12/31/2021

ଜୀବନ

🙏ରମେଶ ଚନ୍ଦ୍ର ବହିରା🙏
ପ୍ରକୃତିର ଭୟାବହତାକୁ                                                   
ଏଡ଼େଇ ନ ହେଉଥିଲେ ବି
ସାମନା କରିବାକୁ ହେବ
ଆଜିକାଲି ସବୁଦିନ ।

ସମୟର କରାଳ ଗର୍ଭରେ
ଚିହ୍ନା ମୁହଁ ଟଳି ପଡୁଥିଲେ ବି
ନଜର ହଟେଇ
ଦେଖିବାକୁ ହେବ ସ୍ବପ୍ନ
ଆଗାମୀ କାଲିର ।

ଏଇ ତ ଜୀବନ
ହାରିବା-ହରାଇବା
ପାଇବା-ହଜେଇବା
ସବୁ ନାହିଁ ନାହିଁ ଭିତରେ
ଗୁଡ଼ାଏ ଆଶାକୁ ବୁଜୁଳା କରି
ସାରା ଜୀବନ ବୋହିବା ।

ଜୀବନର ମର୍ମ ବୁଝିଥିଲେ ବି
ନ ବୁଝିବା ପରି
ଦିନରାତି ଧାଇଁବା
ହସଲୁହକୁ ଆପଣାର କରି
ନିମିଷଟେ ଖୁସି ହେବା ।

ଦୁଃଖ ଯନ୍ତ୍ରଣା ଅନୁତାପ
ଜୀବନର ଅଙ୍ଗ ଜାଣି ବି
ସୁଖ ଶାନ୍ତିକୁ ଝୁରି ହେବା
ସ୍ଵକୀୟ ଦୃଷ୍ଟିରେ ଦୁନିଆ ମାପିବା
ପୁଣି ଖାଲି ହାତରେ
ସବୁ ଛାଡି ଚାଲିଯିବା ।

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।