ଅମ୍ବିକା ସ୍ୱାଇଁ
ଅରୁଣ ବାବୁଙ୍କର ବିଲ୍ କୁଲ ଅଭ୍ୟାସ ନାହିଁ,ଘରକୁ ମାସିକିଆ ସଉଦା ଆଣିବା, କିଏକାଥରେ ହାଟରୁ କିଛି ପରିବା ଧରି ଘରକୁ ଆସିବା ....!! ସ୍ତ୍ରୀ ଅମିତା ଯେତେ କହିଲେ ବି ସେ କେବେ ଶୁଣନ୍ତିନି । ଯେତେବଳେ ଯାହା ଦରକାର କେବଳ ସେତିକି ଜିନିଷ ହିଁ ଆଣନ୍ତି । ଏମିତିକି ଘରେ ପୂଜା ପର୍ବ ବା ପିଲାଙ୍କ ଜନ୍ମ ଦିନରେ ସତ୍ୟ ନାରାୟଣ ପୂଜା ଟିଏ ପାଇଁ ପୂଜକ ଦେଇ ଥିବା ବରାଦ ଅନୁଯାୟୀ ଜିନିଷ କୁ ବଜାର କୁ ଥରକୁ ଥର ଯାଇ ଦଶ ଥର ରେ ବି ପୁରଣ ହୁଏନି, କିଛି ଗୋଟେ ଜିନିଷ ର ଅଭାବ ନିଶ୍ଚୟ ଥାଏ । ଏମିତି କି ଦିନେ ଦିନେ ଘରେ ଅଲଣା ଖାଇବାକୁ ପଡେ,ବିନା ପିଆଜ, ରସୁଣ ରେ ବି ମାଛ ତରକାରୀ ହୁଏ...ଅରୁଣ ବାବୁ ବଜାର ଯାଇଥିବେ ଗଲା ବେଳେ ଅମିତା ବରାଦ କରି ଥିବେ ହଁ ଶୁଣ ଯଦି ମାଛ ଆଣିବ ପିଆଜ ଘରେ ନାହିଁ ଆଣି କି ଆସିବ ଭୁଲି ବନି... କିନ୍ତୁ,
ଅରୁଣ ବାବୁ ଖାଲି ମାଛ ଆଣି ଆସି ଥିବେ,ଅମିତା ବ୍ୟାଗ୍ ଅଣ୍ଡାଳି ଦେଖିଲା ବେଳକୁ ପିଆଜ ନଥିବ,ପଚାରିଲେ କହିବେ ଆରେ ଭୁଲି ଗଲି ସେମିତି ରାନ୍ଧି ଦିଅ ମ ..ଅମିତା ଆଉ କଣ୍ କହିବେ,ମୁଣ୍ଡରେ ହାତ ଦେଇ ନୀରବ ଚାହାଣୀ ରେ ଚାହିଁ ଦିଅନ୍ତି...କାମରେ ଲାଗି ପଡନ୍ତି ।ଏମିତି ଏମିତିରେ ସମୟ ଗଡି ଚାଲେ.......ଏବେ ବି ସେ ପୁରୁଣା କଥା ଅନେକ ସ୍ମୃତି ପଟ୍ଟ ରେ ଉଜ୍ଜୀବିତ ହୋଇ ରହିଛି ଅମିତା ଙ୍କ ର। ମନେ ପଡି ଯାଉଚି ଗୋଟି ଗୋଟି କରି... ଦିନକର କଥା ଅରୁଣ ବାବୁ ସକାଳ ୧୦ ଟା ରେ ଘରୁ ସବୁ ଦିନ ପରି ଜଳ ଖିଆ ଖାଇ ବାହାରି ପଡିଲେ ଅଫିସ୍, ଗଲା ବେଳେ ଅମିତା କହିଲେ,ହଁ ଶୁଣ, ତୁମକୁ ଦୁଇ ଦିନ ହେଲା କହୁଚି ଲୁଣ ସରି ଆସିଲାଣି ଆ ଣିବ, ତୁମେ ତ ଅଣୁନ କିନ୍ତୁ ଏବେ ଖାଇବାକୁ ଆସିଲା ବେଳେ ଲୁଣ ପ୍ୟାକେଟ ଟେ ଧରି ଆସିବ ,ମୁଁ ସବୁ ସିଝା ସିଝି କରି ରଖି ଥିବି ଆସିଲା ପରେ ତରକାରୀ ଡାଲି ରେ ଲୁଣପକାଇ ଛୁଙ୍କ କରି ଖାଇବା ।ହଉ ଏଇ କଥା ଠିକ୍ ଅଛି,ମୁଁ ଖାଇବାକୁ ଆସିଲା ବେଳେ ନେଇ ଆସିବି । ଅମିତା ସବୁ ରେଡ୍ଡୀ କରି ବସି ଥାନ୍ତି ସ୍ବାମୀ ଆସିଲା ପରେ ଲୁଣ ପକାଇ ଗରମ କରି ଖାଇବେ । ଅରୁଣ ବାବୁ ଅଫିସ ରେ ମିଟିଂ ସାରି ୨ ଟା ପରେ ସିଧା ସଳଖ ଘରେ ଆସି ପହଂଚି ଗଲେ,ଅମିତା ଦରଜା ଖୋଲି ଦେଖନ୍ତି ସ୍ବାମୀ ଙ୍କ ହାତରେ କିଛି ପ୍ୟାକେଟ ନାହିଁ,ପଚାରିଲେ ଲୁଣ କାହିଁ? ଆରେ ହେ ଭୁଲି ଗଲି, କହି ଘର ଭିତରକୁ ଆସିଲେ , ଧୁ ଧୂ ଖରାବେଳେ ଅମିତା ପାଣି ଗ୍ଲାସ୍ ଟିଏ ହାତକୁ ବଢେଇ ଦେଲେ ,ଅରୁଣ ବାବୁ ପାଣି ପିଇ ସାରି ଦୀର୍ଘ ନିଶ୍ବାସ ଟିଏ ମାରି କହିଲେ ଅମିତା ଏବେ ସବୁ ଦୋକାନ ତ ବନ୍ଦ୍ ହୋଇ ଯିବ ଣି ଆଉ କଣ୍ ଲୁଣ ମିଳିବ ଚାଲ୍ ସେମିତି ଖାଇ ଦେବା । ହଁ ମ ବିନା ଲୁଣ ରେ କଣ୍ ଖାଇ ହେବନି !! ! ମହାତ୍ମା ଗାନ୍ଧୀ ତ୍ ପୁଣି ଲବଣ ସତ୍ୟାଗ୍ରହ କରି ଲୁଣ ଖାଉ ନଥିଲେ ଓ ତାଙ୍କ ସହ କସ୍ତୁରା ବା ମଧ୍ୟ ଲୁଣ ଛାଡ଼ି ଦେଇ ଥିଲେ... ଆସ ଆଜି ବି ଆମେ ବିନା ଲୁଣ ରେ ଖାଦ୍ୟ ଖାଇ ଦିନକ ପାଇଁ ପଛେ ହେଉ ମହାତ୍ମା ଗାନ୍ଧୀ ଙ୍କ ଆଦର୍ଶ କୁ ମାନି ନେବା । ଅମିତା ବା ଆଉ ଉତ୍ତର କଣ୍ ଦେବେ !!! କେବେ କିଛି ଉତ୍ତର ଦେଇ ଯୁକ୍ତିତର୍କ କରି ଝଗଡ଼ା
କରିବାକୁ ପସନ୍ଦ କରନ୍ତିନି ସେ । ସେଥି ପାଇଁ ଚୁପ୍ ରୁହନ୍ତି କିନ୍ତୁ
