9/01/2019

ସାଙ୍ଗ

ପଦ୍ମାଳୟା ମିଶ୍ର 

ଏବେ କାହିଁକି କେଜାଣି
ଭାରି ମନେ ପଡେ
ସ୍କୁଲ କଥା ସ୍କୁଲ ସାଙ୍ଗ କଥା
ମୋ ଝିଅ ଏବେ ସ୍କୁଲ ଯାଉଛି
କେମିତି କଟିଲା ସ୍କୁଲରେ ଆଜି ଦିନ ପଚାରିଲେ
କହୁଛି ମାମା ଏବେ ଆଉ
ତମବେଳ କଥା ନାହିଁ
ମୋ ପାଠ ପଢା ଠିକ୍ ଚାଲିଛି
ଏକ୍ଜାମ୍‌ରେ ବି ଭଲ ମାର୍କ୍‌ ରଖୁଛି
ସ୍କୁଲ୍‌ରେ ଆଜି ଏନଭାରନମେଣ୍ଟ ଡେ
ସେଲିବ୍ରେଟ୍ ହେଲା
ଆମ ହାଉସକୁ ଏନଭାରନମେଣ୍ଟ ଫ୍ରେଣ୍ଡ
ଆଓ୍ଵାର୍ଡ ମିଳିଲା ।
ଫାମିଲି ହ୍ଵାଟ୍ସଆପ ଗ୍ରୁପରେ
ପିକ୍ ସେୟାର କରିଛି
ଦେଖିନବ ଡିଟେଲ୍
ସାମ୍ ଘରକୁ ବାର୍ଥ୍ ଡେ ପାର୍ଟିକୁ ଯାଉଛି ।

ସତରେ କେତେ ବଦଳିଗଲା ସମୟ
ସାଙ୍ଗ ମାନେ ଖାଲି
ପାର୍ଟିକୁ ନେଇ ଚର୍ଚ୍ଚାର ବିଷୟ
ସୌମ୍ୟା ସାମ୍ ହେଲାଣି


ବବିତା ବେବ୍ ହେଲାଣି
ସାଙ୍ଗ ପରିସୀମା ବଦଳି ଗଲାଣି 
କି ମଧୁର ଥିଲା ସେ ସମୟ
ସାଙ୍ଗ ମାନଙ୍କୁ ନେଇ ଥିଲା ପରିଚୟ
ସ୍ଵାତୀ ଇତି ଜୁଲି ମିଲି ପୁଷ୍ପିତା
ଲୋପା ଦୀପା ଲିପି ଆଉ ଅର୍ପିତା
ପଛ ବେଞ୍ଚର ସେ ମଜା
ଗୌରୀର ତୁ ତୁ ତୁ ତାରା ଗୀତ
ସାଙ୍ଗକୁ ପୁଡିଆରେ ବାରମଜା
ମାମା ସାଙ୍ଗେ ସିକ୍ରେଟ୍ ସେୟାର
ହୋ ହଲା କରି ସାରଙ୍କ ହାତେ ଧରା ପଡିଲେ
କାନ୍ଥରେ ବସୁ ଚେୟାର ।
କାନ ଧରାଧରି ହେଇ ବସ ଉଠ
ବେଳେ ବେଳେ ସାରଙ୍କ ଛାଟ
ସାଙ୍ଗ ମାନଙ୍କ ସହ ଗପିବାରେ
ଦେଇ ପାରେନି ବାଧା
ପାଠ ଓ ଗପ ଚାଲେ ଅଧାଅଧା ।

ଏମିତି କେତେ କଥା ସ୍ମୃତି ହୋଇ ରହିଛି
ବେଳେ ବେଳେ ଚଳଚ୍ଚିତ୍ର ପରି
ଆଖି ଆଗକୁ ଆସୁଛି
ହାଏ ବାଏ ର ସବୁ ଏବେ ସାଙ୍ଗ
ବୁଝି ପାରିବେନି
ସେ ସବୁ ଦିନକୁ
ଜୀବନ ଥିବା ଯାଏ
ହୃଦୟ ସାଇତି ଥିବ ସେ ସ୍ମୃତିକୁ ।।

ସମ୍ପାଦିକା - ହରିବୋଲ ହୁଳହୁଳି 
(ପୁରୀ)
ଜୟ ସାହିତ୍ୟ, ଜୟ ସମାଜ

1 comment:

  1. ଭାରି ଭଲ ଲାଗିଲା ମନେ ପଡ଼ିଲା ସ୍କୁଲ ଦିନ ପିଲା ଦିନ କଥା। ମୈତ୍ରେୟୀ କମିଳା

    ReplyDelete

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।