7/05/2019

ଏ ଜୀବନ.... ତୋର ଦାନ

ସାଧନା ପଣ୍ଡା 


...ଆସିଛି ଏକା ଯିବି ମୁଁ ଏକା
ନଯିବେ ସାଥେ କେ' ମୋର,
ଶୂନ୍ଯ  ହସ୍ତ ଥିଲା ଶୂନ୍ଯ  ହସ୍ତ ଥିବ
ପଞ୍ଚଭୂତେ  ଗଢା ଏ  ଶରୀର ।।










ଆତ୍ମାତ ମିଳିବ ପରମାତ୍ମା ସଙ୍ଗେ
ପରମବ୍ରହ୍ମ  ସଙ୍ଗେ ହେବ ଲୀନ,
କ୍ଷଣିକାର ସମ କ୍ଷଣିକ ଜୀବନ
ସାଥେ ଧରିଯିବି ପାପ ପୂଣ୍ଯ ,,,,,,।।





ପ୍ରାଣ- ପଞୁରୀରୁ ଶାରୀ ଉଡି ଯିବ,
ଆନ  ଘଟେ ହେବ ସଂସ୍ଥାପନ,
ଅଳିକ ଅଟଇ ଏ ନର ଜନମ
ତୁଣ୍ଡେ ଧର ତୁହି ବିଷ୍ଣୁ  ନାମ.......।।
       
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।