଦ୍ଧା
ଜୟ ସାହିତ୍ୟ, ଜୟ ସମାଜ
କବିତା ଟି ସ୍ଥାନିତ କରି ଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଛି l ଜୟ ଜଗନ୍ନାଥ ସ୍ଵାମୀ l
ReplyDelete