ବିଜୟଲକ୍ଷ୍ମୀ ଭୋଇ
ହଜିଯାଇଛି, ମାନବିକତା
ସ୍ୱାର୍ଥଲୋଭି ମଣିଷ ଖୋଜେ
କେବଳ ଟଙ୍କା ହିଁ ଟଙ୍କା ।
ମୂଲ୍ଯହୀନ ହୋଇ ପଡିଛି
ସ୍ନେହ ,ପ୍ରେମ ,ଭଲପାଇବା ।
ଅହଂକାର ଗର୍ବରେ ବୁଡିଛି
ସଂପର୍କର ମୋହମାୟା ।
ଦୁଃଖୀ ପାଇଁ ଦୁଃଖ
ବଢିଚାଲେ ଏଠି ,
ମଣିଷ କରୁଛି ଖେଳ ।
ମାନବ ମହତ୍ତ୍ବ ଏଠି
କିଏ ସେ ବୁଝିବ ,
ଲୋଭକୁ କରି ଆପଣାର
ମଣିଷ ଖେଳୁଛି ଖେଳ ।
ସଂସାରଟା ଆଜି
ଉବୁଟୁବୁ ହୁଏ,
ମହାମାରୀ କବଳରେ ।
ମାନବିକତା ଏଠି ମରିଯାଇଛି ,
ସମୟର ଗତି ପଥରେ ।
ଛଳନା ଆଳରେ
ମୋର ମୋର କହି
ଲୁଟିବାରେ ଲାଗିଛନ୍ତି । ,
ଧନ୍ୟ ତୁ ମଣିଷ,
ଧନ୍ୟ ତୋ ଲୋଭ,
ଏ ସମାଜକୁ ନଷ୍ଟ କରେ ।
ନାହଳପୁର, କଟକ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।