ମଧୁସ୍ମିତା ନାୟକ
ବନ୍ଧୁତ୍ବ ଓ ପ୍ରେମକୁ ନେଇ ଛୋଟ କାହାଣୀଟିଏ । ଏକଦା ଗୋଟେ ଗ୍ରାମରେ ମେଳା ବସିଥିଲା । ସେ ମେଳା ସବୁବେଳେ ଲୋକାରଣ୍ୟ ,କଥାରେ କହନ୍ତି ନା, ପିମ୍ପୁଡି ଗଳିବାକୁ ବାଟ ନାହିଁ,ଗୋଟେ ଝିଅ ସେ ମେଳାରେ ଏକା ବୁଲୁଥିଲା, ରାନୀ ତାକୁ ଦେଖି ଭାବିଲା ସେ ବୋଧେ ଅସୁବିଧାରେ ଅଛି,ଭାବି ଭାବି ରାନୀ ଆସି ତା ପାଖରେ ପହଞ୍ଚିଲା,ରାନୀଟା ହୃଦୟରୁ ଭାରି ଭଲ ,ଭାରି ମେଳାପି ସେ।କିନ୍ତୁ ସେ କାହାକୁ ମିଛ କହେନି,କି ମିଛ କହୁଥିବା ଲୋକଙ୍କୁ ପସନ୍ଦ କରେନି,ସେ ଝିଅ ସହ ବାର୍ତ୍ତାଳାପ କରିବାକୁ ଚାହିଁଲା।ହେଲେ ଅନ୍ୟ ଝିଅଟି ଏତେ ମେଳାପି ନଥିଲା,ସେ ଟିକେ ନିରବ ରହି ତା ନାଁ କହିଲା,ସୁମି ମୋ ନାଁ।ତମେ କିଏ??ମୁଁ ତ ଏଇ ଗାଁରେ ରହେ, ମୋ ନାଁ ରାନୀ।କିଛି ସମୟ କଥାହବା ପରେ ସେ ଝିଅ ସହ ତାର ବନ୍ଧୁତା ହେଇଗଲା।ହଁ ...ରାନୀ ପାଖରେ କି ଗୁଣ ଅଛି କେଜାଣି,ସେ ଖୁବ୍ କମ୍ ସମୟରେ କେମିତିକା ଲୋକ ହେଉ ନା କାହିଁକି ଆପଣେଇ ନିଏ ।
ଆଜିକାଲି ତ ଇଣ୍ଟରନେଟ୍ ଯୁଗ,ସେଥିରେ ଦୁହେଁ ପରସ୍ପର ସହ ଯୋଡି ହେଇ ରହିଲେ।ସୁ୍ମି ଗୋଟେ ଖାନଦାନୀ ପରିବାରର ଝିଅ,ରାନୀ ସହ ମିଶେ ସତ,ସବୁବେଳେ ନିଜକୁ ବଡ କରି ଅହଂକାର ଦେଖେଈ କହେ, ହେଲେ ରାନୀ କିଛି କହେନି, କାରଣ ସେ ଚାହୁଁ ନଥିଲା ବନ୍ଧୁତା କଟି ଯାଉ, ଏମିତି କିଛିଦିନ ଗଲା,ରାନୀ ତା' ଅହଂକାର ପାଇଁ ତାକୁ କିଛି ନକହି ତା ସହ କମ୍ ମିଳାମିଶା କଲା ।ପୂର୍ବରୁ ରାନୀର ଜଣେ ସୋସିଆଲ ମିଡିଆର ବନ୍ଧୁ ଥିଲା ,ତା ନାଁ ଶାନ୍ତନୁ। ସେ ବନ୍ଧୁ କିନ୍ତୁ ଏ ବାନ୍ଧବୀ ପରି ନଥିଲେ। ସେ ଜଣେ ପରୋପକାରୀ ତଥା ଭଲ ବନ୍ଧୁ ଥିଲେ। ସୋସିଆଲ ମିଡିଆର ଯୁଗ । କିଛିଦିନ ପରେ,ରାନୀର ସେ ବନ୍ଧୁ ଜଣକ ସୋସିଆଲ ମିଡିଆରେ ସୁମି ସହ ବି ବନ୍ଧୁତା କରିଛନ୍ତି,ଉଁ. ହୁଁ..ଖାଲି ବନ୍ଧୁତା ନୁହେଁ ତାଙ୍କ ଦୁହିଁଙ୍କର ପ୍ରେମ ସଂପର୍କ ଗଢିଉଠିଛି।