ଅରୁଣ ବାବୁଙ୍କ ର ଏହି କାର୍ଯ୍ୟ ଧାରା କୁ ସ୍ତ୍ରୀ ଅମିତା ପସନ୍ଦ କରନ୍ତିନି ସତା ,ସେ ନିଜେ ଆଣିବା ପାଇଁ,ଚେଷ୍ଟା କଲେ ବି ସ୍ବାମୀ ତାଙ୍କୁ ସେତିକି ସୁଯୋଗ ଦିଅନ୍ତନି । ନା,ନା, ତୁମେ କଣ୍ ବଜାର ଯିବ? କିଛି ଦରକାର୍ ନାହିଁ ମୁଁ ନେଇ ଆଣିବି ....ଘରେ ଯାହା ଯେତେବଳେ ସରି ଯାଏ, ସ୍ତ୍ରୀ ଅମିତା ବରାଦ କରି ଲିଷ୍ଟ୍ ଟିଏ ଥୋଇ ଦିଅନ୍ତି ଟେବୁଲ୍ ଉପରେ । ଅରୁଣ ବାବୁ ହଉ ଠିକ୍ ଅଛି କହି ,ଆଣିବା ପାଇଁ ବାହାରି ଯା"ନ୍ତି ବ୍ୟାଗ୍ ଟି ଧରି ବଜାରକୁ । ସଉଦା ଧରି ଘରକୁ ଆସନ୍ତି, ବ୍ୟାଗ୍ ଟି ଥୋଇ,ଚାଲି ଯାନ୍ତି, ପାର୍କ କୁ ଚାଲିବା ପାଇଁ ।
ଅମିତା ଘର ର ଅନ୍ୟାନ୍ୟ କାମ ସାରି ଯେତେବଳେ ବ୍ୟାଗ୍ ରୁ ସଉଦା କାଢ଼ନ୍ତି,ସେ କହି ଥିବା ସଉଦା ପ୍ରାୟତଃ ସେଥିରେ ଅନେକ ନଥାଏ , ମନେ ମନେ କେବେ ଟିକେ ବିରକ୍ତ ହୁଅନ୍ତି,ପୁଣି ଚୁପ୍ ରହନ୍ତି, ଅରୁଣ ବାବୁ ଘର କୁ ଆସି ପଚାରନ୍ତି ଅମିତା ଦେଖିଲ ତୁମେ କହିଥିବା ସବୁ ଜିନିଷ ଅଛି ନା ନାହିଁ ? କାହିଁକି ନା ଲିଷ୍ଟ୍ଟା,ନେବାକୁ ଭୁଲି ଯାଇଥିଲି ତ !!!,ସ୍ତ୍ରୀ କୁହନ୍ତି ଏ କଥା କଣ୍ ଆଜି ନୂଆ !! ଏହି କଥା ମୁଁ ଦୀର୍ଘ ତିରିଶ ବର୍ଷହେଲା ଦେଖି ଆସୁଛି ।ସେ ଯାହା ବି ହେଉ ଅରୁଣ ବାବୁ ଙ୍କ ର ଏପରି କାର୍ଯ୍ୟକଳାପ ର ବେଖାତିର ଢଙ୍ଗ ଯଦି ବା ଅମିତା ଙ୍କ ର ମନ ରେ ଟିକେ ଦୁଃଖ ଦିଏ, ଆଘାତ ଦିଏ ତଥାପି ସେ ଏଥିରେ ଆଦତ୍ ରେ ପଡି ଯାଇଛନ୍ତି, କାରଣ ସେ ଅରୁଣ ବାବୁ ଙ୍କ ର ହାତ ଧରିବା ଦିନ ଠାରୁ ହିଁ ତାଙ୍କର ଏହି ସ୍ଵଭାବ କୁ ଠିକ୍ ଭାବରେ ପରଖି ନେଇଛନ୍ତି,ଯଦି କେବେ ବି କିଛି କହିଛନ୍ତି, ସ୍ବାମୀ ଙ୍କ ଉପରେ କୈଣସୀ ପରିବର୍ତ୍ତନ ର ପ୍ରଭାବ ପଡିନି , ବର୍ଂ ତାଙ୍କ ଭିତରେ ଥିବା କ୍ରୋଧ କୁ ଉପଲବ୍ଧି କରିଛନ୍ତି । କହି କି ମଧ୍ୟ ତାଙ୍କ ଅଭ୍ୟାସ କୁ ବଦଳେଇ ପାରି ନାହାଁନ୍ତି । ତେଣୁ ସମୟ ସହ ଖାପ ଖୁଆଇ ଆଜି ଯାଏ ଚୁପ୍ ରହିଛନ୍ତି ସେ । ଦିନ ଗଡି ଚାଲିଛି, ତାଙ୍କ ଚଳଣୀ ରେ କିଛି ବି ଫରକ୍ ପଡେନି କି କେବେ ଏହି ବିଷୟ କୁ ନେଇ ସ୍ବାମୀ ସ୍ତ୍ରୀ ଙ୍କ ର ଝଗଡ଼ା ବି ହୁଏନି । ତେଣୁ ଦୁଃଖ, ସୁଖ ର ସମ ତାଳ ରେ ନୀରବ ମନ୍ତ୍ର କୁ ଆପଣାଇ ସଂସାର ଡଙ୍ଗା କୁ ସୁରୁଖୁରରେ ଚଳାଇ ନେଇଛନ୍ତି ଅମିତା । ଅରୁଣ ବାବୁ ଙ୍କ ର ସିନା ଭୁଲା ମନ, କିନ୍ତୁ ପିଲା ମାନଙ୍କ ପାଠ ପଢ଼ା ପାଇଁ ବେଶ୍ ଯତ୍ନ ବାନ୍ । ନିଜେ ପିଲାମାନଙ୍କୁ ପାଠ ପଢ଼ାଇ ଭଲ ମଣିଷ କରି ଛନ୍ତି,ଝିଅ,ପୁଅ ଏବେ ବିଦେଶ ରେ ପ୍ରତିଷ୍ଠିତ କମ୍ପାନୀ ରେ ଚାକିରି କରୁଛନ୍ତି ...!!! ଅରୁଣ ବାବୁ ଙ୍କ ପାଖରେ ପଇସା ର ମଧ୍ୟ ସେମିତି ଅଭାବ ନାହିଁ, ଚାକିରି ରୁ ଅବସର ପରେ ଯାହା ପେନସନ ପାଉଛନ୍ତି ,ଘର ଭଡ଼ା ରୁ ଯାହା ମିଳୁଛି, ଚଳିବା ପାଇଁ
ଯଥେଷ୍ଟ । କିନ୍ତୁ କାହିଁକି କେଜାଣି, ସେ ସବୁ କାର୍ଯ୍ୟ ରେ ଟିକେ ଢିଲା । ସହଜ ଢଙ୍ଗ ରେ ଯେଉଁ କାର୍ଯ୍ୟ ଟି
ସୁନ୍ଦର ଭାବ ରେ ସୁ ରୁ ଖୁରୁ ରେ କରି ହେବ ସେ ସବୁକୁ ଏତେ ଗୁରୁତ୍ଵ ଦିଅନ୍ତି ନାହିଁ । ସ୍ତ୍ରୀ ଅମିତା ଙ୍କ ର କୌଣସି କଥା କୁ ସେ ଠିକ୍ ରେ ଧ୍ୟାନ ଦିଅନ୍ତି ନାହିଁ ସେଥି ପାଇଁ ସେ ଅନେକ ସମୟ ରେ ଅସୁବିଧା ରେ ପଡନ୍ତି ।। ଅମିତା ଯେତେ କହିଲେ ବି ସେ ଶୁଣ ନ୍ତିନି । ତେଣୁ ଆଜି ବା କିପରି ଶୁଣିବେ !!!!!
