9/01/2019

ଅବଶ ମୁହୂର୍ତ୍ତ


                                 ●ଡ଼କ୍ଟର ଲକ୍ଷ୍ମଣ ସାହୁ
ଜୀବନ ସହ ଖେଳିବା,  ଚାଲେଞ୍ଜ  କରିବା  ଯେମିତି  ତାର  ଏକ  ନିତିଦିନ  ଅଭ୍ୟାସ ।  ବାପା  ବୋଧହୁଏ  ସେଥିପାଇଁ  ତା'  ନାଁ  ଦେଇଥିଲେ  ବିପ୍ଳବ  ଦାସ  ।  ବିପ୍ଳବ  ଦାସ,  ହଁ  ବିପ୍ଳବ  ଦାସ,  ଯେ  କେବେ  ହାରିବା  ଶିଖିନାହିଁ  ।  କାହାର  ବାହୁବଳରେ  ନୁହେଁ,  ଭାଗ୍ୟ,  ବିଧାତା,  ଭଗବାନଙ୍କ  ଆଶୀର୍ବାଦରେ  ନୁହେଁ,  ନିଜ  ଆତ୍ମବିଶ୍ବାସରେ  ତାର  ଲଢେଇ  ।  ବିଶ୍ୱବିଦ୍ୟାଳୟ  ସ୍ୱର୍ଣ୍ଣ  ପଦକ  ଲାଭ  କରିଥିବା  ବିପ୍ଳବ  ଦାସ  ।  ଭିନ୍ନ  ଏକ  ମାନବ ସମାଜର  ସ୍ୱପ୍ନ  ଦେଖୁଥିବା,  ମାନଚିତ୍ର  ଆଙ୍କୁଥିବା  ବିପ୍ଳବ ,  ସ୍ୱର୍ଣ୍ଣ  ପଦକ  ଧରି  ବାପାଙ୍କ  ପାଦଦେଶରେ   ଲୋଟି  ପଡିଥିଲା  ।  ଥରି  ଉଠି ଥିବା  ବାପା   ରକ୍ତଶୂନ  ହସ୍ତରେ  ତା'  ମଥାରେ  ହସ୍ତଚାଳନା  କରୁ  କରୁ  ଆଖିରୁ  ତାଙ୍କର  ଦୁଇ  ଟୋପା  ଲୋତକ  ଝରି  ପଡିଥିଲା  ,  ଶୁଷ୍କ  କଣ୍ଠରେ  କହୁଥିଲେ  ବଗୁଲିଆଟା , ଅଭାଗଟା,  ଅଭାଗାକୁ  ସହାୟ  ହୁଅ  ଭଗବାନ  ।"

           ଜନ୍ମରୁ  ମା'ର  ମୁଖ  ଦର୍ଶନ କରିବା ତା'  ପାଇଁ  ଥିଲା  ଭାଗ୍ୟର  ବିଡମ୍ବନା  ।  ସେ  କେବଳ  ପିଲାଟି  ଦିନରୁ  ବାପାଙ୍କ  ପ୍ରକୋଷ୍ଠ  ବଳୁଆ  ଛାତିକୁ  ଜାବୁଡି  ଧରି  ମା'ର  ସ୍ନେହ  ପାଇଥିଲା  । ସେଲାଗି  ବେଳେ ବେଳେ ଅନାବନା  ହୋଇଯାଏ,  ଅଭାବଗ୍ରସ୍ତ  ବାପାଙ୍କୁ  ଦୁଃଖ  ନଦେବା  ପାଇଁ  ପେଣ୍ଟିକ୍  କରେ,  ଲୁଚି  ଲୁଚି  କେଉଁଠି  କେଉଁଠି  ଟିଉସନ  କରେ  ,  ହେଲେ  କାହା  ପାଖରେ  ହାତ  ପାତିନି,  ଅନୁରୋଧ  କରିନି,  ଭୋକର  ଜ୍ଜାଳା  ସହି  ନପାରିଲେ  ଗ୍ଳାସ  ଗ୍ଳାସ  ପାଣି  ପିଇ  କ୍ଷୁଧା  ମେଣ୍ଟେଇଛି,  ବିନା  ସ୍ୱାର୍ଥରେ  ସାହାଯ୍ୟ  କରିଛି,  ହେଲେ  ସାହାଯ୍ୟ   ହଠାତ  ବିପ୍ଳବ  କାହାର  ମୃଦୁ  କଣ୍ଠସ୍ୱରେ  ସମ୍ବିତ  ଫେରି  ପାଇଲା ,  " ବିପ୍ଳବ  ତମେ  ଏଇଠି, ଏଇ  ନିଛାଟିଆ  କିଞ୍ଚିତ  ଝାପସା  ଝାପସା  ଜହ୍ନ  ଆଲୁଅ ... ବସି  କ'ଣ  କରୁଛ  ? ନେହାକୁ  ଦେଖି  ବିପ୍ଳବ  କି  ଉତ୍ତର  ଦେବ ,  ଥଙ୍ଗ  ଥଙ୍ଗ  ହୋଇ  ପଡିଲା  । ଦେଖ  ବିପ୍ଳବ,  ତମେ  ତମର  ସ୍ୱପ୍ନ  ରାଜ୍ୟରେ  ତମ  ପ୍ରେମିକାକୁ  ଖୋଜ  ମୋର  କିଛି  କହିବାର  ନାହିଁ ।  ଶୁଣିଲି  ପିକନିକରେ  ଯିବଣି  , ତମେ  ନଗଲେ  ପିକନିକ  ହେବ,  ମୋତେ  ଭଲ  ଲାଗିବନି,  ହଁ  ମୁଁ  ତମ  ବିନା  ଯିବିନି  !! ନେହାକୁ  କିଛି  କହିବା  ପୂର୍ବରୁ  ସେ  ଦଉଡ଼ି  ଚାଲି  ଯାଇଥିଲା  ।  ନେହା  ଭାରି  ଜିଦଖୋର,  ଯାହା  ବୁଝିଥିବ  ତାହାହିଁ  କରିବ ...ବା..କିଏ  ସମ୍ଭାଳିବ  ତାକୁ  ।

      ଅବୁଝା  ନେହା  ।  ପିକନିକରେ  ନେହା  ଓ  ତାକୁ  ନେଇ  ସହପାଠୀ ମାନଙ୍କ  ଚର୍ଚ୍ଚା  ।  ଦୁହେଁ  ଚର୍ଚ୍ଚାର  କେନ୍ଦ୍ର  ବିନ୍ଦୁରେ..  ।  ନେହା  ସୁଯୋଗ  ଦେଖି  ବିପ୍ଳବକୁ  ଏକ  ନିକାଞ୍ଚନ  ସ୍ଥାନକୁ  ଡାକି  ନେଇ  କହିଲା  "ଦେଖ  ବିପ୍ଳବ  ମୁଁ  କ୍ଳାନ୍ତ,  ତମ  କୋଳରେ   ମୁଣ୍ଡ  ରଖି  ବିଶ୍ରାମ  ନେବାକୁ ଟିକେ  ଚାହେଁ,  ତମ  ପ୍ରେମିକା  ବଧୂବେଶ  ହୋଇ  ଆସିବା  ପୂର୍ବରୁ  ଅତ୍ୟନ୍ତ ମୋର  ଏ  ଛୋଟ ଅନୁରୋଧ  ରଖ 