ଏକଥା ରାନୀ ଜାଣିଲା,ସେ ବି ବନ୍ଧୁ ଏ ବି ବାନ୍ଧବୀ ।ରାନୀ ଖୁସି ହେଇଗଲା,ଶାନ୍ତନୁ ରାନୀକୁ ଜଣେଇଲା,ହେଲେ ସୁମି ନୁହେଁ, ସେ ତା ସହ ଛଳନା ଭରା ମିଠା କଥା କହୁଥିଲା,ତଥାପି ରାନୀ ଖୁସି ଥିଲା।କିଛି ସମୟ ପରେ ଶାନ୍ତନୁ ସୁମିକୁ କିଛି ନକହିବାକୁ କହିଲା ତାଙ୍କ ସଂପର୍କ ବିଷୟରେ। ଶାନ୍ତନୁ ବୋଧେ କୌଣସି ହାଲରେ ତା ପ୍ରେମକୁ ହରେଇବାକୁ ଚାହୁଁ ନଥିଲା ।
ବୁଝିପାରିଲାନି ରାନୀ କାରଣ କଣ ?? ସେ ଚିନ୍ତାକଲା ଏ ଦୁହିଁଙ୍କ ସଂପର୍କ କେତେ ଗଭୀର , ସେ ବି ସୋସିଆଲ ମିଡିଆରେ କିଛି କଥା ଦୁହିଁଙ୍କ ଉଦ୍ଦେଶ୍ୟରେ ଲେଖିଲା , ଦୁହିଁଙ୍କୁ ଜାଣିବାକୁ। ଆଉ ସେ ବୁଝି ଗଲା, କାରଣ ରାନୀ ହିଁ ନିଜେ,ଶାନ୍ତନୁ ,ରାନୀ ସହ ସଂପର୍କ ରଖୁ ସୁମି ଚାହୁଁ ନଥିଲା,କାରଣ ସେ ସନ୍ଦେହୀ ଥିଲା । ନା ତା'ର ବନ୍ଧୁତ୍ବ ଉପରେ ଭରସା ଥିଲା,ନା ପ୍ରେମ ଉପରେ। ସେ ଶାନ୍ତନୁ ସହ ସେଇ କଥାକୁ ନେଇ ବ୍ରେକ୍ଅପ କରି ଦେଲା, ଖାଲି ସେତିକି ନୁହେଁ,ରାନୀ ତା ପାଈଁ ଉପଯୁକ୍ତ କହି ରାନୀକୁ ନେଇ ବହୁତ କଟୁ କଥା କହିଲା।ଯଦିଓ ରାନୀ ଓ ଶାନ୍ତନୁ ବହୁତ ଆଗରୁ ବନ୍ଧୁ ଥିଲେ,ହେଲେ ତାଙ୍କ ବନ୍ଧୁତ୍ବ ଥିଲା ପବିତ୍ର।ସୁମି ମଧ୍ୟ ତା'ର ବାନ୍ଧବୀ ଥିଲା, ହେଲେ ସୁମି !!!
ସବୁ ଜାଣି ମଧ୍ୟ ରାନୀ ଥରୁଟିଏ ସୁମିକୁ ପଚାରିଲାନି। ସେ ଦୁହିଁକ ଖୁସିପାଈଁ ନିଜକୁ ତାଙ୍କଠାରୁ ଦୁରେଇଦେଲା।ତା ପରେ ........। କ'ଣହେଲା ,ଗପ ସରିନି......। ଏଇଠୁ ଆରମ୍ଭ.... ଏତିକି କହିବି ସୁମି ପରି ବାନ୍ଧବୀ ମାନେ ବହୁତ ଅଛନ୍ତି ଆମ ଚତୁଃପାର୍ଶ୍ବରେ , ସାବଧାନ ; ବନ୍ଧୁତ୍ବ ନକର,କିନ୍ତୁ ସୁମି ପରି କୁବାନ୍ଧବୀ କରି ନିଜେ ସମାଲୋଚିତ ହେଇ,ନିଜ ସମ୍ମାନ ହରାଅନି l ହଜାରେ ସ୍ବାର୍ଥପର ଅହଂକାରୀ ବନ୍ଧୁଠାରୁ ଗୋଟିଏ ସ୍ନେହୀ ଓ ସରଳ ବନ୍ଧୁଟିଏ ରହିବା ଦରକାର ।
-----ଯାଜପୁର-----
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।