12/31/2021

ଆଜି ମୁଁ' ନିରୁଦ୍ଧିଷ୍ଟ

ସତ୍ୟଜିତ ସ୍ୱାଇଁ
ସମୟର ଚକ୍ରବିହ୍ୟୁରେ 
ଫସି ଯାଇଥିବା ବିଚରା ଅଭିମନ୍ୟୁ ପରି  ||                      

ଅବା ହଜି ଯାଇଛି ସପନକୁ, 
ପୁରା କରିବାପାଇଁ ଦୌଡୁଥିବା ବିଶାଳ ଭିଡ଼ରେ  ||

ଅବା ଆତ୍ମୀୟତାର ମିଛ ଦ୍ୱାହି ଦେଇ
ନିଜ କାମ ହାସଲ କରିନେଉଥିବା କିଛି, 
ସ୍ୱଘୋଷିତ ଆତ୍ମୀୟଙ୍କ ମାୟାଜାଲରେ  ||

ଅବା କେଉଁ ଅଜଣା ରୂପସୀର, 
ମିଠା,ମିଠା କଥାର ନାଗଫାଶରେ  ||

ନିଜକୁ ମୁଁ' ଖୋଜେ ଯେବେ ଆଜି, 
ପାଏ କେଉଁ ଅନ୍ଧାର ଦୁନିଆର ଅଜଣା କୋଣରେ  ||

ଶୂନ୍ୟରୁ ଶୁଭୁଥିବା ଅଜଣା ସ୍ୱର କହିଯାଏ, 
କାନେ ମୋର, "ଆଜି ମୁଁ' ନିରୁଦ୍ଧିଷ୍ଟ"  ||
ଅଡ଼ଶପୁର, କଟକ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।