ଗୀତା ଦାସ (ଶିକ୍ଷୟତ୍ରୀ)

ଦୁଃଖ ତୁମେ ପରା
ମୋ' ଜୀବନ ସାଥୀ
ମୋ' ସୁଖର ସଉତୁଣୀ
ଜାଣିଛ ଜୀବନ
ଇତିବୃତ୍ତ ମୋର
ଜାଣିଛ ପ୍ରାଣ କାହାଣୀ । ୧
ସୁଖ ସୂର୍ଯ୍ୟାଲୋକ
କେବେ ଦେଖାଇବ
ତୁମ ଅନ୍ଧାରିଆ କୋଳେ
ପାଶେ ରହିଅଛ
ଦୂରେ ନ ଯାଇଛ
ସରାଗରେ ପ୍ରତିବେଳେ । ୨
ଯାହା ପଛେ ଦିଅ
ଧୈର୍ଯ୍ୟ ଶକ୍ତି ଦିଅ
ତୁମ ବଳେ ବଢ଼େ ଜ୍ଞାନ
ତୁମ ପାଶେ ଥିଲେ
ସାତ୍ତ୍ୱିକ ଭାବନେ
ମିଳିଥାଏ ଦିବ୍ଯ ଜ୍ଞାନ । ୩
ଜୀବନର ସଂଜ୍ଞା
ମୁଖରିତ ହୁଏ
ଦୁଃଖର ମାନସପଟ୍ଟେ
ସଂସାର କଲ୍ଯାଣେ
ବ୍ରତୀ ହେବା ପାଇଁ
ଦୁଃଖୀ କର୍ମପନ୍ଥା ରଟେ । ୪
ତୋର ପରିସୀମା
ମଧ୍ଯେ ଥାଇ ନର
ନର୍କୁ ଦୂରେ ଯିବା ପାଇଁ
ପରମାତ୍ମା ପ୍ରାପ୍ତେ
ମୁଖ୍ଯ ଲକ୍ଷ୍ୟ ରଖେ
ଧ୍ଯାୟେ ସଦା ଜଗତ ସାଇଁ । ୫
ସମ୍ପାଦିକା -ଶୁଭଶ୍ରୀ ସାରଦା
ବଳରାମପୁର, କୁଜଙ୍ଗ
ଜଗତସିଂହପୁର-୧୪୧
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।