12/31/2021

ବିଡମ୍ବନା

ସୁନନ୍ଦା ମହାନ୍ତି 
ଝରକା ଦେଇ ବାହାରକୁ ଚାହିଁଥିଲେ ଅବିନାଶ, ଆଖି ଲମ୍ବି ଯାଉଥିଲା କାହିଁ କେତେ ଦୁରକୁ,ଝିଅ ର ବାପା ହେବା ପରେ ସେ ସବୁଠୁ ଖୁସି ହେଇଥିଲେ ଆଉ ଝିଅ ଟି ବି ତାଙ୍କର ବଡହେଲା ସର୍ବଗୁଣ ସମ୍ପର୍ଣ୍ଣ ହୋଇ,ହେଲେ ପଡୋଶୀ ଅସାମାଜିକ ଯୁବକ ବିନୋଦ,ଝିଅକୁ ତାଙ୍କର ପ୍ରେମ ଭିକ୍ଷା କରି ବିଫଳ ହେବା ପରେ ଢାଳିଦେଲା ଏସିଡ, ଏଡ଼େ ସୁନ୍ଦର ଝିଅର ଚେହେରା ହେଲା ବିକୃତ ହେଲେ ଆଗେଇଆସିଲେ ପାର୍ଥ, ତାଙ୍କ ମାଆ ଛେଉଣ୍ଡ ଚାକିରିଆ ଏସିଡ ମାଡ ରେ ସୌନ୍ଦର୍ଯ୍ୟ ହରେଇ ସାରିଥିବା ଝିଅକୁ ବାହାହେବାକୁ,କୁଟା ଖିଅ କୁ ଆଶ୍ରା କଲା ଭଳି ଝିଅ ପାଖେ ହିଁ ରହିଥିଲେ ଅବିନାଶ, ହେଲେ ଝିଅ ଯେ ପାର୍ଥ ପରି ନରରାକ୍ଷସ ହାତରେ ପଡିଯାଇଛି ଜାଣିବାକୁ ବୁଝିବାକୁ ସମୟ ଲାଗିନଥିଲା, ଝିଅ ଦରମା ଲୋଭରେ ଓ ତାଙ୍କ ପେନସନ ରେ ହିଁ ପାର୍ଥ ଙ୍କର ନଜର ଥିଲା 

        ସେଦିନ "ବାପ ତୋର ଏଠି ମାଗେଣା ଗେଫିଲେ ଚଳିବନି" ବୋଲି ଶୁଣିବା ପରେ ସେ ଚାଲିଆସିଥିଲେ ଗାଁକୁ କିନ୍ତୁ ଝିଅର ଅବସ୍ଥା ଚିନ୍ତା କରି ଝିଅକୁ ଫେରେଇ ଆଣିବାକୁ ଯାଇଥିଲେ, ହେଲେ କାନ୍ଦି କାନ୍ଦି ଝିଅ ଯେବେ ଆସିବାକୁ ମନା କରି କହିଥିଲା ବିବାହ ପରେ ଏଇ ଶାଶୁଘର ହିଁ ତାର ସ୍ୱର୍ଗ, ଏଘରୁ ପଦାକୁ କେବଳ ତାର ମଲା ଶରୀର ହିଁ ବାହାରିପାରେ, ଏକଥା ତମେ ତ ମତେ ଶିଖେଇଛ ନା ବାପା !, ଝିଅ କାନ୍ଦି କାନ୍ଦି ଆଉ ସବୁ କଣ କହୁଥିଲା ଶୁଣିବାକୁ ଧର୍ଯ୍ୟ ନଥିଲା ଅବିନାଶଙ୍କର, ସେଇ ଦିନଠୁ କିନ୍ତୁ ଅବିନାଶ ଝରକା ସେପଟେ ଲମ୍ବିଥିବା ରାସ୍ତାକୁ ଚାହିଁ କେତେ କଣ ଗପୁଥାନ୍ତି ମନକୁ ମନ, କେହି କେହି କୁହନ୍ତି ବିଚରା ଝିଅଟା ପାଇଁ ବାପାଟା ପାଗଳ ହୋଇଗଲା l
ସାକ୍ଷୀଗୋପାଳ 
ପୁରୀ 7008942215
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।