9/01/2019

🍄🍄ଛତୁ🍄🍄

ସଙ୍ଗୀତା ଗ୍ରହାଚାର୍ଯ୍ଯ



କିଏ କହେ ତୋତେ ରାବଣର ଛତା
କିଏ ଗଣା କରେ ଆମିଷରେ
ଉଦ୍ଭିଦ ଜଗତେ ତୁ ପରା ରାଜା
ଫୁଟିଥାଉ ବାଡ଼ି ବଦାଡ଼ିରେ
ବିବାହ ଭୋଜନେ ଛତୁ ଚିଲ୍ଲୀ ପୁଣି
ଛତୁ ବାଟି ଚଡଚଡା
ପଖାଳ ସାଙ୍ଗକୁ ଛତୁ ଭଜା, ବରା
ବେସର କୁ ପତ୍ରପୋଡ଼ା
ହେଲେ ସବୁଠାରୁ ଭଲ ଲାଗେ ମୋତେ
ମା ହାତ ରନ୍ଧା ଛତୁର କଷା
ଜୀରା,ଅଦା,ଲଙ୍କା,ରସୁଣ ବାଟଣା
ସାଥିରେ ବିଲାତି, ଖଟା

ମସଲା ଦେଇକି କଷିଦେଲେ ଛତୁ
ବାସନା ମହକି ଯାଏ
ଲୋଭିଲା ମନକୁ ପାରେ ନାହିଁ ରୋକି
ଆଗ ଆଣି ଚାଖି ଦିଏ
ଆମିଷ ସୋରିଷ ଖାଏନି ବୋଲିକି
ମନ ଜାଣି ମା କରେ ରୋଷେଇ
କଂସାଏ ପଖାଳ ଛତୁ କଷା ଦେଇ
ପେଟ ମନ ଭରି ଦିଏ ମୁଁ ଖାଇ

🍄🍄🍄🍄🍄🍄🍄🍄

ଭଦ୍ରକ 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।