7/05/2019

ରଜ (ଏକ ଅଣୁ ଗଳ୍ପ)

ରୀତା ଅପରାଜିତା ମହାନ୍ତି 
                    ଅନିନ୍ଦିତା ଆଶ୍ଚର୍ଯ୍ୟ ହେଉଥିଲେ,ଆଜି ସଜବାଜ ହେଲେ ବୋହୂ - ନାତୁଣୀ କେହି ହଳଦୀ ଲଗାଉ ନାହାଁନ୍ତି କି କିଣା କଟା ପାଇଁ   କାହାର ବ୍ୟସ୍ତତା ନାହିଁ । ତାଙ୍କୁ ନିଜ ଛୋଟ ବେଳ ମନେପଡି ଗଲା ; ରଜ ଆଗ ଦିନ ବୋଉ କେମିତି ହଳଦୀ ଲଗେଇ ଦେଉଥିଲା । ସେମାନେ ସମସ୍ତେ ମିଶି ଲୁଗାପଟା କିଣୁଥିଲେ ।
    ବାପା ଆମ୍ବଗଛ ତଳେ ଦୋଳି ବାନ୍ଧି ଦେଉଥିଲେ । ସାହି ପଡିଶାର ଝିଅମାନେ ବି ନୂଆ ଜାମା ପିନ୍ଧି ପାଦରେ ଅଳତା ନାଇ ମଥାରେ ଟିପି ଟିପି ଚନ୍ଦନ ଲଗେଇ ଗୀତ ଗାଇ ଦୋଳି ଖେଳୁଥିଲେ - "ବନସ୍ତେ ଡାକିଲା  ଗଜ,ବରଷକେ ଥରେ ଆସୁଛି ରଜ, ଆସୁଛି ରଜ ଲୋ  ଘେନି ନୂଆ ସଜବାଜ ।" "ଜେଜେମା' କ'ଣ ଭାବୁଛ ?" ନାତୁଣୀର ଡାକରେ ସେ ଫେରି ଆସିଲେ ବାସ୍ତବତାକୁ ଆଉ ପଚାରିଲେ "କାଲି ରଜ ପରା, ନୂଆ ଲୁଗା ଆଣିବାକୁ ଯିବନି ମୋ ପରୀ ?" ମାମା ପରା ଅନ ଲାଇନ ଲୁଗା ଆଣିଦେଇଛି । ପାପା ଟିକେ ବ୍ୟସ୍ତ ଅଛନ୍ତି କାମରେ । ଆଉ ଆମ ଘର ପାଖ ପାର୍କ୍‌ରେ ସେଲିବ୍ରେସନ । ସେଠି ପୋଡ଼ପିଠା ,କାକରା,ରଜ ପାନ ସବୁ ମିଳିବ ; କାଲି ଯିବା ଜେଜେମା ।ମୁଁ ବି ମନେ ମନେ ସ୍ୱାଗତ କଲି ଭିନ୍ନ ରଜକୁ । ପରିବର୍ତ୍ତନ ସଂସାର ଧର୍ମ।

ପ୍ଲଟ୍‌ ନଂ -୮୩ (ସି)
ଭୁବନେଶ୍ବର - ୨୧
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।