ବିଜୟଶ୍ରୀ ନାଥ
ଏଇ ମାଟି ମୋ ମାଁ
ଏହି ମାଟିରେ ବଢିଛି ମୁହିଁ
ଏଇଟି ମୋର ଗାଁ (ଘୋଷା )
ତାହାରି କୋଳେ ଖେଳିଛି ମୁହିଁ
କରିଛି କେତେ ମଉଜ
ଜୀବନ ଦାନ କରିଛି ସିଏ
ଗଢିଛି ମୋର ପ୍ରାଣ (1)
ସୁନେଲି କ୍ଷେତ ସାଗୁଆ ବନ
ଦେଇଛି କେତେ ଖାଦ୍ୟ
ଭୁଲିବିନି କେବେ ତା ଅବଦାନ
କରିଛି ମୋତେ ଯୋଗ୍ୟ (2)
ଜନମି ତହିଁ ଗଢିଛି ମୁହିଁ
କେତେଯେ ଶିଶୁ ଜୀବନ
ଭଲ ପାଏ ମୁଁ ମୋ- ଗାଁ- କୁ
ରଖିଛି ତାର ମା'ନ (3)
ଏହି ମlଟି କୁ ସ୍ପର୍ଶ କରି
ପାଇଛି କେତେ ଆରାମ
ଖୁସି ଦେଇଛି ଏହି ମାଆଟି
ନୁଆଁପଡା ତା' ନାମ (4)
ରୁଗୁଡ଼ିପଡ଼ା-ବଲାଙ୍ଗୀର
ମୋବାଇଲ ନମ୍ବର- ୮୭୬୩୯୬୯୬୬୬

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।