ଆଜି ଏହି ମହାମାରୀ କୋରନା ର ଭୟାବହତା ର ଦୁର୍ଦ୍ଦିନ ରେ ଅମିତା ଆଜି ମୁଣ୍ଡରେ ହାତ ଦେଇ ବସିଛନ୍ତି,ଏଣେ ପିଲାଙ୍କର ଚିନ୍ତା, ତେଣେ ଘରେ ନା ଅଛି ରେସନ୍ ନା ପରିବା । ଭାବୁଛନ୍ତି ସେହି ପୁରୁଣା କଥା କେତେ ଥର କହିଲି ସ୍ବାମୀ ଙ୍କୁ ଟିକେ ରେସନ୍ ଆଉ ପରିବା ଆଣି ଘରେ ରଖ । ବର୍ତମାନ ହୁରି, ପଡ଼ିଛି,କୋର ନା ର ପାର୍ଦ୍ରୁ ଭାବ ରୁ ଚାରିଆଡ଼େ ଲକ୍ ଡାଉନ୍ ହେବା ର ସୂଚନା । ଲୋକ ମାନେ ଘରେ ଜମା କରି ରଖିଲେଣି ଅତ୍ୟାଶ୍ୟକୀୟ ସାମଗ୍ରୀ କିନ୍ତୁ ସେ ଶୁଣିଲେନି......ବେଶି ନ ହେଲେ ନାହିଁ ଅଳ୍ପ ତ୍ ଆଣି ରଖି ପାରିଥାନ୍ତେ ।ତାହା ବି କଲେ ନାହିଁ ।
ବର୍ତ୍ତମାନ ସମାଜ ର ପୃଷ୍ଠ ଭୂମି ରେ ମହାମାରୀ କୋରାନା ର ମହା ବିଭୀଷିକା,.. ସମସ୍ତେ ଏବେ ଗୃହବନ୍ଦୀ.। ଝିଅ,ପୁଅଙ୍କ ର ବାର୍ ବାର୍ ତାଗିତ ମାମା"ତୁମେ ବାବାଙ୍କୁ ବିଲ୍କୁଲ ବାହାରକୁ ଛାଡିବନି...ପିଲା ବା କାହୁଁ ଜାଣିବେ ଘରେ ଖାଇବା ଜିନିଷ କିଛି ଅଛି କି ନାହିଁ ।
ଅରୁଣ ବାବୁ ମନେ ମନେ ବିରକ୍ତ ହୋଇ କୋରାନା ଭୁତାଣୁ କୁ ଗାଳି ଦେଉଛନ୍ତି କେଉଁଠୁ ,ଗୋଟେ ଆସି ଏଠି ଫାର୍ସ ଲଗେଇଛି ..ମଣିଷ କେମିତି ଚଳିବ ଯେ
ଘରୁ ବାହାରକୁ ବାହା ରି ପାରୁନି, ଶଟ୍ ଡାଉନ୍,ଲକ୍ ଡାଉନ୍ ରେ ଦିନ କଟୁଛି,ଏମିତି ଦୁର୍ଦ୍ଦିନ ପରିସ୍ଥିତି ଆସିଲା ଯେ ଜୀବନ କାଳ ଭିତରେ ନା ଦେଖି ଥିଲା ନା ଶୁଣି ଥିଲା ମଣିଷ, ଏମିତି ମନେ ମନେ ଗୁଣୁ , ଗୁଣେଇ ହେଉ ଥାନ୍ତି ସେ, ଓ ଟିଭି ଟି ଖୋଲି
ଦିନ ରାତି କେବଳ ନିଉଜ ଶୁଣିବାରେ ସମୟ ବିତାଉ
ଥାନ୍ତି । କଣ୍ ବା ଆଉ କରିବେ ,କୁଆଡେ ତ ଯିବାର ନାହିଁ, କୋରନା ଭୁତାଣୁ ର ଭୟ ଗ୍ରାସ କରିଛି ସାରା ପୃଥିବୀ କୁ ।ମଣିଷ ସମାଜ ଆଜି ଦୋଦୂଲ୍ୟ ମାନ
ଅବସ୍ଥାରେ .....ଜୀବନ ଯିଁ ବାର ସନ୍ଧିକ୍ଷଣ୍ ରେ ମଣିଷ ବର୍ତ୍ତମାନ ସମୟ ସହ ପ୍ରକୃତି ର କରାଳ ରେ
କବଳିତ..!! କଣ୍ ବା କରା ଯିବ ? ଏମିତି ଅନେକ ଅସମହିତ ପ୍ରଶ୍ନ ବାଚୀ ଭିତରେ ବୁଡ଼ି ରହି ଥାନ୍ତି ଅରୁଣ ବାବୁ । ଅମିତା ବି ଭାରାକ୍ରାନ୍ତ ମନରେ ଥାନ୍ତି....!!
