12/31/2021

ଗୋମାତା

 
ସ୍ମରଣ   ଶକ୍ତି   ବଢେ   କରିଲେ   ଦୁଗ୍ଧ   ପାନ  ,
ଗାଈ   ବାଛୁରି   ହମ୍ବାରଡି   ସୁସ୍ଥ  ରଖଇ   ମନ ।


ମେଲେରିଆ  ଯକ୍ଷ୍ମା  ଜୀବାଣୁ   ମରେ  ଗାଈ   ଗୋବର   ପରୀକ୍ଷା 
ଗୋବର  ଗ୍ୟାସ୍  ଗଛ  ନ  କାଟିବାକୁ   ଦେଉଛି   ସୁରକ୍ଷା  ।

କଞ୍ଚା   ଗୋବରରେ  ଘର  ଲିପିଲେ   ନ  ଆସେ   ରୋଗ  ଜୀବାଣୁ  ,
ସାପ  ଗୃହକୁ  ପ୍ରବେଶ  କରେନି   ଏକଥା  ମଧ୍ଯ  ଜାଣୁ  ।

ପଞ୍ଚଗବ୍ୟ  ଅନେକ  ପାପକୁ   କରେ  ପ୍ରାୟଶ୍ଚିତ  ,
ପଞ୍ଚଗବ୍ୟରେ   ସ୍ନାନ  କଲେ   ଦେବ  ମୂର୍ତ୍ତି  ପ୍ରାଣ  ପ୍ରତିଷ୍ଠା  ହୁଏ   ନିଶ୍ଚିତ   ।

ଗାଈ  ଘିଅ  ଦୃଷ୍ଟି  ଶକ୍ତି  ହଜମ  ଶକ୍ତି   ବୃଦ୍ଧି  କରାଏ  ,
ଗୋମୁତ୍ର   ମଧୁମେୟ   କ୍ୟାନସର   ରୋଗକୁ  ନିୟନ୍ତ୍ରଣ   କରାଏ  ।

ଗୋବର  ଗ୍ଯାସରେ   ରୋଷେଇ  ଆଲୋକ   ଜଳାଇ   ପାରିବ, 
କାଠ  ଜମି  ଜଙ୍ଗଲ   ସଂରକ୍ଷିତ  କରିହେବ  ।

ରାସାୟନିକ  ସାରରେ   ହୁଷିତହୁଏ   ମାଟି   ପାଣି  ପବନ,
ଜୀବଜନ୍ତୁ  ମରନ୍ତି  ଖର୍ଚ୍ଚ  ବଢେ  ସାଙ୍ଘାତିକ  ରୋଗରେ  ପଡେ  ଜୀବନ  ।


ଘୃତରେ  ଆହୁତି   ଦେଲେ   ଅମ୍ଳଜାନ  ହୁଏ   ସୃଷ୍ଟି  ,
ପରିବେଶକୁ   ପରିଷ୍କାର  କରି  ଆକାଶରୁ   ହୁଏ  ବୃଷ୍ଟି ।


ଯଜ୍ଞ  କୁଣ୍ଡ ଶୁଦ୍ଧ  ହୁଏନି  ଗୋବରରେ    ନ  ହେଲେ  ଲିପା, 
ପଞ୍ଚଗବ୍ୟ ପାନ  ନ କଲେ  ଯଜ୍ଞ  କର୍ତ୍ତା   ବାନ୍ଧେନି  ସିରିପା  ।
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।