   ବିନାପ୍ରତିବାଦରେ  ଥପ  ହୋଇ  ବସିପଡିଥିଲା,  ବିପ୍ଳବ, ଆହୁରି  ତାକୁ  ଆଶ୍ଚର୍ଯ୍ୟ  ଲାଗୁଥିଲା  ନେହା,  କି  ଜବରଦସ୍ତ  ଝିଅ  ନେହା, ଯେତେବେଳେ  ନେହା  ସିଂଦୁର  ଫରୁଆ  ବାହାର  କରି  କହିଲା,  " ବିପ୍ଳବ  ତମେ  ଜାଣଣା,  ଝିଅମାନେ  ସିନ୍ଦୁର  ଲଗାଇଲେ  ଆହୁରି  କୁଆଡ଼େ  ଅଧିକ  ସୁନ୍ଦର  ପାଲଟିଯାନ୍ତି " ।  ତମେ  ହିଁ  ମୋତେ  ଲଗେଇ  ଦିଅନା  "।  ଚମକି  ପଡିଥିଲା  ବିପ୍ଳବ,  ନେହାର  ଜିଦି  ଦେଖି,  ଜଣେ  ଓ.ଏସ୍.  ଙ୍କ  ଝିଅ,  ଗୁଣ  ସଂପନ୍ନା,  ଉଂଚ ଶିକ୍ଷିତା  ଝିଅ,  ସହପାଠୀନୀ ,  ବାନ୍ଧବୀ,  ଯାର  ଗୋଟିଏ  ଦିନର  ଖର୍ଚ୍ଚ  ତା'ପାଇଁ  ଗୋଟାଏ  ମାସ  ସହ ସମାନ  ହୋଇନପାରେ  !  ଛେପ  ଢୋକି  ବିପ୍ଳବ  ଧୀରେ  କଣ  କହିବା  ପୂର୍ବରୁ  ନେହା  କହି  ଉଠିଲା-  "ଥରେ  ମୋ  ଆଖି ସହ  ଆଖି  ମିଳାଇ  କହିଲ  ଦେଖି  ତମେ  ମୋତେ ....ଭଲ  ପାଅନି  !!!  ସବୁ  ଦିନ  ପରି  ନା  ନା  ନା  କହି  ମିଛ  କହନି,  ବିପ୍ଳବ  ବହୁ  ଦୂରରୁ  ତମକୁ  ଦେଖିଛି,  ତମ  ଉଦାସ  ଆଖିର  ଭାଷା   ପଢିଛି,  ତମ  ମନ  ହୃଦୟ  ତଳର  ଗୋପନ  କଥାକୁ  ପଢିଛି,  ଜାଣେ  ତମେ  ମୋତେ  କଷ୍ଟ  ଦେବାକୁ  ଚାହୁଁ  ନାହଁ,  ତମେ  ନଚାହିଁଲେ  କଣ  ହେବ,  ମୁଁ  ତ  ଚାହେଁ, ।  ବିପ୍ଳବ  କଣ  କହିବା  ପୂର୍ବରୁ  ନେହା  ବିପ୍ଳବର  ପାଟିରେ  ହାତ  ଚାପି  ଧରି  କହିଲା, " ବିପ୍ଳବ  ତମେ  କଣ  କହିବ  ମୁଁ  ଜାଣେ,  ଆଜି  ମୋ  ନିସ୍ପତି ,  ତମେ  ମୋତେ  ଧନ  ଐଶ୍ୱର୍ଯ୍ୟ  ଦେଇପାରିବ  ନାହିଁ,  ଭଲରେ  ରଖି  ପାରିବ  ନାହିଁ,  ଏଇଆତ,  ବିପ୍ଳବ  ତମେ  ଯେମିତି  ଅଛ  ସେମିତି  ରହିବି ।  ବିପ୍ଳବ  ଚୁଲବୁଲି  ନେହାକୁ  ଅପଲକ  ନୟନରେ  ଚାହିଁ  ରହିଥିବା  ବେଳେ  ନେହା  ପୁଣି  କହିଉଠିଲା ,  ବିପ୍ଳବ  ।  ନେହା  ଆଖିରେ  ଲୋତକ  ଦେଖି ବିପ୍ଳବ  ସେଦିନ  ତା'  ମଥାରେ  ସରୁ  ଚୁମା  ଦେଇ  କହିଥିଲା ,  ନେହା  ଆଜି  ତମେ  ମୋତେ  ଏ  ଦୁନିଆକୁ  ଚିହ୍ନିବାର  ଶକ୍ତି  ଭରି  ଦେଲ  ।  ହାରି  ନଥିବା  ବିପ୍ଳବ  ଚୁଲବୁଲି  ନେହା  ନିକଟରେ  କେମିତି  କେଜାଣି  ନିଜ  ଅଜଣା  ପଣରେ  ହାରି  ଗଲା ।  ମୁହୂର୍ତ୍ତ  ପାଇଁ  ଦୁହେଁ  ଦୁହିଁଙ୍କୁ  ଯାବୋଡି  ଧରି  ଏକାକାର  ହୋଇ  ଯାଇଥିଲେ  ।

