କାଜଲ ସ୍ବାଇଁ

ଯୁଦ୍ଧ ଯେତେବେଳେ ଶେଷ ହେବ
ତୁମେ ଫେରିବ ମୋ' ପାଖକୁ
ନଖ କୋଣରେ ଲାଗିଥିବା
ଶୁଖିଲା ରକ୍ତକୁ ସଫା କରି
ଦେହରେ ଛିଞ୍ଚିବ
କୋଉ ଏକ ନାମୀ ଦାମୀ କମ୍ପାନୀର
ପରଫ୍ୟୁମ୍
ଦେହରୁ କାଢି ଦେବ
ପଚି ସଢି ଯାଇଥିବା ମେଦ ମାଂସ
ପୁଣି ଥରେ ଖଞ୍ଜି ଦେବ
ହାଡ ମାଂସ ରକ୍ତ
ତୁମେ ଫେରିବା ବେଳକୁ ଦେଖିବ
ମୋ' ଦୁଆର ବନ୍ଧରେ ଝୁଲେଇ ଥିବି
କଞ୍ଚା ଲଙ୍କା ଲ୍ୱେମ୍ବୁର ତୋରଣଟିଏ
ଫୁଲ ତୋଡା ବଦଳରେ
ବାମ ପାଖରେ ଥୋଇ ଥିବି
ଗୋଟେ କାଠର କଫିନ
ଯାହା ଭିତରେ ତୁମକୁ ଛାଡ଼ି ଯିବାକୁ ହେବ
ଅତୀତର ସବୁ ଯନ୍ତ୍ରଣା

ଆଉ ଟିକେ ଭିତରକୁ ଗଲେ ଦେଖିବ
ମୋ' ଘରର ଠିକ୍ ମଝି ଜାଗାରେ
ସଜାଡି ଥିବି ଯଜ୍ଞ ବେଦି
ପାଖରେ ଲଗାଲଗି ଦୁଇଟା ଆସନ
ଆଉ ଅର୍ଘ୍ୟ କହିଲେ
ଥିବା କେବଳ ଆମେ ଦୁହେଁ
ଆଃ..!!
ଏବେ ତ ଖାଲି ମୋକ୍ଷ ପାଇବାର ସମୟ
ହାତରେ ହାତ ଛନ୍ଦି
ଅଗକୁ ବାଟ ଚାଲିବାର ସମୟ
ଜୀବନ ଯଜ୍ଞରେ
ଦୁହେଁ ଦୁହିଙ୍କ ପ୍ରେମରେ ଆହୂତିମୟ ହେବାର ସମୟ...
ପୁରୀ
ଜୟ ସାହିତ୍ୟ, ଜୟ ସମାଜ

ଯୁଦ୍ଧ ଯେତେବେଳେ ଶେଷ ହେବ
ତୁମେ ଫେରିବ ମୋ' ପାଖକୁ
ନଖ କୋଣରେ ଲାଗିଥିବା
ଶୁଖିଲା ରକ୍ତକୁ ସଫା କରି
ଦେହରେ ଛିଞ୍ଚିବ
କୋଉ ଏକ ନାମୀ ଦାମୀ କମ୍ପାନୀର
ପରଫ୍ୟୁମ୍
ଦେହରୁ କାଢି ଦେବ
ପଚି ସଢି ଯାଇଥିବା ମେଦ ମାଂସ
ପୁଣି ଥରେ ଖଞ୍ଜି ଦେବ
ହାଡ ମାଂସ ରକ୍ତ
ତୁମେ ଫେରିବା ବେଳକୁ ଦେଖିବ
ମୋ' ଦୁଆର ବନ୍ଧରେ ଝୁଲେଇ ଥିବି
କଞ୍ଚା ଲଙ୍କା ଲ୍ୱେମ୍ବୁର ତୋରଣଟିଏ
ଫୁଲ ତୋଡା ବଦଳରେ
ବାମ ପାଖରେ ଥୋଇ ଥିବି
ଗୋଟେ କାଠର କଫିନ
ଯାହା ଭିତରେ ତୁମକୁ ଛାଡ଼ି ଯିବାକୁ ହେବ
ଅତୀତର ସବୁ ଯନ୍ତ୍ରଣା

ଆଉ ଟିକେ ଭିତରକୁ ଗଲେ ଦେଖିବ
ମୋ' ଘରର ଠିକ୍ ମଝି ଜାଗାରେ
ସଜାଡି ଥିବି ଯଜ୍ଞ ବେଦି
ପାଖରେ ଲଗାଲଗି ଦୁଇଟା ଆସନ
ଆଉ ଅର୍ଘ୍ୟ କହିଲେ
ଥିବା କେବଳ ଆମେ ଦୁହେଁ
ଏବେ ତ ଖାଲି ମୋକ୍ଷ ପାଇବାର ସମୟ
ହାତରେ ହାତ ଛନ୍ଦି
ଅଗକୁ ବାଟ ଚାଲିବାର ସମୟ
ଜୀବନ ଯଜ୍ଞରେ
ଦୁହେଁ ଦୁହିଙ୍କ ପ୍ରେମରେ ଆହୂତିମୟ ହେବାର ସମୟ...
ପୁରୀ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।