!! ଏତିକି ବେଳେ ଝିଅ ସିଙ୍ଗାପୁର ରୁ ଭିଡିଓ କଲ୍ କରିଛି,ମା"ର ଶୁଖିଲା ମୁହଁକୁ ଦେଖି ପଚାରୁଛି, ମାମା ତୁମେ ଖାଇନ କି ମୁହଁ କାହିଁ ଏମିତି ଶୁଖି ଯାଇଛି ।।ମାମା ଟିକେ ମୁରୁକି ହସା ଦେଇ କହିଲେ ହଁ ହଁ ଖାଇଛି.... ଝିଅ କହିଲା ମାମା ଗଲ kichen କୁ କଣ ରୋଷେଇ କରିଛ ମୋତେ ଟିକେ ଦେଖେଇଲ ?
ଅମିତା ରୋଷେଇ ଘର ପରିବର୍ତ୍ତେ ବେଡ଼ରୁମ୍ କୁ
ଯାଇ ନିଜେ ଆଙ୍କିଥିବା ଏକ ଜଗନ୍ନାଥ ଙ୍କ ର ଚିତ୍ର କୁ ତାକୁ ଦେଖେଇ ଭୁଲାଇ ବାକୁ ଚେଷ୍ଟା କଲେ,ଝିଅ ଚିତ୍ର ଟିକୁ ଦେଖି ଖୁବ୍ ଖୁସି ହେଲା ସତ
କିନ୍ତୁ ବେଶ୍ ବୁଝି ନେଲା ପରିସ୍ଥିତିକୁ, ପଢି ପାରିଲା ମା "ର ମନ ର ଭାଷାକୁ ।
ଏବଂ ଜାଣିଚି ମଧ୍ୟ ତା"ବାବା ଙ୍କ ର କାର୍ଯ୍ୟକଳାପ କୁ ଭଲ ଭାବରେ...,.!!
ତା"ପରଦିନ ହଠାତ୍ କଲିଂ ବେଲ୍ ର ଶବ୍ଦ
ଶୁଣି ଅମିତା ଗେଟ୍ ଖୋଲି ଦେଖନ୍ତି ତ ଗେଟ୍
ସାମ୍ନାରେ ଠିଆ ହୋଇ ଥିବା ସେଲସ୍ ବୟ ଏକ ବଡ଼ ପ୍ୟାକେଟ ଧରି ଠିଆ ହୋଇଛି, ଆପଣ ଅମିତା ମାଡ ମ ତ୍? ,ହଁ . କଣ୍ ହେଲା କି !...ଆପଣଙ୍କ ର ଅନଲାଇନ ଅର୍ଡର ଆସିଛି ନିଅନ୍ତୁ,. ଠିକ୍ ଏହି ସମୟ ରେ ଝିଅ ଫୋନ କରି କହିଲା ମାମା ତୁମକୁ ମିଳିଗଲା ଜିନିଷ ? ହଁ ରେ ମା ଏଇ ତ ନେଉଛି,
ଆରେ ମା ତୁ କାହିଁ ଏସବୁ କରୁଥିଲୁ ଯେ !! ଅମିତା ଦେବୀ କହିଲେ ସିନା... କିନ୍ତୁ ମନରେ ଏକ ଆଶ୍ୱସ୍ତି ଅନୁଭବ କଲେ ! ପ୍ୟାକେଟ ଧରି ଘର ଭିତରକୁ ଗଲେ ,ଅରୁଣ ବାବୁ ଦେଖି ଆଶ୍ଚର୍ଯ୍ୟ ହେଲେ ,ଏ ସବୁ କଣ ? ଆମ ସାନୁ ଅନଲାଇନ ରୁ ପରା ଅର୍ଡର୍ କରି ପଠାଇଛି । ଓହୋ ! ଆଚ୍ଛା ବେଶ୍ ଭଲ କଥା, ଅରୁଣ ବାବୁ ଙ୍କ ର ମୁହଁରେ ତୃପ୍ତି ଭରା ହସ ଟିଏ..., ....!!