             ପ୍ରତିଶ୍ରୁତି  ଦେଇ  ନେହା  ଚାଲି  ଯାଇ  ଥିଲେ  ବି  ଆଉ  ଫେରି  ନଥିଲା  ।  ଅଜଣା  ଆକ୍ସିଡେଣ୍ଟ  ସମୟର  କ୍ରୂର  ଅଟ୍ଟହାସ୍ୟକୁ  ବିପ୍ଲବକୁ  ବିନା ଦିଗ୍ଧାରେ  ସହି  ନେଇଥିଲା ।  ଦୁଇ  ଦିନର  ଦୁନିଆରେ  ଏସବୁ  ପ୍ରେମ,  ମୋହ,  ମାୟା,  ସବୁ  ତା'ପାଇଁ  ତୁଚ୍ଛ୍ୟ  ପାଲଟି  ଯାଇଥିଲା ,  ବୋଧହୁଏ  ସେ  ଏକଜିଦିଆ  ପାଲଟି  ଯାଇଥିଲା । ଅନ୍ୟାୟ  ବିପକ୍ଷରେ  ନିରବ  ଗୁଂଜରଣ  ସୃଷ୍ଟି  କରୁଥିଲା  ।  ସେ  ପ୍ରେମ କରି  ଶିଖିନଥିଲା,  କି  କାହାର  ପ୍ରେମକୁ  ବୁଝୁନଥିଲା  ।  ସ୍ୱର୍ଣ୍ଣ ପଦକ  ପାଇଥିବା  ବିପ୍ଳବ  ଦାସ,  ଶେଷରେ  ପାଇଥିଲା  ପ୍ରାଇଭେଟ ଅନୁଦାନ ଅପେକ୍ଷାରତ  ମହାବିଦ୍ୟାଳୟରେ  ଅଧ୍ୟାପକ  ଚାକିରୀ,  ଯେଉଁଠି  ଗଢ଼ି ବାର  ସ୍ୱପ୍ନ  ନେଇ  ଗଢିପାରୁ  ନଥିଲା,  କର୍ମକର୍ତ୍ତାଙ୍କ  ଆକ୍ରୋଶର  ଶିକାରରେ  ।  ସତେ  ଯେମିତି  ଏକ  ମନନଶୀଳ  ବିପ୍ଳବ  ଦାର୍ଶନିକ  ପାଲଟି  ଗଲା  ।

          ହୁଏତ  ସେଦିନ   ଶ' ଗଭୀର ନିମଗ୍ନ ଚିତ୍ତରେ ବୁଡିରହି ଲେଖନୀ ଚାଳନା କରୁଥିଲେ , ପୃଷ୍ଟା ପରେ ପୃଷ୍ଟା ଧବଳ ଶୋଭିତ  କାଗଜପରେ ବହ୍ମାକ୍ଷର ଶବ୍ଦ ଜିବନ୍ୟାସ ଲଭୁଥିଲେ । କାହିଁ କେତେବେଳୁ ଆଗନ୍ତୁ ଆସି ତାଙ୍କ ସାମ୍ନାରେ ଠିଆ ହେଲେଣି, ସେଥିପ୍ରତି ତାଙ୍କର ତିଳେ ମାତ୍ର ନଜର ନାହିଁ , ନିଜ କାର୍ଯ୍ୟରେ ସେ ନିମଗ୍ନ , ଆଗନ୍ଥୁକ ଧୈର୍ଯ୍ୟହରା ହୋଇ ରାଗରେ ବିରକ୍ତ ପ୍ରକାଶ କରୁ କରୁ ଶ' ତାଙ୍କର ମୁଦ୍ରିତ ଅକ୍ଷର ଶେଷ କରି ବେଶ୍ ସ୍ୱାଭାବିକ ଢଂଗରେ ଉଠି ଠିଆହେଲେ , ଆଗରେ ତାଙ୍କର ବଶ୍ ' ସେଥିପ୍ରତି ତିଳେ ବିଚଳିତ ହେଲେ ନାହିଁ , କି ହାତ ଟେକି ସମ୍ଭାଷଣ କଲେ ନାହିଁ , ଆସିବାର କାରଣ ବୁଝିଲେ ନାହିଁ ,ତାଙ୍କୁ ବସିବାକୁ ଆସନ ନ ଦେଇ ପତ୍ନିଙ୍କ ଉଦ୍ଦେଶ୍ୟରେ ନମ୍ର ଗଳାରେ କହିଲେ ' ଶିଘ୍ର ବାହାର, ଆଜି ଛୁଟି ଦିନରେ ଟିକେ ବାହାରେ ବୁଲିଆସିବା ।

           ଆଗନ୍ତୁକ ଲଜ୍ୟାବଶତଃ ଶ'ଙ୍କୁ କହିନପାରି ଖପାହୋଇ ବାହାରି ଗଲେ । ପରଦିନ  ଆଗନ୍ତୁକ ବଶ୍  ଶ' ଡକାଇ ବିରକ୍ତ ପ୍ରକାଶ କରିବାବେଳେ ଶ' ଅତିନମ୍ରତାର ସହ କହିଲେ , ସାର୍ ମୋ ଘରେ ମୁଁ ବଶ୍ , ମୋ ବିନା ଅନୁମତି ଆପଣ ଯାଇଥିବାରୁ ଓ ମୋପ୍ରତି  ଆପଣ ସମ୍ମାନ ସୂଚକ ଶାଳୀନତା ରକ୍ଷାକରି ନଥିବାରୁ ମୁଁ ଆପଣଂକୁ ସମ୍ଭାଷଣ କରିବା ମୋ ବିବେକ ବାହାରେ ଥିଲା ।

            ବିପ୍ଳବ ଦାସ ତାହାହିଁ କରିଥିଲା , କ୍ଷମତାରେ ଅଂଧହୋଇ ଯେ ଗର୍ବ ଓ ଔଦ୍ଦତା ପଣରେ ତା ଉପରେ ହାକିମଗିରି ଦେଖାଏ , ସେ ତାକୁ କି ସମ୍ମାନ ଦେବ , ବରଂ ବିନା  ପ୍ରତିବାଦରେ ଇସ୍ତାଫା ଦେଇଚାଲିଯିବ , ଅନ୍ୟାୟଅର୍ଥରେ ଯେଉଁମାଋନେ ଜିତନ୍ତି , ବିପ୍ଳବ ପ୍ରତିବାଦ କରି ଲାଭ ବା କଣ !! ଏକାଏକା ଲଢିବ ବା କିପରି ..... ?

