କୈଳାସ ଚନ୍ଦ୍ର ଜେନା
ଖରାଦିନ, ସଞ୍ଜ ନଇଁ ଆସୁଥାଏ ଗୌରହରି ଦାଣ୍ଡ ପିଣ୍ଡlରେ ବସିଥାନ୍ତି, ନାତି ସୁକୁମାର ନାତୁଣୀ ମାନସୀ ବୟସ ପାଞ୍ଚ ଛଅ ବର୍ଷ ଲେଖାଏଁ ହେବ, ଅତି ସରଧାରେ ଜେଜେ ଗୌରହରି ଙ୍କ ପାଶକୁ ଦଉଡି ଆସି କହିଲେ, ଜେଜେ --ଜେଜେ ---ଆମକୁ ଗୋଟିଏ ଭଲ ଗପ କୁହ, ଜେଜୀମା ଜମାରୁ ଭଲ ଗପ କହୁନି, ଜେଜେ କହିଲେ, ଆଲୋ ନାତୁଣୀ, ତୋ ଜେଜୀମା ମୋ ଠାରୁ ଭଲ ଗପ ଜାଣିଛି, ହେଇ ଜେଜେ ମା ଆସିଲେଣି, ତମେ ତାହେଲେ ଦୁଇ ଜଣ ମିଶି ଭଲ ଗପଟିଏ କୁହ, ଆମେ ଶୁଣିବୁ l ହଉ ତେବେ ଶୁଣ ---
ଆଲୋ,ମା, ଏ ପୃଥିବୀ କେବେ ସୃଷ୍ଟିହେଲା କେହି ଜାଣି ନାହାନ୍ତି, ଅମେବି ଜାଣି ନାହୁଁ, ସବୁଠୁ ଆଗରେ ପରିବାର ଥିଲା, ମାନସୀ କହିଲା ଜେଜେ ପରିବାର କଣ? ଆମେ ଯେଉଁ ପରିବା ଖାଉଛୁ ସେଇ ପରିବା!ଜେଜୀ ମା କହିଲେ, ନାଇଲୋ ମା ସେ ପରିବା ନୁହେଁ, ପରିବାର ହେଲା, ପରିବାରରେ ଏକ ସୁନ୍ଦର ବ୍ୟବସ୍ଥା ଥାଏ, ସୁକୁମାର କହିଲା, ସାମାଜିକ ବ୍ୟବସ୍ଥା କଣ? ଜେଜୀମା କହିଲେ, ଗୋଟିଏ ଗପ କହୁଛି ଶୁଣ --ଆଗେ ମଣିଷମାନେ ବଣ ଜଙ୍ଗଲରେ ରହୁଥିଵା ସମୟରେ ଗୋଟିଏ ଉଜ୍ଜ୍ୱଳ ଆଲୋକଟିଏ ପୃଥିବୀ ଆଡକୁ ଆସୁଥିବାର ଦେଖିଲେ, ଜଣେ ଦେଖିଲା, ତାପରେ ସିଏ ସମସ୍ତଙ୍କୁ ଡାକି ପକାଇଲା, ସମସ୍ତେ ଗୋଟିଏ ଜାଗାରେ ରୁଣ୍ଡ ହୋଇଗଲେ, ପରୀଟିଏ ଧୀରେ ଧୀରେ ତାର ଡେଣା ଝାଡ଼ି ଝାଡ଼ି
ତାଙ୍କ ପାଖରେ ଆସି ଛିଡା ହୋଇଗଲା, ପରୀ ହାତରେ କୁହୁକ ବାଡ଼ିଟିଏ ଧରିଥାଏ, ପରୀକୁ ସେମାନେ ପଚାରିଲେ, ତମେ କିଏ? ତମେ କେଉଁଠି ରହୁଛ?ଆମେତ ଅସୁନ୍ଦର ଦେଖା ଯାଉଛୁ, ତୁମେ ଏତେ ସୁନ୍ଦର ଦେଖା ଯାଉଛ! ଯେ ଆମ ମନ ଖୁସିରେ ଭରି ଯାଉଛି,ବାରବାର ଦେଖିବାକୁ ମନ ବଳୁଛି, ପରୀଟି କହିଲା, ତମେ ସମସ୍ତେ ମିଶି ମୋତେ ଦେଖୁଛ? ସମସ୍ତେ ଏକ ସ୍ୱରରେ ହଁ କହି, ବାରବାର ଦେଖିବାକୁ ମନ ଚାହୁଁଛି ବୋଲି କହିଲେ, ପରୀଟି କହିଲା, ତମେ ସମସ୍ତେ ଏକଜୁଟ ହୋଇ ରହିଲେ, ପରୀକୁ ତୁମେ ସବୁବେଳେ ଦେଖି ପାରିବ, ତମେମାନେ ଇଆଡ଼େ ସିଆଡେ ନ ରହି ଗୋଟିଏ ଜାଗାରେ ମିଳିମିଶି ରହିଲେ ଏହାକୁ ହିଁ ପରିବାର କୁହାଯାଏ l ନାତି ସୁକୁମାର ଜେଜକୁ ପଚାରିଲା, ଜେଜେ ପରୀ କଣ ସବୁବେଳେ ଦେଖାଯାଏ? ଜେଜ କହିଲେ, ନାଇଁରେ ଧନ, ପରୀ ସବୁବେଳେ ଦେଖା ଯାଆନ୍ତି ନାହିଁ, ପରୀ ଏମିତି ଜିନିଷ ତାକୁ ଦେଖିଲେ ସମସ୍ତେ ଖୁସି ହୁଅନ୍ତି, ପରିବାରରେ ସମସ୍ତେ ମିଳିମିଶି ରହିଲେ ସମସ୍ତେ ଖୁସିରେ ରୁହନ୍ତି, ମାନସୀ କହିଲା, ମୁଁ ବୁଝିପାରୁ ନାହିଁ , ପରିବାରରେ ସମସ୍ତେ ମିଶି ରହିଲେ, କେମିତି ଖୁସିରେ ରୁହନ୍ତି? ଜେଜ କହିଲା, ଆଲୋ, ପରିବାରର ମୁଖ୍ୟ ହେଲେ ବାପା ମାଆ, ନାତି ସୁକୁମାର କହିଲା, ଆମ ବାପାମା ଯଦି ମୁଖ୍ୟ ହେଲେ, ତାଙ୍କର ମୁଖ୍ୟ ତମେ ଦୁଇଜଣ! ମାକହିଲେ, ତୁ ଠିକ କଥା କହିଛୁ, ତୁମ ବାପା ମା ଙ୍କର ମୁଖ୍ୟ ହେଲୁ ଆମେ ଦିଜଣ,ନାତୁଣୀ ମାନସୀ କହିଲା, ଆମେତ ଏଠି ସମସ୍ତେ ପରିବାରରେ ଅଛୁ, ଏଠିତ କାହିଁକି ପରୀ ଆସୁନି? ଜେଜୀ କହିଲା, ଆରେ ହେ... ଏ ବୁଢ଼ୀ ମା, ତୁମ ମାନଙ୍କର ପରୀ ତୋ ଆଗରେ ବସିଛି, ନାତୁଣୀ କହିଲା, ସେଇଟା ବୁଢ଼ୀ ହୋଇ ଗଲାଣି, ସେଇଟା କୋଉ ପରୀ, ଜେଜେ କହିଲା, ସବୁ ନାରୀ ଗୋଟିଏ ଗୋଟିଏ, ସବୁପରୀ,ପରୀ ମାନେ ହେଲା ଖୁସି, ଯିଏ ତୁମକୁ ଆଦର କରେ, ଯେଉଁମାନେ ସମସ୍ତଙ୍କ ଠାରୁ ଅଧିକ ଖୁସି ଦିଅନ୍ତି ସେଇ ହିଁ ତୁମର ପରୀ l ତୋ ବୋଉ କେତେ ସୁନ୍ଦର, ତମ ଦିଜଣକୁ କେତେ ସ୍ନେହ ଆଦର ଦେଉଛନ୍ତି,ତୁମର ଟିକିଏ ଯଦି ଦେହ ଖରାପ ହେଲେ, ସେମାନେ ସବୁବେଳେ ଚିନ୍ତାରେ ରୁହନ୍ତି ତୁମ ଦେହ ଭଲ ହେବା ପର୍ଯ୍ୟନ୍ତ ତାଙ୍କୁ ଖାଇବାକୁ ଭଲ ଲାଗେ ନାହିଁ l
ଜେଜେ କହିଲେ, ଧନରେ, ଜାଣିଲୁ, ଆମର ଯେମିତି ପରିବାର ଅଛି ଭଗବାନଙ୍କର ମଧ୍ୟ ସେମିତି ପରିବାର ଅଛି, ଶିବଙ୍କର ପରିବାର ଅଛି, ବିଷ୍ଣୁଙ୍କ ପରିବାର ଅଛି, ମହେଶ୍ୱରଙ୍କ ପରିବାର ଅଛି, ଦେବତାଙ୍କ ପରିବାର ସବୁବେଳେ ଏକାଠି ରୁହନ୍ତି ଭାଗ ଭାଗ ହୁଏ ନାହିଁ, ଭଗବାନ ସବୁବେଳେ କୁହନ୍ତି, ମର୍ତ୍ୟପୁରରେ ମାନବ ଜଗତ, ସବୁବେଳେ ଏକାଠି ରୁହ, ଭାଇ ଭାଇ ଭିତରେ ଭିନ୍ନ ବଖରା ହୋଇ ଚଳ ନାହିଁ, ଏକାଠି ମନ ମିଳେଇ ଚଳିଲେ, ସେ ପରିବାର ବୈଂକୁଣ୍ଠ ସମାନ ହୁଏ,ସେଠାରେ ସୁଖଶାନ୍ତି ବିରାଜମାନ ହୁଏ, ସୁଖର ସଂସାର ହସୁଥାଏ l
ସୁକୁମାର କହିଲା, ଆମ ସ୍କୁଲ ସାର କୁହନ୍ତି , କାହା ଦେହରେ ଯଦି
ଗୋଡ ବାଜି ଯିବ, ତାଙ୍କୁ ବିଷ୍ଣୁ ନାମ ଉଚ୍ଚାରଣ କରି ପ୍ରଣାମ ଜଣାଇବାକୁ ପଡିବ, କାରଣ ସମସ୍ତଙ୍କ ଦେହରେ ପରା ଠାକୁର ଅଛନ୍ତି, ବିଷ୍ଣୁ ନ କଲେ ଠାକୁର କୁଆଡେ ତାକୁ ରାଗନ୍ତି.. ଜେଜ କହିଲେ, ଠିକ କଥା ସାର କହିଛନ୍ତି, ସମସ୍ତଙ୍କ ଠାରେ ଠାକୁର ବିରାଜମାନ l ତାପରେ, ଜେଜେ କହିଲେ, ଏବେ ତୁମକୁ ଯୌଥ ପରିବାର କଥା କହୁଛି ଶୁଣ, ନାତୁଣୀ କହିଲା, ଜେଜେ, ଯୌଥ ପରିବାର କଣ?ଜେଜେ କହିଲେ , ଯେଉଁଟି ଅଲଗା ନ ରହି ଗୋଟିଏ ହାଣ୍ଡିରେ ରୋଷେଇ କରି ଖାଆନ୍ତି, ଓ ମନକୁ ମନ ମିଳେଇ ଚଳନ୍ତି, ସେଇଠି ହିଁ ସୁଖ ଶାନ୍ତି ଥାଏ,ଏବେ ତ
ସବୁ ବଦଳି ଯାଉଛି, ଗୋଟିଏ ବାପାର ଚାରି ପୁଅ ଥିଲେ ,ବଡ଼
ହେଲେ, ବାହାସହା ହେଲେ, ନିଜ ରୋଜଗାରରେ,ନିଜ ସ୍ତ୍ରୀ ପିଲାଛୁଆଙ୍କୁ ଧରି, ଅଲଗା ଘର, ଅଲଗା ଚୁଲିରେ ରୋଷେଇ କରି ଖାଇଲେ, ଆଉ ଆଗପରି ଭାଇ ଭାଇ ଭିତରେ ଥିବା ସ୍ନେହ ମମତା ଆଦର ରହେ ନାହିଁ,ନାତି ସୁକୁମାର କହିଲା, ଜେଜେ ସେଠାକୁ କଣ ପରୀ ଆସିବ ନାହିଁ? ଜେଜେ କହିଲେ, କେମିତି ଆସିବ !ଯେଉଁ ପରିବାରରେ ଘର, ଜମି, ବାପ ସମ୍ପତି ଭାଗ ବଣ୍ଟା ହୋଇଗଲା, ଅଲଗା ଚୁଲିରେ ରୋଷଇ ହେଲା, ସେଠି, ପରୀ ଦେଖା ଯାଇନାହିଁ, ସେ ଅଲଗା, ବାଟଭାଙ୍ଗି ଚାଲିଯାଏ l ସୁକୁମାର ନାତି କହିଲା, ଜେଜେ ଆମେ ପରିବାରରେ କେମିତି ଚାଲିବା ସେ କଥା କୁହ, ଆମେ ବଡ଼ହେଲେ ସେମିତି ଚଳିବୁ, ଜେଜେ -ଆରେ ଧନ ତୁ ଛୋଟପିଲା ମୁଣ୍ଡରେ ପଶୁନି, ଶୁଣ ମୁଁ କହୁଛି, ପରିବାର ଭିତରେ ବାପା, ମା, ଭାଇ, ଦାଦା, ଖୁଡି, ସମସ୍ତେ ରୁହନ୍ତି, ତାଙ୍କ ଭିତରେ ଗୋଟେ ସ୍ୱତନ୍ତ୍ର ପ୍ରେମ ଥାଏ, ସ୍ନେହ ପ୍ରେମ ସବୁବେଳେ ସତ୍ୟ, ସୁନ୍ଦର, ନାତି କହିଲା, ଜେଜେ ସ୍ନେହ ପ୍ରେମ କଣ? ଟିଭି ରେ ଯେଉଁ ଫିଲିମ ଦେଉଛି, ସେଇ ଫିଲିମ କଣ ସ୍ନେହ ପ୍ରେମ ! ଜେଜେ -ଛି ଛି, ସେ ସବୁ ସ୍ନେହ ପ୍ରେମ ନୁହେଁ, ସ୍ନେହ ପ୍ରେମ ହେଲା ଭଗବାନଙ୍କ ଜିନିଷ, ଭଗବାନଙ୍କ ପାଖରୁ ଆସିଥାଏ, ପୃଥିବୀସାରା ମଣିଷ ଆମେ ଗୋଟିଏ ପରିବାର, ଏହାର ମୁଖ୍ୟହେଲେ, ସ୍ୱୟଂ ପିତା ଜଗନ୍ନାଥ, ମାତାହେଲେ ଲଷ୍ମୀ, ମୁଖ୍ୟ ହେଲେ ଶିବ, ମାତା ହେଲେ ପାର୍ବତୀ, ମୁଖ୍ୟ ହେଲେ ପ୍ରଜାପିତା ବ୍ରମହା, ମାତା ହେଲେ ସାବିତ୍ରୀ, କୋଟିଏ ମଣ୍ଡଳରେ ଯେତେ ଅଛନ୍ତି ସମସ୍ତେ ଗୋଟିଏ ପରିବାର, ଯେଉଁ ସୁନ୍ଦରତା ହୃଦୟରୁ ନିର୍ଗତ ହୋଇଥାଏ, ସେଇ ହିଁ ପ୍ରେମ, ଯିଏ ମର୍ତ୍ୟରେ ପ୍ରଭୁତ୍ୱ ଜାହିର କରେ, ଯିଏ ଭଗବାନ ହୋଇପାରେ ସେଇ ହିଁ ପ୍ରେମ l ଯେମିତି ତୁମ ଆମ ଭିତରେ ସ୍ନେହ ଅଛି, ତୁମେ ଆମକୁ ଭଲ ପାଉଛ, ଆମେ ତୁମକୁ ସ୍ନେହ ପ୍ରେମ ଦେଇ ଭଲ ପାଉଛୁ, ଏହା ଏକ ଅଦୃଶ୍ୟ ବନ୍ଧନ l ମଧୁସୁଦନ ଦାସ ଲେଖିଥିଲେ -
"ବୈକୁଣ୍ଠ ସମାନ ଆହା, ଅଟେ ସେଇ ଘର
ପରସ୍ପର ସ୍ନେହ ଯାଇ, ଥାଏ ନିରନ୍ତର "
ଯେଉଁ ପରିବାରରେ ଅନାବିଳ ସ୍ନେହ ପ୍ରେମ ଭରି ହୋଇ ରହିଥାଏ, ସେ ପରିବାର ବୈକୁଣ୍ଠ ସମାନ ହୋଇଥାଏ, ସ୍ୱୟଂ ବିଷ୍ଣୁ ବିରାଜମାନ କରିଥାନ୍ତି, ଯେଉଁ ପରିବାର ସଦସ୍ୟଙ୍କ ଭିତରେ ପରସ୍ପର ଆଦର ଗୌରବ ଥାଏ, ସ୍ୱାର୍ଥପର ମନବୃତ୍ତି ପରିହାର କରି, ନିଜର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଥାଏ, ନିଜକୁ ଦୁଃଖ ଦେଇ ଅନ୍ୟକୁ ସୁଖ ଦିଏ, ସେ ପରିବାର ରେ ଆନନ୍ଦତା ଆସେ, ସେଥିପାଇଁ ପରିବାର ହେଉଛି ଭିନ୍ନ ଏକ ବନ୍ଧନ l
ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପରିସର
ଭୁବନେଶ୍ୱର *******

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।