ଅମିତା ସ୍ବାମୀ ଙ୍କ ଉଦ୍ଦେଶ୍ୟ ରେ କହୁଛନ୍ତି ,କଣ୍ ଭାରି ଖୁସି ତ...!! ସାନୁ କାହିଁକି ଦେଲା କେଜାଣି !! ତୁମେ ଆଉ କେତେଦିନ ଛତୁଆ ଖାଇ ରହି ଥାନ୍ତ ଦେଖି ଥାନ୍ତି....ଆଜି କୁ ଆଠ ଦିନ ହେଲା କେବଳ ଛତୁଆ ଖାଇ,ଖାଇ ମୋତେ ବି ବିରକ୍ତ ଲାଗି ଲାଣି..
.ଅରୁଣ ବାବୁ ଙ୍କ ଭିତରେ ବି ଆଉ ଏକ ସରଳ ସୁନ୍ଦର୍ ହୃଦୟ ଟିଏ ଅଛି, ସେ ସାଙ୍ଗେ ସାଙ୍ଗେ କହି ପକାଇ ଲେ,ଦେଖୁଚ ତ ଟିଭି ରେ କୋରନା କେମିତି ଗରିବ ଙ୍କ ପେଟରେ ଲାତ୍ ମାରୁଛି, ବିଲ୍କୁଲ ଖାଇବା କୁ ନ ପାଇଁ କେମିତି ହାଁ ଖାଁ ହେଉଛନ୍ତି, ଲୋକ ମାନେ କେତେ କଷ୍ଟରେ ରହିଛନ୍ତି , ଆମେ ତ ତାଙ୍କ ଠାରୁ ବହୁତ୍ ଭଲ ରେ ଅଛେ..ଆଠ ଦିନ ହେଲା ଅନ୍ତତଃ ଛତୁଆ ଚୁନା ଖାଇ ରହିଛେ । ସ୍ବାମୀ ଙ୍କ ଠାରୁ ଏକଥା ଶୁଣି ଅମିତା ଅବ୍ୟକ୍ତ ଚାହାଣି ରେ ସ୍ବାମୀ ଙ୍କ ମୁହଁକୁ ଛଳ ଛଳ ନୟନ ରେ ଚାହିଁ ରହିଛନ୍ତି , ଓ ଭାବୁଛନ୍ତି ପ୍ରକୃତରେ ଅରୁଣ ବାବୁ ଙ୍କ ର ମନମୁଖୀ ଖାମ୍ ଖିଆଲି ଢଙ୍ଗ ର କାର୍ଯ୍ୟ ଧାରା ତାଙ୍କୁ ଏପରି ବିପତ୍ତି ସମୟ ରେ ଉପହାସ କରୁନି ତ ? !!!!!
ଭୁବନେଶ୍ୱର୍
୯୭୭୭୫୯୯୬୯୫
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।