            ଠିକ୍  ସେଦିନ  ଯେଭଳି   ସକ୍ରେଟିସ୍'ଙ୍କ ମୁଖମଣ୍ତଳରେ ଲେଶମାତ୍ର ଦୁଃଖ ବା ଅନୁଶୋଚନାର ଚିହ୍ନ ନଥିଲା , ଧରିଥିବା ବିଷ ପାତ୍ରଟିରେ ହାତ ଥରିଉଠିନଥିଲା , ଅବିଚଳ ଓଠରେ ବିଷପାନ ପୂର୍ବରୁ ଥରେ ସେ ଜୁରୀମାନଙ୍କୁ (ବିଚାରପତି) ଅପଲକ ନୟନରେ ଚାହିଁ ଅସ୍ପଷ୍ଟ କଣ୍ଠରେ ଉଚ୍ଚାରଣ କଲେ , ମୃତ୍ୟୁ ଭୟରେ ସକ୍ରେଟିସ୍  କେବେ ସତ୍ୟକୁ  ଫେରାନେଇ ପାରେନା , ବିଷପାନ କରି ସେ ସତ୍ୟପାଇଁ ଯେଉଁ ମହାନ୍ କାର୍ଯ୍ୟ କରୁଛନ୍ତି , ସକ୍ରେଟିସ୍ ର ମୃତ୍ୟୁ ଘଟିବ , ହେଲେ ସତ୍ୟର ନୁହେଁ ,  ଯେଉଁ ଅବୋଧ ନିର୍ବୋଧ ମାନେ ତାଙ୍କୁ ମୃତ୍ୟୁ ଦଣ୍ତ ଦେଉଛନ୍ତି , ସେମାନେ ବୁଝିନାହାନ୍ତି ଯେ ସତ୍ୟର ଭୟରେ ସେମାନେ ପ୍ରତି ମୁହୂର୍ତ୍ତରେ ବଂଚିଥାଇ ବି ମରୁଛନ୍ତି ....!!

          ସେଇଭଳି  ଶେଷ ରାୟ ଶୁଣିବା ବେଳକୁ ବିପ୍ଳବ ଦାସ ତା ଇସ୍ତଫା ପତ୍ରଟିକୁ ଲେଖିସାରିଥିଲା, ପାଖରେ ତାର କେହି ନଥିଲେ, ନିଲମ୍ବନ ବା ବହିଷ୍କାର ଚିଠି ପହଂଚିବା ପୂର୍ବରୁ ସେ ତା କାମ ଶେଷ କରିନେବା ଉତ୍ତମ , ଯୋଉ କାରଣରୁ ସେ ଆଜି ଯାଏ ସଂତୁଳି  ହେଉଥିଲା ,ଏଥର  ସେ ମୁକ୍ତ, ଯଦିଓ  ରୂପେଲି ପରଦା ପରି ଦୀର୍ଘ ଦିନର ତା ଅଧ୍ୟାପନାର ସ୍ମୃତି ତା ସାମ୍ନାରେ ଭାସିଆସୁଥିଲା , ସକଳ ଶତକୋହକୁ ଚାପି ରଖି  ଅବହେଳିତ ବାର୍ଦ୍ଧକରେ  ଉପନୀତ ଭଗ୍ନ ଇଟା ଦନ୍ତୁରିତ ବୈଧବ୍ୟ ଯଂତ୍ରଣାରେ  ଜର୍ଜ୍ଜରିତ ଶ୍ରୀହୀନ  ଶିକ୍ଷାୟତନକୁ  କୋଟିପ୍ରଣାମ ଜଣାଇ  ମନେମନେ କହୁଥିଲା, ହାୟ  ମୁଁ  ହାରିଗଲି, ତୋ ପାଇଁ କିଛି କରିପାରିଲି  ନାହିଁ , ତୁ ଶୈଶବରୁ  କୁଆଁରୀ କି ପ୍ରାପ୍ତ ଯୌବନା  ନାୟିକା  ହୋଇପାରିଲୁ ନାହିଁ । କେତେବେଳୁ ଅଜଣାରେ ତା ଆଖିରୁ ଦୁଇଧାର ଲୁହ ଗଡି ଆସିଥିଲା, ହଠାତ୍  ତା ପ୍ରିୟଛାତ୍ରୀମାନଙ୍କ କ୍ଳାସ ନେବା ଡାକରାରେ ସେ ସ୍ତମ୍ବିତ ହେଲା, କାହାକୁ କିଛି ନ କହି ଇସ୍ତଫାପତ୍ରକୁ ଅଧ୍ୟକ୍ଷାଙ୍କ ଟେବୁଲ୍ ଉପରେ ରଖି ଦେଇ ବାହାରି ଆସିଲା !!

