ରଶ୍ମିତା ଜେନା (ଶିକ୍ଷୟିତ୍ରୀ)
ବରଗଛ ପରି ଛାଇ ହୋଇ ରହେବିପଦେ ହୁଅଇ ସାହା
ବନ୍ଧୁର ବାଧା ବନ୍ଧନ ମାନେନି
ବନ୍ଧୁତାର ସିଏ ରାହା l
ଦୁଃଖେ ହୁଏ ଦୁଃଖୀ ସୁଖେ ହୁଏ ସୁଖୀ
ବିଶ୍ୱସ୍ତ ପୁଣ୍ୟ ପୁଣ୍ୟାତ୍ମା
ବିନିଦ୍ର ପ୍ରହରୀ ଅନ୍ଧାରି ବନ୍ଧୁର
ନାମ ଅଟେ ତା' ବନ୍ଧୁତା l
ସ୍ନେହ ସରାଗର ସେ ସାତ ବର୍ଣ୍ଣର
ପ୍ରୀତିର ନୀଳିମା ତୋଳି
ବନ୍ଧୁର ବ୍ୟଥାକୁ ଆଖିରେ ତାହାର
ଅଞ୍ଜନ ସମ ସେ ବୋଳି l
କୃଷ୍ଣ ସୁଦାମାର ଅପୂର୍ବ ମିଳନ
ନୟନ ଅଶ୍ରୁଳ ଧାର
ବନ୍ଧୁତାର ସେଇ ପୂର୍ଣ୍ଣ ଅନୁଭବ
ଇତିହାସ ଯୁଗ ଯୁଗର l
ବନ୍ଧୁତାର ପଣ ରଖିଥିଲ ପ୍ରଭୁ ଲଜ୍ଜା କରି ନିବାରଣ
କୃଷ୍ଣା କୃଷ୍ଣଙ୍କର ନିଃସ୍ଵାର୍ଥ ବନ୍ଧୁତ୍ୱ
ଜଗତେ ଚିର ସ୍ମରଣ l
ମୁକ୍ତି ମୁକ୍ତାଟିଏ ବନ୍ଧୁ ହୋଇ ଥାଏ
ସାର୍ଥକର ଶେଷ ଇଚ୍ଛା
ପରଶେ ପରାଣେ ଯାଦୁ ଖେଳି ଯାଏ
ତା' ବିନା ଜୀବନ ତୁଚ୍ଛା l
ନୟାପଲ୍ଲୀ- ଭୁବନେଶ୍ବର
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।