ରାଜେନ୍ଦ୍ର କୁମାର ବିଷୋୟୀ
ଜନ୍ମିଛି ମୁଁ ନାନା ରଂଗ
ନାନା ରୂପ ନେଇ ।।
କରନ୍ତି ଆଦର ମୋତେ
ନିର୍ବୋଧ ମଣିଷେ,
ଚିର ନିଦ୍ରା ଯିବେ
ମୋର କଅଁଳ ପରଶେ ।।
ଜାଣିଛି ମୁଁ ଏ ମଣିଷ
ଶସ୍ତାରୁ ହିନସ୍ତା,
ସଭିଙ୍କ ଆଦର ପାଇଁ
ହେଲି ମୁହିଁ ଶସ୍ତା ।।
ସରାଗରେ ମୋ ଦେହରେ
ଭାରି ଦ୍ରବ୍ୟ ନେଇ,
ସହଜେ ନେବା ଆଣିବା
ମଣିଷ କରଇ ।।
ଜାଣିପାରେନା ମଣିଷ
କେତେ ମୁଁ ବିଷାକ୍ତ,
ମୋ ଲାଗି ଅର୍ଣ୍ଣ,ଅର୍ଣ୍ଣବ
ମୃତ୍ତିକା ଦୂଷିତ ।।
ମୋ ପାଇଁ ଏ ପରିବେଶ
ଡହକ ବିକଳ,
ବଞ୍ଚାଅ ବଞ୍ଚାଅ ବୋଲି
କରୁଛି ଚିତ୍କାର ।।
ତଥାପି ବୋକା ମଣିଷ
ପଡୁନାହିଁ ଥକି,
ପଲିମର୍ ଏଥିଲିନ୍ ମିଶାଇ
ମୋତେ ତିଆରୁଛି ।।
ଭାବୁଛି କରିବ ନଷ୍ଟ
ବ୍ୟବହାର ପରେ,
ଜାଳିପୋଡି ମିଶାଇବ
ମାଟି ପାଉଁଶରେ ।।
କିନ୍ତୁ ଯେବେ ଲଗାଉଛି
ମୋ ଦେହରେ ନିଆଁ,
ବାୟୁମଣ୍ଡଳେ ଅଶାନ୍ତ
ମୋ ବିଷାକ୍ତ ଧୂଆଁ ।।
ସମଗ୍ର ମଣିଷ କୂଳ
ହୁଅନ୍ତି ଅଥୟ,
ପବନ କହିବ ମୋତେ
ବଞ୍ଚାଅ ବଞ୍ଚାଅ ।।
ମୋ ଦେହରେ ଖାଦ୍ୟରଖି
ଖାଉଛି ମଣିଷ,
ନାନାରୋଗ ସୃଷ୍ଟି କରି
ନେବି ତା ଆୟୁଷ ।।
ମିଶିବିନି କେବେ ମୁହିଁ
ଏ ତୁଚ୍ଛ ମାଟିରେ,
ବଢାଇବି ଆବର୍ଜନା
ଜଗତ କତିରେ ।।
ନିଜ ଗୋଡରେ କୁରାଢି
ମାରୁଛି ମଣିଷ,
ମୋତେ ବ୍ୟବହାର କରି
ଖାଉଛି ଆୟୁଷ ।।
ମିତ୍ରତା ସ୍ଥାପନ କରି
ରୋଗ ସଙ୍ଗତରେ,
ଭେଟାଇବ ନିଶ୍ଚେ ନେଇ
ଯମର ଦୁଆରେ ।।
ଯଦି ଏ ମଣିଷ ଆଜିଠୁ
ଶପଥ କରିବ,
ପଲିଥିନ୍ ବ୍ୟବହାର
ଅଭ୍ୟାସ ଛାଡିବ ।।
ତେବେ ଆଉ ସାଜିବିନି
ପଲିଥିନ୍ ଭୁତ,
ସ୍ଵଚ୍ଛ କରିବି ଭାରତ
ସ୍ଵଚ୍ଛ ଏଜଗତ ।।
****
ପଳାସପଲ୍ଲୀ,ଗଞ୍ଜାମ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।