       କେବଳ ପ୍ରିୟ ଛାତ୍ରଛାତ୍ରୀଙ୍କ ପାଟି ଶୁଭୁଥିଲା ସାର୍ ଆପଣଙ୍କ କ୍ଳାସ ..!!!  କ୍ୟାମ୍ପସ ବାହାରେ ଅଟକି ରହିଥିବା କାର୍ ଭିତରୁ ମୃଦୁ ନାରୀ କଣ୍ଠସ୍ୱର ଭାସିଆସିଲା '' ବିପ୍ଳବ ଆସ, କେତେ ସମୟ ଧରି ମୁଁ ତମ ଅପେକ୍ଷାରେ..!!''  ବିପ୍ଳବ ଆନମନା ହୋଇଗଲା, ନେହା  ତମେ, ତମେ ଆସିଛ ।"  ଲୁସି ଭଗବାନଙ୍କୁ ଶତ ଧନ୍ୟବାଦ ଦେଉଥିଲା, "ହେ ଈଶ୍ୱର, ମୋ ଅପାର ପ୍ରେମକୁ ପୁନଃ  ଉଜ୍ଜୀବିତ କରିବା ପାଇଁ ବୋଧେ ମୋତେ ତାରି ଭଳି  ଗଢିତୋଳିଛ ।  ଲୁସି ବାହାରି ଆସି ବିପ୍ଳବର ହାତଧରି ଟାଣି ନେଲା କାର ଭିତରକୁ, ଅବୋଧ ଶିଶୁଟି ଭଳି ବିପ୍ଳବ ନେହାର କୋଳରେ ମଥା ପାତି ଶୋଇପଡୁଥିବା ବେଳେ ଲୁସି ଶତ ଧନ୍ୟବାଦ ଦେଉଥିଲା ଈଶ୍ବରଙ୍କୁ । ବୋଧହୁଏ ବିପ୍ଳବ ନେହା କୋଳରେ ମଥା ଗୁଂଜି ଅନୁଭବ କରୁଥିଲା ଭିନ୍ନ ଏକ ପୃଥିବୀକୁ..!!!

            ବାହାରେ ନିରବତା ବିରାଜମାନ କରୁଥିଲେ ବି  ନିର୍ଲଜମାନଙ୍କ ଠୋ ଠୋ ହସ ଶୁଭୁଥିଲା, ବାହୁବଳ, କ୍ଷମତାର ଅପପ୍ରୟୋଗ, ଅମାପ କଳାଟଂକାର ଅପବ୍ୟବହାର ତାଂକ ଅହଂକାର ଗର୍ବକୁ ଶତଗୁଣିତ କରୁଥିଲା ।  ଛଳନାପୂର୍ଣ ମିଥ୍ୟା ବିଜୟୋଲ୍ଲାସରେ ସେମାନେ ମସ୍ ଗୁଲ୍ ହୋଇ ମଦ୍ୟ ମାଂସ ଆହାର ନିମନ୍ତେ ଦିନାଙ୍କ ଖୋଜୁଥିଲେ  ...!!!

💲💲💲💲💲💲💲💲💲💲💲💲💲💲💲💲💲💲💲

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
   ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ-୪
   ଦୂରଭାଷ : ୯୪୩୭୭  ୪୦୨୮୦
    Email : Laxmansahoo9040@gmail.com

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।